ବିଶ୍ବରେ ୧୮ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା…ଆମେରିକା ଓ ସ୍ପେନରେ ସ୍ଥିତି ସଙ୍ଗୀନ

ସମଗ୍ର ବିଶ୍ବ ଏବେ କରୋନା କବଳରେ । କରୋନା ଭାଇରସକୁ ମାତ୍‌ ଦେବାକୁ ଜିଲ୍ଲାସ୍ତରରୁ କାମ ଚାଲିଛି । ପ୍ରତ୍ୟେକ ଜିଲ୍ଲାରେ କୋଭିଡ ହସ୍ପିଟାଲ କାର୍ଯ୍ୟକ୍ଷମ ହେବାକୁ ଯାଉଛି । ପ୍ରତିଦିନ ୧୬ ହଜାରରୁ ଅଧିକ ଟେଷ୍ଟ ହେଉଛି । ମୁମ୍ବାଇ ଓ ରାଜସ୍ଥାନରେ ୨୪ଘଣ୍ଟା ମଧ୍ୟରେ ୧୦୦ରୁ ଅଧିକ ଲେଖାଏଁ ପଜିଟିଭ ଚିହ୍ନଟ ହୋଇଛନ୍ତି । ଦିଲ୍ଲୀରେ ମଧ୍ୟ ଟେଷ୍ଟ ବଢିବା ପରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏମ୍‌ସ ପକ୍ଷରୁ ନର୍ସମାନଙ୍କୁ ଭାଇରସ ମୁକାବିଲା ପାଇଁ ଟ୍ରେନିଂ ଦିଆଯାଉଛି । ଆଗକୁ ମଧ୍ୟ ବିଭିନ୍ନ ପର୍ଯ୍ୟାୟରେ ଟ୍ରେନିଂ ଦିଆଯିବ । ଅନ୍‌ଲାଇନରେ ସେମିନାର ଆୟୋଜନ କରାଯାଉଛି । ଦେଶରେ ଆବଶ୍ୟକତାରୁ ଯଥେଷ୍ଟ ପରିମାଣର ଔଷଧ ଉପସ୍ଥିତ ରହିଛି । ଯଥେଷ୍ଟ ପରିମାଣର ଆଇସୋଲେସନ ବେଡ୍‌ ପ୍ରସ୍ତୁତ ହୋଇସାରିଛି । ଆଗକୁ ସ୍ଥିତି ଖରାପ ହେଲେ ବି ସରକାର ମୁକାବିଲା କରିବାକୁ ପ୍ରସ୍ତୁତ ଅଛନ୍ତି ।

ରାଜ୍ୟ ଓ କେନ୍ଦ୍ର ସରକାର ମିଳିମିଶି କାମ କରୁଛନ୍ତି ବୋଲି ସ୍ବାସ୍ଥ୍ୟମନ୍ତ୍ର।ଳୟ ପକ୍ଷରୁ ସୂଚନା ଦିଆଯାଇଛି । ସେପଟେ ବିଶ୍ବ ସ୍ତରରେ ମଧ୍ୟ ସାଂଘାତିକ ହେଲାଣି କରୋନା ସ୍ଥିତି । ଆକ୍ରାନ୍ତଙ୍କ ସଂଖ୍ୟା ୧୮ ଲକ୍ଷ ପାର ହେଲାଣି । ଆମେରିକାରେ ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ ୫ ଲକ୍ଷ ୩୩ ହଜାର ଟପିଲାଣି । ତା ପଛକୁ ରହିଛି ସ୍ପେନ, ସେଠାରେ ୧ ଲକ୍ଷ ୬୬ ହଜାର ପଜିଟିଭ୍‌ କେସ୍‌ ଟପିଲାଣି । ଇଟାଲୀ, ଫ୍ରାନ୍ସ ଜର୍ମାନୀରେ ଆକ୍ରାନ୍ତଙ୍କ ସଂଖ୍ୟା ଲକ୍ଷେ ୩୦ ହଜାର ପାର ହେଲାଣି । ସ୍ପେନରେ ଗତ ୨ ଦୁଇ ଦିନ ମଧ୍ୟରେ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Leave a Reply