୨୦ ପଇସା ବଢିଲା ବିଦ୍ୟୁତ୍ ଦର, ଚାଷୀ ଓ ବିପିଏଲ ଗୋଷ୍ଠୀଙ୍କ ଉପରେ ଲାଗୁ ହେବନି ବର୍ଦ୍ଧିତ ଦର…

1 min read

ଭୁବନେଶ୍ୱର: ବିଜୁଳି ଦର ବଢିଲା । ଦୁଇବର୍ଷ ପରେ ବିଦ୍ୟୁତ ଦର ୟୁନିଟ ପିଛା ୨୦ ପଇସା ବଢାଇଛି ଓଡିଶା ବିଦ୍ୟୁତ ନିୟାମକ ଆୟୋଗ । ଅକ୍ଟୋବର ପହିଲାରୁ ଏହି ବର୍ଦ୍ଧିତ ଦର ଲାଗୁ ହେବ । ନୂଆ ବିଦ୍ୟୁତ ଦର ଅନୁଯାୟୀ ଘରୋଇ ଉପଭୋକ୍ତା ପାଇଁ ପ୍ରଥମ ୫୦ ୟୁନିଟ ପୂର୍ବରୁ ୨.୫୦ ପଇସା ଥିବାବେଳେ ଏବେ ୨ଟଙ୍କା ୭୦ ପଇସା ହୋଇଛି ।

ସେହିପରି ୫୦ ରୁ ୨୦୦ ୟୁନିଟ ପର୍ଯ୍ୟନ୍ତ ଦର ୪ଟଙ୍କା ୩୦ ପଇସା ଥିବାବେଳେ ଏବେ ତାହା ୪.୫୦ ପଇସା ହୋଇଛି । ସେହିପରି ୨୦୦ରୁ ୪୦୦ ୟୁନିଟ ପର୍ଯ୍ୟନ୍ତ ଦର ୫ଟଙ୍କା ୩୦ ପଇସା ଥିବାବେଳେ ୫ଟଙ୍କା ୫୦ ପଇସାକୁ ବଢିଛି ବିଦ୍ୟୁତ ଦର । ସେହିପରି ୪୦୦ ୟୁନିଟରୁ ଅଧିକ ବିଦ୍ୟୁତ ବିନିଯୋଗ ପାଇଁ ପୂର୍ବରୁ ଦର ୫ଟଙ୍କା ୫୦ ପଇସା ଥିବା ବେଳେ ଏବେ ୫ ଟଙ୍କା ୭୦ ପଇସା ହୋଇଛି ।  ନୂଆଦର କୃଷି ଓ ଦରିଦ୍ର ସୀମାରେଖା ତଳେ ଥିବା ପରିବାର ମାନଙ୍କ ପାଇଁ ଲାଗୁ ହେବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଓଇଆରସି ସଚିବ ପ୍ରିୟବ୍ରତ ପଟ୍ଟନାୟକ । ୨୦୧୭-୧୮ରେ ଶେଷ ଥର ପାଇଁ ବିଦ୍ୟୁତ ଦର ବୃଦ୍ଧି ହୋଇଥିଲା ।

୨୦୧୯-୨୦ ତୁଳନାରେ ୨୦୨୦-୨୧ରେ ବିଦ୍ୟୁତ ଦରରେ ୩.୯୦ ପ୍ରତିଶତ ବୃଦ୍ଧି ହୋଇଛି । ୨୦୦୧-୦୨ରୁ ୨୦୦୯-୧୯, ୨୦୧୪-୧୫, ୨୦୧୬-୧୭, ୨୦୧୮-୧୯ ଓ ୨୦୧୯-୨୦୨୦ରେ ବିଦ୍ୟୁତ ଦର ଅପରିବର୍ତ୍ତିତ ରହିଥିଲା । ୨୦୧୧୭-୧୮ରେ ଶେଷ ଥର ପାଇଁ ବିଦ୍ୟୁତ ଦର ୧.୪୪ ପ୍ରତିଶତ ବୃଦ୍ଧି ହୋଇଥିଲା ।

Leave a Reply