କେନ୍ଦ୍ରାପଡ଼ାରୁ ଧରାହେଲା ବିରଳ ପ୍ରଜାତିର ସାମୁଦ୍ରିକ ମାଛ, ଯାହାର ଦାମ୍…

1 min read

କେନ୍ଦ୍ରାପଡ଼ା: ତାଳଚୁଆରେ ଧରାହୋଇଛି ଏକ ବିରଳ ପ୍ରଜାତିର ସାମୁଦ୍ରିକ ମାଛ। ଗଭୀର ସମୁଦ୍ରରୁ ଏହି ବିରଳ ମାଛ ଧରାଯାଇଛି । ଜାଲରେ ପଡିଥିବା ଏହି ବିରଳ ମାଛକୁ ସେଲଫିସ୍ ମାଛ ବୋଲି କୁହାଯାଏ । କିନ୍ତୁ ମାଛଟିର ଆକୃତି ମୟୂର ଭଳି ହୋଇଥିବାରୁ ତାକୁ ମୟୁର ମାଛ ମଧ୍ୟ କୁହାଯାଉଛି  ।

ମାଛଟିର ଓଜନ ପ୍ରାୟ ୧୨ କେଜି ରହିଛି। ଏହାର କିଲୋ ପ୍ରତି ମୂଲ୍ୟ ପ୍ରାୟ ୧୦ହଜାର ଟଙ୍କା ହେବ । ତେଣୁ ମାଛର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ସ୍ଥାନୀୟ ମତ୍ସ୍ୟଜୀବୀ କହିଛନ୍ତି । ଏହି ବିରଳ ପ୍ରଜାତିର ମାଛକୁ କେତେକ ଦୂରାରୋଗ ଔଷଧ ପାଇଁ ମଧ୍ୟ ବ୍ୟବହାର କରାଯାଏ। ')}

Leave a Reply