ବଜେଟ-୨୦୨୧; ଲୋକସଭାରେ ବଜେଟ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ

1 min read

ନୂଆଦିଲ୍ଲୀ: ଆରମ୍ଭ ହୋଇଛି ବର୍ଷ ୨୦୨୧-୨୨ର ବଜେଟ ଉପସ୍ଥାପନ । ଲୋକସଭାରେ ବଜେଟ ଉପସ୍ଥାପନ କରୁଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ତୃତୀୟ ଥର ପାଇଁ ସଂସଦରେ ବଜେଟ ଆଣୁଥିବା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ  ଛଳିତ ବର୍ଷ ପେପରଲେସ ବଜେଟ ଆଣିଛନ୍ତି । ଚଳିତ ବର୍ଷର ସାଧାରଣ ବଜେଟକୁ ନେଇ ଉତ୍ସୁକତା ରହିଥିବା ବେଳେ, ଦେଶବାସୀଙ୍କ ଆଗରେ ବଜେଟ ପେଡି ଖୋଲିଛନ୍ତି ଅର୍ଥମନ୍ତ୍ରୀ ।

ଚଳିତ ବର୍ଷ କୋଭିଡ କବଳରେ ଥିବାବେଳେ ଦେଶର ଅର୍ଥନୀତି ଏକପ୍ରକାର ବିପର୍ଯ୍ୟସ୍ତ ହୋଇପଡିଛି । ତେବେ କୋଭିଡ ଭୟବହତା ଭିତରୁ ବାହାରି ଦେଶ ଆଗରେ ପ୍ରଥମ ଥର ପାଇଁ ଆଗତ ହେବାକୁ ଯାଉଛି ବଜେଟ । ଏହି ବଜେଟ କେତେ ଫଳପ୍ରଦ ହେବ, କେଉଁ କ୍ଷେତ୍ରକୁ କେତେ ସ୍ପର୍ଶ କରିବ ତାହା ସଭିଙ୍କ ପାଇଁ ଗୁରୁତ୍ୱ ବହନ କରେ ।

ତେବେ ଲକଡାଉନ, ସଟଡାଉନ ଭିତରେ ସମସ୍ତ ବାଣିଜ୍ୟ-ବ୍ୟବସାୟ ଠପ ହୋଇପଡିଥିଲା । ଏପରି ସ୍ଥିତିରେ ଅର୍ଥନିତୀକୁ ସୁଧାରିବା ପାଇଁ ମଧ୍ୟ କେନ୍ଦ୍ର ସରକାର ଅନେକ ପ୍ରୟାସ କରିଛନ୍ତି । ଯେଉଁଥିପାଇଁ ୫ଟି ମିନି ବଜେଟ ମଧ୍ୟ କେନ୍ଦ୍ର ସରକାର ଆଣିଥିବା କହିଛନ୍ତି କେନ୍ଦ୍ରଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

ଅର୍ଥନୀତିର ଘଡିସନ୍ଧି ମୂହୂର୍ତ୍ତରେ ବଜେଟ ଆଗତ ହେଉଛି । କୋଭିଡ ମାଡରେ ବିଧ୍ୱଂସ୍ତ ହୋଇପଡିଥିବା ଅର୍ଥନୀତିକୁ କେନ୍ଦ୍ର ସରକାର ସୁଧାର ଆଣିବାରେ କେଉଁ କ୍ଷେତ୍ରକୁ କେତେ ଗୁରୁତ୍ୱ ଦେଉଛନ୍ତି, ତାହାକୁ ବଜେଟ ଅଭିଭାଷଣରେ ଉପସ୍ଥାପୁନା କରୁଛନ୍ତି ଅର୍ଥମମନ୍ତ୍ରୀ । ସେପଟେ କେନ୍ଦ୍ର ସରକାରର ବଜେଟକୁ ପ୍ରଥମରୁ ବିରୋଧ କରିଛନ୍ତି ବିରୋଧି ଦଳ ।

Leave a Reply