ଆମେରିକାରେ ୨୪ ଘଣ୍ଟାରେ ୯,୩୬,୨୯୩ ଆକ୍ରାନ୍ତ; ୨୪୯୪ ମୃତ

1 min read

କରୋନା ମହାମାରୀ ଏବେ ସାରା ବିଶ୍ୱକୁ ଭୟଭୀତ କରି ରଖିଛି । ବିଶ୍ୱର ଅନେକ ଆଗୁଆ ଦେଶମାନେ ମଧ୍ୟ କରୋନା ମହାମାରୀ ସହ ଳଢ଼େଇ କରି ହାର୍‌ ମାନିଥିବା ଦେଖାଯାଇଛି । ଏମିତିକି ଆମେରିକା ଇଟାଲୀ ଭଳି ଅଗ୍ରଣୀ ଦେଶ ମଧ୍ୟ କରୋନା ଆତଙ୍କରୁ ବର୍ତ୍ତିପାରି ନାହାନ୍ତି । ସେମାନେ କରାେନା ଯୁଦ୍ଧାରେ ଦୟନୀୟ ଅବସ୍ଥା ହୋଇସାରିଛନ୍ତି ।

ତେବେ ଆମେରିକା ସବୁଠାରୁ ବେଶୀ କ୍ଷତି ସହିଛି । ଏବେ ସୁଦ୍ଧା ଆମେରିକାରେ ୫୩ ହଜାର ୫୧୧ ଜଣଙ୍କର ମୁଣ୍ଡ ନେଲାଣି କରୋନା । ଏହା ସହ ମୋଟ ୯ ଲକ୍ଷ ୩୬ ହଜାର ୨୯୩ ଜଣ ଏବେ ସଦ୍ଧା ଆକ୍ରାନ୍ତ ଥିବା ଜଣାପଡ଼ିଛି । ଖାଲି ସେତିକି ନୁହେଁ ଗତ ୨୪ ଘଣ୍ଟା ମଧ୍ୟରେ ୨ ହଜାର ୪୯୪ ଜଣଙ୍କ କରୋନା ଆକ୍ରାନ୍ତରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଏନେଇ ଆନ୍ତର୍ଜାତୀୟ ଗଣମାଧ୍ୟମରୁ ସୂଚନା ମିଳିଛି ।

Leave a Reply