ଭାରସାମ୍ୟ ହରାଇ ଟ୍ରକକୁ ଧକ୍କା ଦେଲା ବରଯାତ୍ରୀ ଗାଡ଼ି , ୧୪ ମୃତ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ପ୍ରତାପଗଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୪ ଜଣଙ୍କ ମୃତ୍ୟୁ ହୋଇଛି । ମାଣିକପୁର ଥାନା ଦେଶରାଜ ଇନାରାରେ ଦୁର୍ଘଟଣା । ବରଯାତ୍ରୀ ଗାଡ଼ି ଭାରସାମ୍ୟ ହରାଇ ଟ୍ରକକୁ ଧକ୍କା ଦେଇଛି । ଶେଖପୁର ଗାଁରେ ବିବାହ ସମାରୋହରେ ସାମିଲ ହୋଇ ଫେରୁଥିବା ବେଳେ ଦୁର୍ଘଟଣା ହୋଇଥିବା ସୂଚନା ମିଳିଛି । ମୃତକଙ୍କ ମଧ୍ୟରେ ୬ଜଣ ଶିଶୁ ଥିବା ଜଣାପଡିଛି । ଗ୍ୟାସ କଟରରେ କାଟି ସମସ୍ତ ମୃତଦେହ ବାହାର କରାଯିବା ପରେ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।

ଏକ ବିବାହ ସମାରୋହରେ ଯୋଗଦେବା ପରେ ସମସ୍ତ ବରଯାତ୍ରୀ ଘରକୁ ଫେରୁଥିଲେ। ଏହି ଦୁର୍ଘଟଣାର ଶିକାର ହୋଇଥିବା ୧୪ ଜଣଙ୍କ ମଧ୍ୟରୁ ୬ ଜଣ ନାବାଳକ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୋଲେରୋ କାରକୁ ଗ୍ୟାସ କଟର ସାହାଯ୍ୟରେ କାଟି ସମସ୍ତ ୧୪ ଜଣଙ୍କ ମୃତଦେହ ବାହାର କରିଥିଲା। ପୋଲିସ ଉଦ୍ଧାର କରିବାକୁ ପ୍ରାୟ ଦୁଇ ଘଣ୍ଟା ସମୟ ଲାଗିଥିଲା । ସମସ୍ତଙ୍କ ମୃତଦେହକୁ ପୋଲିସ ପୋଷ୍ଟମର୍ଟମ ପାଇଁ ପଠାଇଛି।

ପ୍ରତାପଗଡରେ ସଡ଼କ ଦୁର୍ଘଟଣାରେ ସିଏମ ଯୋଗୀ ଆଦିତ୍ୟନାଥ ଦୁଃଖ ପ୍ରକାଶ କରିଛନ୍ତି । ଅଧିକାରୀମାନଙ୍କୁ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ପୀଡ଼ିତଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

 

Leave a Reply