‘ପଶ୍ଚିମବଙ୍ଗରେ ବଢ଼ି ଚାଲିଛି ଗୁଣ୍ଡାରାଜ’

1 min read

କୋଲକାତା: ନିର୍ବାଚନ ବର୍ଷରେ ପଶ୍ଚିମବଙ୍ଗ ଦଖଲ ପାଇଁ ବିଜେପି ଓ ଟିଏମସି ମଧ୍ୟରେ ଚାଲିଛି ଜୋରଦାର ଲଢେଇ । ବିଜେପି ପାଇଁ ଆଜି ପ୍ରଚାରର ମଙ୍ଗ ଧରି ହିନ୍ଦୁତ୍ୱ କାର୍ଡ ଖେଳିବା ସହ ମମତା ବାନାର୍ଜୀଙ୍କୁ ଟାର୍ଗେଟ୍ କରିଥିଲେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ପଶ୍ଚିମବଙ୍ଗରେ ଗୁଣ୍ଡାରାଜ ବଢିଚାଲିଛି । ବୟସ୍କମାନେ ନିଜକୁ ସୁରକ୍ଷିତ ମଣୁନାହାଁନ୍ତି । ଟିଏମସି ସରକାର ରାଜ୍ୟବାସୀଙ୍କୁ ସୁରକ୍ଷା ଯୋଗାଇ ଦେବାରେ ଫେଲ୍ ମାରିଛନ୍ତି ବୋଲି କହିଛନ୍ତି ଯୋଗୀ । ଜୟ ଶ୍ରୀରାମ ନାରା ଦେଲେ ଦିଦି କାହିଁକି ରାଗି ଯାଉଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । ସେହିଭଳି CAA ଓ ଲଭ୍ ଜିହାଦି ପ୍ରସଙ୍ଗରେ ମମତା ସରକାରଙ୍କୁ ଟାର୍ଗେଟ୍ କରିଥିଲେ ଯୋଗୀ ଆଦିତ୍ୟନାଥ ।

ଆସନ୍ତା ମାସରେ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ବିଜେପି ପାଇଁ ଅଡ଼ୁଆ ବଢ଼ିଛି । ବିଜେପି ଏହି ରାଜ୍ୟରେ ଜୋରସୋରେ ନିର୍ବାଚନ ନେଇ ପ୍ରସ୍ତୁତି ଆରମ୍ଭ କରିଦେଇଛି । କେରଳ, ପୁଡୁଚେରୀରେ ବିଜେପି ନିଜର ପତିଆରା ବିସ୍ତାର କରିବାକୁ ଚେଷ୍ଟା କରୁଥିବା ବେଳେ ଆସାମ ଓ ପଶ୍ଚିମବଙ୍ଗରେ ଦଳର ସ୍ଥିତି ବିରୋଧୀଙ୍କ ପାଇଁ ମୁଣ୍ଡ ବ୍ୟାଥରା କାରଣ ପାଲଟିଛି । ଏହାରି ମଧ୍ୟରେ ମିଳିତ କୃଷକ ମୋର୍ଚ୍ଚା ପକ୍ଷରୁ ଘୋଷଣା ହୋଇଛି ଯେ, ପାଞ୍ଚ ରାଜ୍ୟର ନିର୍ବାଚନରେ ବିଜେପିକୁ ଭୋଟ ନ ଦେବାକୁ ଅପିଲ କରିବ ।

ଏଥିସହିତ ପଢ଼ନ୍ତୁ: କୃଷକ ଆନ୍ଦୋଳନ: ୫ ରାଜ୍ୟର ନିର୍ବାଚନରେ ବିଜେପି ବିରୋଧରେ ପ୍ରଚାର କୃଷକ ମୋର୍ଚ୍ଚା

Leave a Reply