ରେକର୍ଡ ଅପେକ୍ଷାରେ ଆମେରିକା ନିର୍ବାଚନ, ଟ୍ରମ୍ପ ହାରନ୍ତୁ କି ଜିତନ୍ତୁ..!

America Election

ଆମେରିକା: ଆମେରିକା ନିର୍ବାଚନରେ ଯାହା ବି ଫଳାଫଳ ହେଉ । ଏଥର କିନ୍ତୁ ନୂଆ ରେକର୍ଡ ସୃଷ୍ଟି ହେବାକୁ ଯାଉଛି । ଆମେରିକା ଇତିହାସରେ ପ୍ରଥମ ଥର ପାଇଁ ମହାମାରୀ ସମୟରେ ନିର୍ବାଚନ ହେଉଛି । ଏହି କରୋନା ମହାମାରୀ ପାଇଁ କେବଳ ଆମେରିକା ନୁହେଁ, ସାରା ବିଶ୍ୱ ପ୍ରଭାବିତ ହୋଇଛି । ସେଥିପାଇଁ ଏହି ନିର୍ବାଚନ ବିଶେଷ ଭାବେ ପ୍ରଭାବିତ ହୋଇଛି ବୋଲି କୁହାଯାଉଛି । ପୂର୍ବରୁ ୧୯୧୮ରେ ମଧ୍ୟବର୍ତ୍ତିକାଳିନ ନିର୍ବାଚନ ବେଳେ ମଧ୍ୟ ଏଭଳି ସ୍ଥିତି ଦେଖିବାକୁ ମିଳିଥିଲା । କିନ୍ତୁ ବର୍ତ୍ତମାନ ଭଳି ସ୍ଥିତି ସୃଷ୍ଟି ହୋଇନଥିଲା । ସେହି ସମୟରେ ପ୍ରଥମ ବିଶ୍ୱଯୁଦ୍ଧ ସହ ସ୍ପାନିଶ୍‌ ଫ୍ଲୁ ପାଇଁ ସାରା ଆମେରିକା ପ୍ରଭାବିତ ହୋଇଥିଲା ।

America Election

ଏଥିସହ କରୋନା ପାଇଁ ମତଦାନ ପ୍ରକ୍ରିୟା ମଧ୍ୟ ବଦଳିଛି । ମେଲ ମାଧ୍ୟମରେ କିମ୍ବା ସମୟ ପୂର୍ବରୁ ଭୋଟ ଦେବା ପାଇଁ ବ୍ୟବସ୍ଥା କରାଯାଇଛି । ଆମେରିକା ଇତିହାସରେ ପ୍ରଥମ ଥର ପାଇଁ ୧୦ କୋଟି ଲୋକ ସମୟ ପୂର୍ବରୁ ଭୋଟ ଦେଇଛନ୍ତି । ୨୦୨୦ ରାଷ୍ଟ୍ରପତି ନିର୍ବାଚନ, ଆମେରିକା ଇତିହାସର ସବୁଠୁ ମହଙ୍ଗା ନିର୍ବାଚନ ସାବ୍ୟସ୍ତ ହୋଇଛି । ଏହି ନିର୍ବାଚନ ପାଇଁ ୧୪ ବିଲିୟନ ଡଲାର ଖର୍ଚ୍ଚ ହୋଇଛି । ଗତ ଦୁଇ ନିର୍ବାଚନକୁ ନେଇ ଏହି ଆକଳନ କରାଯାଇଛି । ଏପଟେ ଯଦି ଡୋନାଲ୍ଡ ଟ୍ରମ୍ପ ଏହି ନିର୍ବାଚନ ହାରୁଛନ୍ତି, ତାହେଲେ ମଧ୍ୟ ରେକର୍ଡ ସୃଷ୍ଟି ହେବ । ଟ୍ରମ୍ପ ପ୍ରଥମ ରାଷ୍ଟ୍ରପତି ହେବେ ଯେ କି ପୂର୍ବତନ ଉପରାଷ୍ଟ୍ରପତି ଜୋ ବିଡେନଙ୍କ ଠାରୁ ହାରିବେ ।

Jo Biden

ଯଦି ଟ୍ରମ୍ପ ଏହି ନିର୍ବାଚନ ଜିତୁଛନ୍ତି ତାହେଲେ ପ୍ରଥମ ଥର ପାଇଁ ଲଗାତାର ୪ ଜଣ ରାଷ୍ଟ୍ରପତି ଦ୍ୱିତୀୟ ଥର ପାଇଁ କାର୍ଯ୍ୟଭାର ସମ୍ଭାଳିବେ । ପୂର୍ବରୁ ବିଲ୍ କ୍ଲିଣ୍ଟନ୍‌, ଜର୍ଜ ଡବ୍ଲୁ ବୁଶ, ବାରାକ ଓବାମା ଦ୍ୱିତୀୟ ଥର ନିର୍ବାଚନରେ ବିଜୟ ହାସଲ କରିଥିଲେ । ଏଥିସହ ଡୋନାଲ୍ଡ ଟ୍ରମ୍ପ୍‌ ଯଦି ଏହି ନିର୍ବାଚନ ହାରୁଛନ୍ତି ଏକ ନିଆରା ରେକର୍ଡ ହେବାକୁ ଯାଉଛି । କାରଣ ଜୋ ବିଡେନ ଶେଷଥର ପାଇଁ ରାଷ୍ଟ୍ରପତି ନିର୍ବାଚନ ଲଢୁଛନ୍ତି । ୨୦୨୪ରେ ବିଡେନ ଆଉ ନିର୍ବାଚନ ଲଢିପାରିବେ ନାହିଁ । କାରଣ ସେ ପୂର୍ବରୁ ଉପରାଷ୍ଟ୍ରପତି ରହିସାରିଛନ୍ତି । ତେଣୁ ଆମେରିକାବାସୀଙ୍କୁ ଲଗାତାର ତୃତୀୟ ଥର ମଧ୍ୟ ନୂଆ ରାଷ୍ଟ୍ରପତି ବାଛିବାକୁ ପଡିବ ।

ଜୋ ବିଡେନ୍‌ ଏଥର ରାଷ୍ଟ୍ରପତି ହେଲେ ପ୍ରଥମ ଥର ପାଇଁ ସେ ଡେଲାଓ୍ୱେରୁ ପ୍ରଥମ ବ୍ୟକ୍ତି ଭାବେ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି । ପୂର୍ବରୁ ଡେଲାଓ୍ୱେରରୁ କେହି ବି ରାଷ୍ଟ୍ରପତି ହୋଇନାହାନ୍ତି । ଏଥିସହ ଆମେରିକାରେ ପୂର୍ବତନ ଉପରାଷ୍ଟ୍ରପତି, ରାଷ୍ଟ୍ରପତି ଆସନରେ ବସିବାରେ ମଧ୍ୟ ରେକର୍ଡ ସୃଷ୍ଟି କରିବେ ।

ଜୋ ବିଡେନ ବିଜୟ ହେଲେ ଆମେରିକା ପ୍ରଥମ ଥର ପାଇଁ ଜଣେ ମହିଳାଙ୍କୁ ଉପରାଷ୍ଟ୍ରପତି ଭାବେ ଦେଖିବ । ପୂର୍ବରୁ କେବେ ବି ମହିଳା, ଉପରାଷ୍ଟ୍ରପତି ନିର୍ବାଚନ ଲଢିନାହାନ୍ତି । କମଲା ହ୍ୟାରିଶ ଆମେରିକାର ଉପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ଲଢୁଛନ୍ତି ।

Leave a Reply