ସହିଦ୍ ଭାରତୀୟ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ଆମେରିକା ବୈଦେଶିକ ମନ୍ତ୍ରୀ, ଭାରତ ସପକ୍ଷରେ କହିଲେ ଏମିତି କିଛି କଥା…

1 min read

 ନୂଆଦିଲ୍ଲୀ: ଭାରତ-ଚୀନ ସୀମାରେ ସହୀଦ୍ ହୋଇଥିବା ଭାରତୀୟ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଆମେରିକା ବୈଦେଶିକ ମନ୍ତ୍ରୀ ମାଇକ୍ ପୋମ୍ପିଓ । ପୋମ୍ପିଓ ଆଜି (ଶୁକ୍ରବାର) ସକାଳେ ଟୁଇଟ୍ କରି ସହୀଦ୍ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି  । ଏଥି ସହିତ ସେ କହିଛନ୍ତି ଯେ, ଆମେ ଭାରତ ଲୋକଙ୍କ ସହିତ ଅଛୁ । ଭାରତର ଏଭଳି ସଂକଟ ସମୟରେ ଆମେ ସୈନିକ, ସେମାନଙ୍କ ପରିବାର ଓ ପ୍ରିୟଜନଙ୍କ ସହିତ ରହିଛୁ ବୋଲି ପୋମ୍ପିଓ କହିଛନ୍ତି  ।

pompio

ଭାରତ-ଚୀନ୍ ବିବାଦକୁ ନେଇ ପୋମ୍ପିଓ କହିଛନ୍ତି,  ଉଭୟ ଦେଶଙ୍କ ମଧ୍ୟରେ ତିକ୍ତତା ପରିସ୍ଥିତି ସୃଷ୍ଟି ହୋଇଛି । ଉଭୟଙ୍କ ମଧ୍ୟରେ ଏଭଳି ସଂଘର୍ଷ କେବଳ ଏସିଆ ନୁହେଁ, ସାରା ବିଶ୍ୱପାଇଁ ଗୁରୁତ୍ୱପୂର୍ଣ୍ଣ ଘଟଣା । ସେଥିପାଇଁ ଏବେ ସାରା ବିଶ୍ୱର ଆଖି ଭାରତ ଓ ଚୀନ୍ ଉପରେ ରହିଛି । ସୀମାରେ ଦୁଇଦେଶ ମଧ୍ୟରେ ହୋଇଥିବା ସଂଘର୍ଷରେ ଭାରତର ୨୦ ଜଣ ସୈନିକ ସହିଦ୍ ହୋଇଛନ୍ତି  । ସେମାନଙ୍କୁ ସେ ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି  ବୋଲି ପୋମ୍ପିଓ କହିଛନ୍ତି  । ଚାଲିଥିବା ଯୁଦ୍ଧ ପରିସ୍ଥିତିରେ ଭାରତ ଏକୁଟିଆ ନୁହେଁ,  ବୋଲି ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡ଼ୋନାଲ୍ଡ ଟ୍ରମ୍ପ ମତ ରଖିସାରିଛନ୍ତି । ସହଯୋଗୀ ଦେଶମାନେ ଭାରତ ସହ ଅଛନ୍ତି ବୋଲି ଟ୍ରମ୍ପ ଓ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଆଲୋଚନା ହୋଇଛି  । ଟ୍ରମ୍ପଙ୍କ ପରେ ଆମେରିକା ବିଦେଶ ମନ୍ତ୍ରୀଙ୍କ ବୟାନ ଆମେରିକା ଭାରତକୁ ସମର୍ଥନ କରୁଛି ବୋଲି ପ୍ରମାଣିତ ହୋଇଛି  ।

tweet

ଏବେ ଭାରତ-ଚୀନ୍ ମଧ୍ୟରେ ସୀମାକୁ ନେଇ ବିବାଦ ଲାଗି ରହିଛି  । ଭାରତ ଶାନ୍ତି ଚାହୁଁଥିବା ବେଳେ ଚୀନ୍ ବାରମ୍ବାର ଧମକ ଦେଇଚାଲିଛି  । ଭାରତ ଓ ଚୀନ୍ ମଧ୍ୟରେ ଚାଲିଥିବା ବିବାଦ ଉପରେ ଆମେରିକା ନଜର ରଖିଛି  । ନିକଟରେ ହ୍ୱାଇଟ୍ ହାଉସ୍ ମଧ୍ୟ ଏହି ପ୍ରସଙ୍ଗରେ ଏକ ବିବୃତି  ଜାରିକରିଛି  । ଏହି ବିବୃତିରେ କୁହାଯାଇଛି ଯେ,  ଉଭୟ ଦେଶଙ୍କ ଉପରେ ଆମର ନଜର ଅଛି  । ଖୁବ୍ ଶୀଘ୍ର ଏହାର ସମାଧାନ ହେଉ ବୋଲି ହ୍ୱାଇଟ୍ ହାଉସ୍ ମତ ପ୍ରକାଶ କରିଛି ।

 

 

 

 

Leave a Reply