ୟୁପିରେ ନିୟମ ଭାଙ୍ଗି ପ୍ରମୋଶନ ପାଇଥିବା ୪ ଅଫିସରଙ୍କୁ ଯୋଗୀ ସରକାରଙ୍କ ‘ହଣ୍ଟର’, ପିଅନ ଏବଂ ଚୌକିଦାରକୁ ଅବନତି

ଉନାଉ: ଉତ୍ତର ପ୍ରଦେଶ ଯୋଗୀ ସରକାର ଦୁର୍ନୀତିଗ୍ରସ୍ତ ଏବଂ ନିୟମ ବିରୋଧରେ ପଦୋନ୍ନତି ପାଉଥିବା ଭ୍ରଷ୍ଟ ମାନଙ୍କ ବିରୋଧରେ କ୍ରମାଗତ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି । ଏହି କ୍ରମରେ ଅତିରିକ୍ତ ଜିଲ୍ଲା ସୂଚନା ଅଧିକାରୀ ପଦରେ ପୋଷ୍ଟ କରାଯାଇଥିବା ଚାରି ଜଣ ଅଧିକାରୀଙ୍କୁ ପଦରୁ ହଟାଇ ଦିଆଯାଇଛି । ସରକାର ଏହି ଅଧିକାରୀମାନଙ୍କୁ ଚୌକିଦାର, ପିଅନ, ଅପରେଟର ଏବଂ ଆସିଷ୍ଟାଣ୍ଟ ପଦରେ ରଖିଛନ୍ତି । ଏହାପୂର୍ବରୁ ଜଣଙ୍କୁ ଏସଡିଏମ ପଦବୀରୁ ହଟାଇ ତହସିଲଦାର କରାଯାଇଥିଲା ।


ସୂଚନା ଏବଂ ଜନସମ୍ପର୍କ କାର୍ଯ୍ୟାଳୟ ଦ୍ୱାରା ପାସ୍ ହୋଇଥିବା ଆଦେଶରେ ଦର୍ଶାଯାଇଛି ଯେ ନଭେମ୍ବର ୩ ତାରିଖ ୨୦୧୪ ମସିହାରେ ଏହି ଅଧିକାରୀଙ୍କ ପଦୋନ୍ନତି ସମସ୍ତ ନିୟମ ବିରୁଦ୍ଧରେ କରାଯାଇଥିଲା । ବର୍ତ୍ତମାନ ସମସ୍ତେ ସେମାନଙ୍କର ମୂଳ ପୋଷ୍ଟକୁ ଅବନତି ପାଇଛନ୍ତି । ସରକାରଙ୍କ ଦ୍ୱାରା ଯେଉଁ ଅଧିକାରୀ ମାନେ ଅବନତି ପାଇଛନ୍ତି, ସେମାନେ ହେଉଛନ୍ତି ବରେଲୀର ଅପର ଜିଲ୍ଲା ସୂଚନା ଅଧିକାରୀ ନରସିଂହଙ୍କୁ ପିଅନ, ଫିରୋଜାବାରେ ପଦସ୍ତ ଅଧିକାରୀ ଦିନଶଙ୍କରଙ୍କୁ ଚୌକିଦାର, ମଥୁରାରେ ପୋଷ୍ଟ ହୋଇଥିବା ବିନୋଦ କୁମାର ଶର୍ମା ଏବଂ ଭଦୋହୀରେ ପୋଷ୍ଟିଂ ପାଇଥିବା ଅନିଲ କୁମାର ସିଂଙ୍କୁ ଅପରେଟରକୁ ଅବନତି କରାଯାଇଛି ।

ହାଇକୋର୍ଟରେ ଦାଖଲ ହୋଇଥିଲା ଯାଚିକା

ଉତ୍ତର ପ୍ରଦେଶର ସୂଚନା ବିଭାଗରେ ଅତିରିକ୍ତ ଜିଲ୍ଲା ସୂଚନା ଅଧିକାରୀ ୪ ଜଣଙ୍କୁ ଏହି ନିୟମ ବିରୁଦ୍ଧରେ ପଦୋନ୍ନତି କରାଯାଇଥିଲା । ଏହି ମାମଲାରେ ହାଇକୋର୍ଟରେ ରିଟ୍ ଦାଖଲ କରାଯାଇଥିଲା । ଯାହା ପରେ ସରକାରଙ୍କ ତରଫରୁ ସମସ୍ତଙ୍କୁ ପଦରୁ ହଟାଇ ଦିଆଯାଇଛି । ବର୍ତ୍ତମାନ ଏହି ଅତିରିକ୍ତ ଜିଲ୍ଲା ସୂଚନା ଅଧିକାରୀଙ୍କ ସ୍ଥାନରେ ଚୌକିଦାର, ପିଅନ, ସିନେମା ଅପରେଟର ଏବଂ ଆସିଷ୍ଟାଣ୍ଟ  ପୋଷ୍ଟରେ ରଖାଯାଇଛି । ଏହି ଚାରିଜଣଙ୍କୁ ସମାନ ପୋଷ୍ଟରେ ପଦୋନ୍ନତି ଦିଆଯାଇଥିଲା  ।

Leave a Reply