US Election 2020: ନିର୍ବାଚନ ଫଳାପଳ ପୂର୍ବରୁ ଭାରତ ବଜାରରେ ଉତ୍ସାହ, ସୁନା ହେଉ ବା ଟଙ୍କା ସବୁଠି ଫୂର୍ତ୍ତି

ନୂଆଦିଲ୍ଲୀ: ବିଜୟର ନିକଟତର ବାଇଡେନ: ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଏବେ ଆଇନର ଲଢ଼େଇ ମଧ୍ୟରେ ଫସିସାରିଛି । ତେବେ ଏଯାବତ ଗଣତିରୁ ସ୍ପଷ୍ଟ ହୋଇସାରିଛି ଯେ, ବାଇଡେନ ଡୋନାଲ୍ଚ ଟ୍ରମ୍ପକୁ ଖୁବ ପଛରେ ପକାଇ ସାରିଛନ୍ତି । ଏସବୁରୁ ଏହା ଜଣାପଡ଼ିଛି ଯେ, ଆମେରିକାକୁ ଖୁବ ଶୀଘ୍ର ନିଜର ନୂତନ ରାଷ୍ଟ୍ରପତି ମିଳିବାକୁ ଯାଉଛି ।

ଭାରତ ଉପରେ ପ୍ରଭାବ: ଆମେରିକାର ପରିବର୍ତ୍ତିତ ରାଜନୈତିକ ପରିସ୍ଥିତିକୁ ନେଇ ଭାରତୀୟ ବଜାର ଖୁବ ଉତ୍ସାହିତ । ଭାରତର ସେୟାର ବଜାରରେ ବର୍ତ୍ତମାନ ଖୁସିର ଲହରୀ ଥିବାବେଳେ ଟଙ୍କା ମଜବୁତ ହୋଇଛି, ଅନ୍ୟପଟେ ସୁନା ରୂପାର ଦାମ ମଧ୍ୟ ବଢ଼ିଛି ।

ସୁନା ରୂପା ବଜାରରେ ଭୂର୍ତ୍ତି: ଦିଲ୍ଲୀ ସରାଫା ବଜାରରେ ସୁନା ଦର ୭୯୧ ଟଙ୍କାରୁ ବୃଦ୍ଧି ପାଇ ୧୦ ଗ୍ରାମ ପିଛା ୫୧,୭୧୭ ଟଙ୍କାକୁ ବୃଦ୍ଧି ପାଇଛି । ପୂର୍ବ ବାଣିଜ୍ୟ ଅଧିବେଶନରେ ୧୦ ଗ୍ରାମ ପିଛା ସୁନା ୫୦,୯୨୬ ଟଙ୍କାରେ ବନ୍ଦ ହୋଇଥିଲା । ସୁନା ଭଳି ରୂପା ଦର ମଧ୍ୟ ୨,୧୪୭ ଟଙ୍କା ବଢ଼ି କିଲୋ ପ୍ରତି ୬୪,୫୭୮ ଟଙ୍କାରେ ପହଞ୍ଚି ଯାଇଛି । ପୂର୍ବ ଅଧିବେଶନରେ ରୂପା ଦାମ କିଲୋ ପ୍ରତି ୬୨,୪୩୧ ଟଙ୍କାରେ ବନ୍ଦ ହୋଇଥିଲା ।

ମଜବୁତ ହେଉଛି ଟଙ୍କା: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ମଧ୍ୟରେ ବିଦେଶୀ ପୋର୍ଟଫୋଲିଓ ନିବେଶ ହୋଇଥିବା ବୃଦ୍ଧି ହେତୁ ଟଙ୍କା ମଧ୍ୟ ମଜବୁତ ହୋଇଛି । ଶୁକ୍ରବାର ଦିନ ଆମେରିକା ଡଲାର ତୁଳନାରେ ୨୮ ପଇସାର ବୃଦ୍ଧି ସହ ୭୪.୦୮ ସ୍ତରରେ ବନ୍ଦ ହୋଇଛି । ଏହା ପୂର୍ବରୁ ଗୁରୁବାର ଦିନ ଆମେରିକା ଡଲାର ତୁଳନାରେ ଟଙ୍କା ୪୦ ପଇସା ମଜବୁତ ହୋଇ ୭୪.୩୬ ରେ ବନ୍ଦ ହୋଇଛି ।

ଦେଶରେ ଲଗାତାର ପାଞ୍ଚଦିନ ଧରି ସେୟାର ବଜାର ବୃଦ୍ଧି ପାଇପାରେ ଲାଗିଛି ।  ବିଏସଇ ସେନସେକ୍ସ ଶୁକ୍ରବାର ଦିନ ୫୩୩ ଅଙ୍କ ବଢ଼ି ୧୦ ମାସର ସବୁଠୁ ଉଚ୍ଚସ୍ତର ପାଖାପାଖି ବନ୍ଦ ହୋଇଛି । ଏହାପୂର୍ବରୁ ୧୪ ଜାନୁଆରୀରେ ସେନସେକ୍ସ ରେକର୍ଡ ୪୧,୯୫୨.୬୩ ଅଙ୍କରେ ବନ୍ଦ ହୋଇଥିଲା ।

ସପ୍ତାହ ମଧ୍ୟରେ ସେନସେକ୍ସ ୨,୨୭୯ ଅଙ୍କ ମଜବୁତ: ସେହିଭଳି, ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟୀ ୧୪୩.୨୫ ଅଙ୍କ ତଥା ୧.୧୮ ପ୍ରତିଶତ ବୃଦ୍ଧି ସହ ୧୨,୨୬୩.୫୫ ଅଙ୍କରେ ବନ୍ଦ ହୋଇଛି । ସପ୍ତାହ ମଧ୍ୟରେ ସେନସେକ୍ସ ୨,୨୭୯ ଅଙ୍କ ତଥା ୫.୭୫ ପ୍ରତିଶତ ମଜବୁତ ହୋଇଛି । ଅନ୍ୟପଟେ ନିଫ୍ଟୀ ୬୨୧.୧୫ ଅଙ୍କ ତଥା ୫.୩୩ ପ୍ରିଶତ ମଜବୁତ ହୋଇଛି ।

Leave a Reply