ଆମେରିକା ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ୨ ପ୍ରାର୍ଥୀ ମୁହାଁମୁହିଁ, ହେଲା ଖୁବ ହଙ୍ଗାମା

ଯୁକ୍ତରାଷ୍ଟ୍ର ଆମେରିକା: ଆମେରିକା ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ୨ ପ୍ରାର୍ଥୀଙ୍କ ମଧ୍ୟରେ ପ୍ରଥମ ଡିବେଟ୍ । ରାଷ୍ଟ୍ରପତି ତଥା ରିପବ୍ଲିକାନ୍ ପ୍ରାର୍ଥୀ ଡୋନାଲ୍‌ଡ ଟ୍ରମ୍ପ ଓ ଡେମୋକ୍ରାଟିକ୍ ପାର୍ଟିର ଜୋ ବିଡେନ୍‌ଙ୍କ ମଧ୍ୟରେ ନିର୍ବାଚନୀ ବିତର୍କ ଚାଲିଛି । ଓହିଓ କେଭଲ୍ୟାଣ୍ଡରେ ବିଭିନ୍ନ ପ୍ରସଙ୍ଗ ନେଇ ଉଭୟ ପ୍ରାର୍ଥୀ ନିଜ ବିଚାର ରଖିବା ସହ ଆଗାମୀ ଯୋଜନା ସଂପର୍କରେ ମତ ରଖୁଛନ୍ତି ।

କରୋନା ସଂକ୍ରମଣ ଓ ବର୍ଣ୍ଣବୈଷମ୍ୟ ନେଇ ଟ୍ରମ୍ପଙ୍କୁ ଟାର୍ଗେଟ୍ କରିଛନ୍ତି ବିଡେନ୍ । ବିଡେନ୍ କହିଛନ୍ତି, ଯେତେବେଳେ କରୋନା ମହାମାରୀ ବ୍ୟାପୁଥିଲା, ଟ୍ରମ୍ପ ସେତେବେଳେ ଷ୍ଟକ୍ ମାର୍କେଟ୍ ଦେଖୁଥିଲେ । ଟ୍ରମ୍ପ ଏପର୍ଯ୍ୟନ୍ତ ଆମେରିକାର ସବୁଠୁ ଖରାପ ରାଷ୍ଟ୍ରପତି । ସେପଟେ ତାଙ୍କ ସରକାର କରୋନା ମୁକାବିଲା ସଫଳତା ସହ କରିଛି ।

ଏଥିପାଇଁ ଚୀନ୍‌କୁ ଦାୟୀ କରିଛନ୍ତି ଟ୍ରମ୍ପ । ଭାରତ, ଚୀନ୍, ଋଷ କରୋନା ମୃତ୍ୟୁ ନେଇ ସଠିକ୍ ତଥ୍ୟ ଦେଇନଥିବା ଟ୍ରମ୍ପ ଅଭିଯୋଗ କରିଛନ୍ତି । ସେହିପରି ଟ୍ରମ୍ପ ଟ୍ୟାକ୍ସ ଭରୁନଥିବା ପ୍ରସଙ୍ଗ ମଧ୍ୟ ବିତର୍କରେ ଉଠିଥିଲା । ବର୍ଣ୍ଣ ବୈଷମ୍ୟ ନେଇ ଟ୍ରମ୍ପଙ୍କୁ ଟାର୍ଗେଟ୍ କରିଥିଲେ ବିଡେନ୍ । ଲୋକଙ୍କୁ ଏକାଠି କରିବା ବଦଳରେ ସେ ଘୃଣା ବଢାଉଥିବା ଅଭିଯୋଗ କରିଛନ୍ତି । ସେହିପରି ଟ୍ରମ୍ପଙ୍କ ଶାସନ ସମୟରେ ଆମେରିକା ସବୁଠୁ ଦୁର୍ବଳ, ଅସୁସ୍ଥ, ଗରୀବ ଓ ହିଂସକ ଦେଶ ହୋଇଥିବା ବିଡେନ୍ କହିଛନ୍ତି । ନଭେମ୍ବର ୩ରେ ଆମେରିକା ରାଷ୍ଟ୍ରପତି ନିର୍ବାଚନ ହେବ । ଏହାପୂର୍ବରୁ ଆଜି ଉଭୟ ପ୍ରାର୍ଥୀଙ୍କ ମଧ୍ୟରେ ପ୍ରଥମ ବିତର୍କ ହୋଇଛି ।

Leave a Reply