ସ୍ୱାସ୍ଥ୍ୟ ବିଗାଡିବ RO , ହୋଇଯାନ୍ତୁ ସାବଧାନ

1 min read

ଭୁବନେଶ୍ବର : ସୁସ୍ଥ ରହିବା ପାଇଁ ଘରେ RO ଲଗାଇଛନ୍ତି କି ? RO ପ୍ରକ୍ରିୟାରେ ଯେଉଁ ପାଣି ପିଉଛନ୍ତି ତାହା ସ୍ୱାସ୍ଥ୍ୟ ପ୍ରତି ଭଲ ।  ଆପଣ ବି ଏଭଳି ଭାବୁଛନ୍ତି କି ? ଯଦି ଏଭଳି ଭାବୁଛନ୍ତି ତେବେ ସାବଧାନ ହୋଇଯାନ୍ତୁ । କାରଣ ଜୀବନ ନେଉଛି ଏଭଳି ଦାମି ଫିଲ୍‌ଟର ।

RO -Danger for health : WHO

ସ୍ୱଛ ପାଣି ପିଇବା ପାଇଁ ଏବେ ଘରେ ଘରେ RO (REVERSE OSMOSIS) । ପାଣି ସ୍ୱଛ କରିବା ପାଇଁ ଏହା ଏଭଳି ଏକ ପ୍ରକ୍ରିୟା ଯାହାକୁ ଲୋକେ ଆଖି ବନ୍ଦ କରିକି ବିଶ୍ୱାସ କରୁଛନ୍ତି । କିନ୍ତୁ ଲୋକଙ୍କର ଏହି ଅନ୍ଧ ବିଶ୍ୱାସ NGT କୁ ସମସ୍ୟାରେ ପକାଇଛି । NGTର କହିବା ଅନୁଯାୟୀ RO ଯୋଗୁଁ ପାଣି ତ ନଷ୍ଟ ହୁଏ ତାସହ ROର ପାଣି ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ ।

RO-Danger for health : WHO

RO କୌଶଳରେ ପାଣି ଶୁଦ୍ଧ ହେଲା ପରେ ସେଥିରୁ minerals କମିଯାଏ । ଆଉ ଏହି ପାଣି ପିଇବା ପରେ ହୃଦ ରୋଗ ହେବା ସହ , ଶରୀରରେ ଯନ୍ତ୍ରଣା , ଅଳସୁଆ ଲାଗିବା ସହ ଶରୀର ଅସୁସ୍ଥ ହେବାରେ ଲାଗେ । ଆପଣ ଯେଉଁ RO ଲଗାଇ ସ୍ୱଛ ପାଣି ପିଇବାର ଆଶା ରଖିଛନ୍ତି ବାସ୍ତବରେ ସେହି ପାଣି ଆପଣଙ୍କ ସ୍ୱାସ୍ଥ୍ୟ ଖରାପ କରୁଛି ।

RO-Danger for health : WHO

NGT ସମେତ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ( WHO ) ବି ROର ପାଣିକୁ କ୍ଷତିକାରକ ବୋଲି କହିଛି । WHOର କହିବା ଅନୁଯାୟୀ ଗୋଟିଏ ଲିଟର ପାଣିରେ TDSର ମାତ୍ରା ୫୦୦ ମିଲିଗ୍ରାମ ବା ତାଠାରୁ କମ ଥିଲେ ସେହି ପାଣିକୁ RO ପ୍ରକ୍ରିୟାରେ ସଫା କରିବାର କୌଣସି ଆବଶ୍ୟକତା ନାହିଁ ।  ବେଳ ଥାଉ ଥାଉ ହୋଇଯାନ୍ତୁ ସାବଧାନ , ନହେଲେ ଏହି ଅଭ୍ୟାସ ଆପଣଙ୍କୁ ଖୁବ ଶୀଘ୍ର ମରଣ ମୁହଁକୁ ଠଲେି ଦେବ ।

 

  ')}

Leave a Reply