ବାଇଡେନ୍‌ଙ୍କ ପ୍ରଥମ ଅଭିଭାଷଣ: ‘ମୁଁ ଆମେରିକାର ରାଷ୍ଟ୍ରପତି, ଏଥିପାଇଁ ଗର୍ବିତ’

1 min read

ଓ୍ୱାସିଂଟନ୍‌: ରାଷ୍ଟ୍ରପତି ନିର୍ବାଚନରେ ​​ବିଜୟ ହେବା ପରେ ନିଜର ପ୍ରଥମ ଅଭିଭାଷଣ ରଖିଛନ୍ତି ଜୋ ବାଇଡେନ୍‌ । ସେ ନିଜ ବିଜୟକୁ ଐତିହାସିକ ବୋଲି ସମ୍ବାେଧନ କରିଛନ୍ତି । ଏହା ସହ ସେ କହିଛନ୍ତି, ଆମେରିକାର ରାଷ୍ଟ୍ରପତି ନିର୍ବାଚିତ ହେବା ପରେ ସେ ନିଜକୁ ଗର୍ବିତ ଅନୁଭବ କରୁଛନ୍ତି । ଆମେରିକା ତାଙ୍କୁ ନତୃତ୍ୱ ଭାବେ ବାଛିଥିବାରୁ ଏବଂ ତାଙ୍କ ଉପରେ ବିଶ୍ୱାସ ରଖିଥିବାରୁ ସମସ୍ତଙ୍କ ନିକଟରେ କୃତଜ୍ଞ । ସଂଯୁକ୍ତ ଆମେରିକାକୁ ବାଂଟିବା ନୁହେଁ ଯୋଡିବା ହେବ ତାଙ୍କ ପ୍ରାଥମ ଲକ୍ଷ୍ୟ । ସେ ଆହୁରି କହିଛନ୍ତି ‘ମୁଁ ଆମେରିକାର ରାଷ୍ଟ୍ରପତି, ମୋ ପାଇଁ ସମସ୍ତେ ସମାନ । ଯେଉଁମାନେ ମତେ ଭୋଟ ଦେଇନାହାନ୍ତି ସେମାନଙ୍କ ପାଇଁ ମଧ୍ୟ ମୁଁ ରାଷ୍ଟ୍ରପତି । ସେମାନଙ୍କ ଦାୟିତ୍ୱ ମଧ୍ୟ ମୋର ।

ଆମେରିକାବାସୀ ମୋ ଉପରେ ବିଶ୍ୱାସ ପ୍ରକଟ କରିଛନ୍ତି । ମୁଁ ସେମାନଙ୍କ ବିଶ୍ୱାସକୁ କେବେ ବି ଆଘାତ ଦେବି ନାହିଁ । ଆମ ପାଖରେ ଏକ ସୁନ୍ଦର ଭବିଷ୍ୟତ ନିର୍ମାଣ କରିବାର ଶକ୍ତି ରହିଛି । ଦେଶକୁ ଆମେ ଆଗକୁ ନେଇ ପାରିବା । ଏଥିପାଇଁ ଦେଶକୁ ଏକଜୁଟ୍‌ ହୋଇ ଆଗକୁ ବଢିବାକୁ ହେବ । ରାଷ୍ଟ୍ରପତି ଭାବେ ଦେଶକୁ ସେ ବ୍ଲୁ-ଏବଂ ରେଡ୍‌ ଷ୍ଟେଟ୍‌ ଭାବେ ଦେଖିବେ ନାହିଁ ବରଂ ସମ୍ପୂର୍ଣ୍ଣ ଆମେରିକାକୁ ସେ ସମାନ ନଜରରେ ଦେଖିବେ ।

ସୂଚନାଯୋଗ୍ୟ, ଆମେରିକାର ୪୬ ତମ ରାଷ୍ଟ୍ରପତି ହେବାର ସୌଭାଗ୍ୟ ମଣ୍ଡନ କରିଛନ୍ତି ଜୋ ବାଇଡେନ୍‌ । ମ୍ୟାଜିକ୍ ନମ୍ୱର ୨୭୦କୁ ଅତିକ୍ରମ କରି ୨୯୦ ଇଲେକ୍ଟୋରଲ୍ସ ଭୋଟ ପାଇଛନ୍ତି । ଏହା ଦ୍ୱାରା ସେ ହ୍ୱାଇଟ୍ ହାଉସରେ ସ୍ଥାନ ପକ୍କା କରିଛନ୍ତି । ବାଇଡେନ୍‌ଙ୍କ ସହ କମଲା ହ୍ୟାରିସ ମଧ୍ୟ ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି । ସେ ଭାରତୀୟ ବଂଶଦ୍ଭୋବ ହୋଇଥିବା ହେତୁ ଏଥରର ନିର୍ବାଚନର କେନ୍ଦ୍ର ବିନ୍ଦୁରେ ମଧ୍ୟ ରହିଥିଲେ ।

Leave a Reply