China Vs USA : ୭୨ ଘଣ୍ଟାରେ ହ୍ୟୁଷ୍ଟନ ସ୍ଥିତ ଚୀନ ଦୂତାବାସକୁ ବନ୍ଦ କରିବାକୁ କହିଲା ଆମେରିକା

1 min read

ୱାସିଂଟନ: ଆମେରିକା ଓ ଚୀନ୍ ମଧ୍ୟରେ ଉତ୍ତେଜନା ବଢିବାରେ ଲଗିଛି । ବୁଧବାର ଦିନ ଟ୍ରମ୍ପ ସରକାର ଏକ ବଡ ପଦକ୍ଷେପ ନେଇ ହ୍ୟୁଷ୍ଟନ୍ ସ୍ଥିତ ଚୀନ୍ ଦୂତାବାସକୁ ବନ୍ଦ କରିବାକୁ ଆଦେଶ ଦେଇଛନ୍ତି । ହ୍ୟୁଷ୍ଟନ୍ ସ୍ଥିତ ମହାବଣିଜ୍ୟ ଦୂତାବାସକୁ ଆଗାମୀ ୭୨ ଘଣ୍ଟା ମଧ୍ୟରେ ଚୀନ୍ ବନ୍ଦ କରୁ ବୋଲି ଆମେରିକା କହିଛି । ଆମେରିକାର ଏହି ଆଦେଶ ପରଠାରୁ ଦୂତାବାସ ଭିତରୁ ଧୂଆଁ ଉଠୁଥିବା ଦେଖିବାକୁ ମିଳିଛି । ଚୀନ୍ କର୍ମଚାରୀ ଗୁପ୍ତ ଦସ୍ତାବିଜ୍ ପୋଡୁଥିବା କୁହାଯାଉଛି । ଅନ୍ୟପକ୍ଷରେ ଆମେରିକାର ଏହି ପଦକ୍ଷେପକୁ ନେଇ ଚୀନ୍ ଉତକ୍ଷିପ୍ତ ହୋଇଛି । ଆମେରିକାକୁ ଚୀନ୍ ପାଲଟା କାର୍ଯ୍ୟାନୁଷ୍ଠାନର ଧମକ ଦେଇଛି ।

ନ୍ୟୁୟର୍କ ଟାଇମ୍ସର ଏକ ରିପୋର୍ଟ ଅନୁସାରେ ହ୍ୟୁଷ୍ଟନ୍ ପୋଲିସ ବାଣିଜ୍ୟ ଦୂତାବାସ ବାହାରେ ମୁତ୍ତୟନ ଅଛି । ତେବେ କୂଟନୈତିକ ଅଧିକାର କାରଣରୁ ଦୂତାବାସ ମଧ୍ୟକୁ ପ୍ରବେଶ କରୁନାହିଁ । ଦୂତାବାସ ମଧ୍ୟରୁ ଧୂଆଁ ଉଠୁଥିବା ଖବର ସ୍ଥାନୀୟ ଲୋକଙ୍କଠାରୁ ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଂଚିଥିଲା କିନ୍ତୁ ଚୀନ ଅଧିକାରୀ ପୋଲିସକୁ ଭିତରକୁ ପ୍ରବେଶ ଅନୁମତି ଦେଇନଥିଲେ ।  ଶିତଳଯୁଦ୍ଧ ପରେ ପ୍ରଥମ ଥର ପାଇଁ ଆମେରିକା କୌଣସି ଦେଶର ଦୂତାବାସକୁ ବନ୍ଦ କରିବା ପାଇଁ ଏଭଳି ଆଦେଶ ଦେଇଛି । ଆମେରିକା ଓ ଚୀନ ମଧ୍ୟରେ ଚାଲିଥିବା ଉତ୍ତେଜନାର ଏହା ପରିପ୍ରକାଶ ବୋଲି କୁହାଯାଉଛି ।

ଚୀନର ନିନ୍ଦା

https://twitter.com/Breaking911/status/1285778188807942148

ଅନ୍ୟପକ୍ଷରେ ଚୀନ ବୈଦେଶିକ ମନ୍ତ୍ରଣାଳୟ ଆମେରିକାର ଏଭଳି ପଦକ୍ଷେପକୁ ନିନ୍ଦା କରିଛି । ଚୀନ ପକ୍ଷରୁ କୁହାଯାଇଛି ଯେ, ଆମେରିକା ଯଦି ଏହି ଭୂଲ ଆଦେଶକୁ ପ୍ରତ୍ୟାହାର କରେନାହିଁ ତେବେ ଚୀନ୍ ମଧ୍ୟ ନ୍ୟାୟୋଚିତ ପଦକ୍ଷେପ ନେବ ।

ଗୁପ୍ତ ଫାଇଲ ପୋଡାଯାଉଛି

ଦୂତାବାସ ବିଲ୍ଡିଂ ମଧ୍ୟରୁ ଧୂଆଁ ଉଠୁଥିବା ଖବର ପାଇଁ ଫାୟାର ଫାଇଟର ଓ ପୋଲିସ ପହଂଚିଥିଲେ । କିନ୍ତୁ ଚୀନ୍ ଅଧିକାରୀ ଦୂତାବାସ ମଧ୍ୟକୁ ସେମାନଙ୍କୁଯିବାକୁ ଅନୁମତି ଦେଇନଥିଲେ । ତେଣୁ ଅନୁମାନ କରାଯାଉଛି ଯେ,ଚୀନ୍ ଗୁପ୍ତ ଫାଇଲ ପୋଡୁଛି ।

Leave a Reply