ବନ୍ୟା ପରେ ଧାନକ୍ଷେତକୁ ବ୍ୟାପିଛି ଅଜଣା ରୋଗ, କାମ ଦେଉନି କୀଟନାଶକ…

କେନ୍ଦୁଝର: ଧାନ ଫସଲରେ ଥୋଡ଼ ବାହାରିବା ବେଳକୁ କ୍ଷେତକୁ ଘାରିଛି ଅଜଣା ରୋଗ । ଯେତେ ପ୍ରକାରର ସାର ଓ କୀଟନାଶକ ପ୍ରୟୋଗ କଲେ ବି କୌଣସି ସୁଧାର ଆସୁନାହିଁ । ଫଳରେ ସମୟ ପୂର୍ବରୁ ଶହ ଶହ ହେକ୍ଟର ଜିମିରେ ଧାନ ଗଛ ହଲଦିଆ ପଡିଯାଉଥିବା ବେଳେ ଋଣ କରି ଚାଷ କରିଥିବା ଚାଷୀ ଏବେ ଚିନ୍ତାରେ । ଏଭଳି ସ୍ଥିତି ଦେଖିବାକୁ ମିଳିଛି, କେନ୍ଦୁଝର ହାଟଡିହି ଜିଲ୍ଲାରୁ ।

ଜିଲ୍ଲାରେ ହୋଇଥିବା ଧାନଟାଷରେ ଏକ ଅଜଣା ରୋଗ ଦେଖା ଦେଇଛି । ବନ୍ୟା ପରେଏହି ପ୍ରକାର ରୋଗ ଧାନଗଛରେ ଦେଖାଦେଇଛି ବୋଲି ଚାଷୀମାନେ କହିଛନ୍ତି । ତେବେ ସବୁଠାରୁ ବଡ଼ ସମସ୍ୟା ଏହା ଯେ କୀଟନାଶକ ପ୍ରୟୋଗର ପ୍ରଭାବ ମଧ୍ୟ ଦେଖିବାକୁ ମିଳୁନି । ଏଭଳି ହେବା ଦ୍ୱାରା ଚାଷୀମାନେ ଭୀଷଣ ସମସ୍ୟା ଭିତରକୁ ଠେଲି ହୋଇ ଯାଇଛନ୍ତି ।

 

ଚାଷୀଙ୍କ ଋଣଭାର ମଧ୍ୟ ଚଳିତ ଥର ବଢିଛି । ବନ୍ୟା ପରେ ଚାଷ କରିବା କେତେ କଷ୍ଟ ହୋଇଛି ସେକଥା କେବଳ ଚାଷୀ ଜାଣିଛି । ତେବେ ଏଭଳି ରୋଗର ସମାଧାନ ପାଇଁ କଣ କରାଯିବ ସେ ନେଇ ଚାଷୀ ନିରୂପାୟ । ସରକାର ଏନେଇ କଣ ଚିନ୍ତା କରୁଛନ୍ତି ତାହା ଏବେ ଚାଷୀ ଜାଣିବାକୁ ଚାହୁଁଛନ୍ତି । ଅନ୍ୟପକ୍ଷରେ ଜିଲ୍ଲା କୃଷି ଅଧିକାରୀଙ୍କ କହିବା କଥା ବନ୍ୟା ଯୋଗୁଁ ଏଭଳି ପରିସ୍ଥିତି ଉପୁଜିଛି । ଆବଶ୍ୟକ ପରିମାଣର କୀଟନାଶକ ସିଞ୍ଚନ କଲେ ସମସ୍ୟାର ସମାଧାନ ହୋଇପାରିବ ।

Leave a Reply