ଆମେରିକା ପ୍ରସ୍ତୁତ କଲା 6th generationର ସବୁଠାରୁ ଶକ୍ତିଶାଳୀ ଲଢୁଆ ବିମାନ, ଛାନିଆ ହେଲା ଚୀନ୍…

1 min read

ନୂଆଦିଲ୍ଲୀ: ଚୀନ ଓ ଆମେରିକା ମଧ୍ୟରେ ଶୀତଳ ଯୁଦ୍ଧ ଚାଲୁ ରହିଛି । ଆମେରିକା ଚୀନ୍ ବିରୁଦ୍ଧରେ ପ୍ରତିଦିନ କିଛି ନା’ କିଛି ମନ୍ତବ୍ୟ ରଖୁଛି । ଏଭଳି ସମ୍ୱେଦନଶୀଳ ସ୍ଥିତିରେ ଆମେରିକାକୁ ଏକ ବଡ଼ ଧରଣର ସଫଳତା ମିଳିଛି । ଆମେରିକା ବିଶ୍ୱର ସବୁଠାରୁ ଅତ୍ୟାଧୁନିକ ଲଢୁଆ ବିମାନ ପ୍ରସ୍ତୁତ କରିଛି । 6th ଜେନେରେସନର ଏହି ବିମାନର ଉଡ଼ାଣ ମଧ୍ୟ ହୋଇ ସାରିଛି । ଆମେରିକା ଆକାଶରେ ଏହି ବିମାନ ଉଡ଼ୁଥିବାର ଦେଖିବାକୁ ମିଳିଛି ।

ଏହି ବିମାନ ଏଫ୍-୨୨ର ଅପଡେଟେଡ୍ ଭର୍ସନ ଅଟେ । ଏହି ବିମାନରେ ଡ୍ରୋନ ଓ ଲେଜର ଅସ୍ତ୍ରଶସ୍ତ୍ରର ସୁବିଧା ମଧ୍ୟ ରହିଛି । ଏହାପୂର୍ବରୁ କୌଣସି ଲଢୁଆ ବିମାନରେ ଏଭଳି ସୁବିଧା ନଥିଲା । ବିମାନର ନାମକରଣ ଏଯାବତ ହୋଇଛି କି ନାହିଁ ତାହା ଜଣା ନାହିଁ । ଆମେରିକା ସରକାରଙ୍କ ତରଫରୁ ବିଦ୍ଧିବଦ୍ଧ ଭାବେ କୌଣସି ଘୋଷଣା ହୋଇ ନାହିଁ । ଆମେରିକୀୟ ଗଣମାଧ୍ୟମ ସଂସ୍ଥା ‘ଡିଫେନ୍ସ ନ୍ୟୁଜ୍’ ଏଭଳି ଖବର ପ୍ରକାଶ କରିଛି । ବିମାନର ଗତି ଅତି ଦ୍ରୁତ ହୋଇଥିବା ହେତୁ ଏହାକୁ ଲକ୍ଷ୍ୟ ଭେଦ କରିବା ସମ୍ଭବପର ନୁହେଁ ।

ତେବେ ଆମେରିକା ବାୟୁସେନା ପକ୍ଷରୁ ଏନେଇ କୌଣସି ଘୋଷଣା ହୋଇନଥିଲେ ମଧ୍ୟ ପ୍ରତିରକ୍ଷା ବିଶେଷଜ୍ଞମାନେ ଆମେରିକାର ବିମାନକୁ ନେଇ ଦୃଢୋକ୍ତି ବାଢ଼ିଛନ୍ତି । ବିମାନକୁ ପ୍ରସ୍ତୁତ କରିବା ପାଇଁ ଆମେରିକା ସରକାରଙ୍କ ପାଖାପାଖି ୮ ବିଲିୟନ ଡଲାର ଖର୍ଚ୍ଚ କରିଛି । ଭାରତୀୟ ମୁଦ୍ରାରେ ଏହାର ମୂଲ୍ୟ ୫୮ ହଜାର ୯୦୬ କୋଟି । ତେବେ ପ୍ରତିରକ୍ଷା ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଲେଜର ଓ ଡ୍ରୋନ ଖଞ୍ଜା ଯାଇଥିବା ହେତୁ ବିମାନଟି ଅତି ଭୟଙ୍କର ବୋଲି ମନେ ହେଉଛି । କୌଣସି ବି ବିମାନକୁ ଠାବ କରି ଟାର୍ଗେଟ କରିବାରେ ଆମେରିକାର ଏହି ଅପଗ୍ରେଡ୍ ବିମାନ ସବୁଟାରୁ ଅଧିକ ସକ୍ଷମ ହେବ ।

Leave a Reply