ଅନ୍‌ଲକ୍ ୫.୦ ନେଇ ଗାଇଡଲାଇନ୍ ଜାରି: ଜାଣନ୍ତୁ ପ୍ରେକ୍ଷାଳୟ ସହ କ’ଣ କ’ଣ ଖୋଲିବ

ନୂଆଦିଲ୍ଲୀ: ଏଣିକି ଦେଶରେ ଖୋଲିବ ପ୍ରେକ୍ଷାଳୟ । ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ପ୍ରେକ୍ଷାଳୟ ଖୋଲିପାରିବ । ଅକ୍ୱୋବର ୧୫ରୁ ପ୍ରେକ୍ଷାଳୟ ଖୋଲିବାକୁ ଅନୁମତି ଦେଇଛନ୍ତି କେନ୍ଦ୍ର ସରକାର । ଏ ନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଅନଲାକ୍ ୫.୦ ନେଇ ଜାରି ଗାଇଡଲାଇନରେ ଉଲ୍ଲେଖ ରହିଛି । ଏଥିସହିତ ମଲ୍ଟିପ୍ଳେକ୍ସ, ଥିଏଟର ମଧ୍ୟ ଖୋଲାଯାଇପାରିବ ।

When will cinema halls open in India?

ଏ ନେଇ ଆବଶ୍ୟକ ଏସ୍‌ଓପି ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯିବ । ସୁଇମିଂ ପୁଲକୁ ଟ୍ରେନିଂ ଏବଂ କ୍ରୀଡ଼ାବିତମାନେ ବ୍ୟବହାର କରିପାରିବେ । ଏ ନେଇ କ୍ରୀଡ଼ା ମନ୍ତ୍ରାଳୟ ପକ୍ଷରୁ ଏସ୍‌ଓପି ଜାରି କରାଯିବ । ମନୋରଞ୍ଜନ କେନ୍ଦ୍ର, ପାର୍କ ଭଳି ସ୍ଥାନକୁ ଖୋଲିବା ନେଇ ମଧ୍ୟ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନୁମତି ଦିଆଯାଇଛି । ଏ ସମ୍ପର୍କିତ ଏସ୍ଓପି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଏସଓପି ଜାରି କରାଯିବ ।

Watch: Jayanagar swimming pool will finally be inaugurated today

ଅପରପକ୍ଷରେ ସ୍କୁଲ, କଲେଜ, କୋଚିଂ ସେଣ୍ଟର ଓ ଅନ୍ୟ ଶିକ୍ଷାନୁଷ୍ଠାନ ଖୋଲିବା ସମ୍ପର୍କିତ ନିଷ୍ପତ୍ତି ନେଇ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟ ନେଇପାରିବେ । ତେବେ ଏ ନେଇ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳମାନେ ଅକ୍ଟୋବର ୧୫ ପରେ ନିଷ୍ପତ୍ତି ନେଇପାରିବେ । ସ୍କୁଲ, କଲେଜ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ନିଷ୍ପତ୍ତି ନେଇପାରିବେ ।

Maharashtra: Tussle between schools, parents intensifies over payment of  fee | Education News,The Indian Express

ତେବେ ଅନଲାଇନ୍ ଏବଂ ଡିଷ୍ଟାନ୍ସ କ୍ଳାସ୍ ମଧ୍ୟ ଜାରି ରହିବ । ଯେଉଁ ସ୍କୁଲମାନେ ଅନ୍‌ଲାଇନ୍ କ୍ଳାସ୍ କରୁଛନ୍ତି ସେଠାରେ ଛାତ୍ରଛାତ୍ରୀମାନେ ଚାହିଁଲେ ଅନ୍‌ଲାଇନ୍ ମାଧ୍ୟରେ କ୍ଳାସ୍ କରିପାରିବେ ନଚେତ୍ ସିଧାସଳଖ ସ୍କୁଲ ଯାଇ ମଧ୍ୟ କ୍ଳାସ୍ କରିପାରିବେ । ଅଭିଭାବକଙ୍କ ଲିଖିତ ଅନୁମତି ଆଧାରରେ ହିଁ ଛାତ୍ରଛାତ୍ରୀମାନେ ସ୍କୁଲକୁ ଆସିପାରିବେ । କ୍ଳାସ୍‌ ଆରମ୍ଭ ହେଲେ ଛାତ୍ରଛାତ୍ରୀ ସ୍କୁଲ ଆସିବା ଓ ନଆସିବା ଏହା ଅଭିଭାବକଙ୍କ ସମ୍ମତି ଉପରେ ହିଁ ନିର୍ଭର କରେ । ଏ ନେଇ କୌଣସି ପ୍ରକାର ବାଧ୍ୟ କରାଯାଇପାରିବନାହିଁ ।

ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଗୁଡ଼ିକ ସ୍କୁଲ, କଲେଜ ଓ ଅନ୍ୟ ଶିକ୍ଷାନୁଷ୍ଠାନ ଖୋଲିବା ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ଜାରି ଏସଓପିକୁ  ଆଧାର କରି ନିଜସ୍ୱ ଏସ୍‌ଓପି ଜାରି କରିବେ । ଯେଉଁ ସ୍କୁଲଗୁଡ଼ିକ ଖୋଲିବ ସେଠାକାର ସରକାରଙ୍କ ପକ୍ଷରୁ ଜାରି ଏସଓପି ମାନିବାକୁ ବାଧ୍ୟ । ତେବେ ଉଚ୍ଚଶିକ୍ଷା ବିଭାଗ ଓ ଶିକ୍ଷା ବିଭାଗ ସ୍କୁଲ ଓ କଲେଜ ଖୋଲିବା ନେଇ ସମୟ ନିର୍ଦ୍ଧାରଣ କରିପାରନ୍ତି ।

Leave a Reply