ବରିଷ୍ଠ ଓ ସାଂଘାତିକ ରୋଗରେ ଆକ୍ରାନ୍ତଙ୍କୁ କୋଭିଡ୍ ଟିକା ନେଇ ଜିଲ୍ଲାପାଳଙ୍କୁ ଚିଠି

1 min read
Vaccination Of Elderly Population And Persons With Co-Morbidities Odisha Preparation

ଭୁବନେଶ୍ୱର: ମାର୍ଚ୍ଚ ମାସରୁ ବୟସ୍କ ଓ ସାଂଘାତିକ ରୋଗରେ ଆକ୍ରାନ୍ତଙ୍କୁ କରୋନା ଟିକା ଦିଆଯିବ । ଏନେଇ ରାଜ୍ୟ ସରକାରଙ୍କୁ ଅବଗତ କରାଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ । ସଂଖ୍ୟାଧିକ ହିତାଧିକାରୀଙ୍କୁ କୋଭିଡ୍ ଟିକା ଦିଆଯିବ । ମେଡିକାଲ୍ କଲେଜ ଓ ହସ୍ପିଟାଲ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଉପଖଣ୍ଡ ଚିକିତ୍ସାଳୟ, ସିଏଚସି, ପିଏଚସି ଏବଂ ସବ୍ ସେଣ୍ଟରରେ ଟିକା ଦିଆଯିବ ।

୧) ରବିବାରକୁ ବାଦ୍ ଦେଇ ସପ୍ତାହକୁ ୫ ଦିନ ଟିକା ଦିଆଯିବ ।

୨) ଟିକାକରଣ ପାଇଁ ନୂତନ ସ୍ୱାସ୍ଥ୍ୟକର୍ମୀଙ୍କୁ ତାଲିମ୍ ଦିଆଯିବ ।

୩) ପ୍ରତି ବ୍ଲକ ଓ ସହରାଞ୍ଚଳରେ ୬ରୁ ୭ଟି ମୋବାଇଲ୍ ଟିକାକରଣ ଟିମ୍ ରହିବ ।

୪) ଟିକାକରଣ ଲାଗି ପିଏଚସିରୁ ନେଇ ମେଡିକାଲ କଲେଜ ହସ୍ପିଟାଲ ଯାଏ ସାଇଟ୍ ଚିହ୍ନଟ କରାଯିବ ।

୫) ନିୟମିତ ସ୍ୱାସ୍ଥ୍ୟସେବାରେ ନିୟୋଜିତ ଏଏନ୍ଏମଙ୍କୁ ଟିକାକରଣରେ ସାମିଲ୍ କରାଯିବ ନାହିଁ ।

୬) ଟିକାକରଣ ଲାଗି ବ୍ଲକ ସ୍ତରରେ କ୍ଷୁଦ୍ର ଯୋଜନା କରାଯିବ ।

୭) ପ୍ରତି ଟିକାକରଣ ସାଇଟରେ ଷ୍ଟାଟସ୍ ଅପଡେଟ୍ ଲାଗି ଲାପଟପ କିମ୍ବ ଡେସ୍କଟପ୍ ଦିଆଯିବ ।

ବିଶେଷକରି କୋଲ୍ଡ ଚେନ୍ ପଏଣ୍ଟ ଚିହ୍ନଟ ଲାଗି ଗୁରୁତ୍ୱ ଦିଆଯାଇଛି । ସମସ୍ତ ପ୍ରସ୍ତୁତି ଫେବ୍ରୁଆରୀ ୨୮ ତାରିଖ ମଧ୍ୟରେ ସାରିବାକୁ ସମସ୍ତ ଜିଲ୍ଲାପାଳଙ୍କ ସହ ସମସ୍ତ ମହାନଗର ନିଗମକୁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଚିଠି ଲେଖାଯାଇଛି ।

Vaccination Of Elderly Population And Persons With Co-Morbidities Odisha Preparation

ଦେଶ ସହ ରାଜ୍ୟରେ ଜାନୁଆରୀ ୧୬ରୁ କୋଭିଡ୍ ଟିକାକରଣ ଆରମ୍ଭ ହୋଇଥିଲା । ଟିକାକରଣର ପ୍ରଥମ ୩୦ ଦିନ ମଧ୍ୟରେ ଓଡ଼ିଶା ୫ ଲକ୍ଷରୁ ଅଧିକ ଡୋଜ୍ କୋଭିଡ୍ ଟିକା ଦେବାରେ ସକ୍ଷମ ହୋଇଛି । ଏବେ ସ୍ୱାସ୍ଥ୍ୟକର୍ମୀ ଓ ଆଗଧାଡ଼ିର କର୍ମଚାରୀଙ୍କୁ ଦିଆଯାଉଛି ଟିକା ।

ଏଥିସହ ପଢ଼ନ୍ତୁ- ମାର୍ଚ୍ଚ ୧ ତାରିଖରୁ ସବୁ ସରକାରୀ ହସ୍ପିଟାଲରେ ମାଗଣା କରୋନା ଟିକା, ଘରୋଇ ହସ୍ପିଟାଲରେ ଦେବାକୁ ପଡ଼ିବ ଟଙ୍କା 

Leave a Reply