ଆମେରିକାରେ ଛାତ୍ରଙ୍କ ପାଗଳାମି, କିଏ ପ୍ରଥମେ ହେବ କରୋନା ଆକ୍ରାନ୍ତ ?

1 min read
US: College students in Alabama throw 'Covid-19 parties to get infected.

ଟସ୍କାଲୋସା, ଆଲାବାମା: ଯୁକ୍ତରାଷ୍ଟ୍ରରେ କରୋନା ଭାଇରସ୍ ମାମଲା କ୍ରମାଗତ ବୃଦ୍ଧି ଘଟିବାରେ ଲାଗିଛି । ତେବେ ଏଭଳି ବିଷମ ପରିସ୍ଥିତିରେ ଆଲାବାମା ସହରର କିଛି କଲେଜ ଛାତ୍ର ଏକ ନିଆରା ପ୍ରତିଯୋଗିତା ଆରମ୍ଭ କରିଛନ୍ତି ।

ସେ ଏକ ପାର୍ଟିର ଆୟୋଜନ କରିଛନ୍ତି । ଆଉ ଏହି ପାର୍ଟିରେ କିଏ ପ୍ରଥମେ କରୋନା ଆକ୍ରାନ୍ତ ହେଉଛି ସେନେଇ ପ୍ରତିଯୋଗିତା କରାଯାଉଛି । ଏନେଇ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

US College students 'Covid-19 parties'

ଖବର ଅନୁଯାୟୀ, ଟସ୍କାଲୋସା ସିଟି କାଉନ୍‌ସିଲର ସୋନିଆ ମ୍ୟାକକିନ୍‌ଷ୍ଟ୍ରୀ କହିଛନ୍ତି ଯେ, ଛାତ୍ରମାନେ ପରସ୍ପରକୁ କୋଭିଡ୍‌ -୧୯ ସଂକ୍ରମିତ କରିବା ପାଇଁ ‘ଉଦ୍ଦେଶ୍ୟମୂଳକ’ ଭାବେ ଏହି ପାର୍ଟିର ଆୟୋଜନ କରିଥିଲେ । ଛାତ୍ରମାନେ ଏହି ପାର୍ଟିରେ କୋଭିଡ୍ -୧୯ ପଜିଟିଭ୍ ଥିବା କିଛି ବ୍ୟକ୍ତିଙ୍କୁ ଅତିଥି ଭାବେ ଆମନ୍ତ୍ରଣ ମଧ୍ୟ କରିଥିଲେ । ସେମାନେ ଏକ ମାଠିଆରେ ଟଙ୍କା ମଧ୍ୟ ରଖିଥିଲେ, ଯିଏ ପ୍ରଥମେ କରୋନା ଆକ୍ରାନ୍ତ ହେବ ତାଙ୍କୁ ଏହି ଟଙ୍କା ଦିଆଯିବ ।

ଆମେରିକା ବର୍ତ୍ତମାନ କରୋନା ଗଡରେ ପରିଣତ ହୋଇଛି । ଲୋକ ସେଠାରେ ସାମାଜିକ ଦୂରତାକୁ ମାନୁ ନାହାନ୍ତି । ଏମିତିରେ ବିଶେଷଜ୍ଞ ଆମେରିକାରେ ଦିନକୁ ଏକ ଲକ୍ଷ କରୋନା ମାମଲା ସାମ୍ନାକୁ ଆସିବ ବୋଲି ଚେତାବନୀ ଦେଇ ସାରିଲେଣି । ତାହାରି ଭିତରେ କଲେଜ ଛାତ୍ରଙ୍କ ଏଭଳି ପାଗଳାମୀ ପ୍ରଶାସନର ଚିନ୍ତା ବଢାଇ ଦେଇଛି ।

Leave a Reply