ମହିଳା ତହସିଲଦାରଙ୍କୁ ଜୀଅନ୍ତା ଜାଳିଦେଲେ

1 min read
ଅନାଥ କରିଦେଲା ଅଭିଯୋଗକାରୀ, ତହସିଲଦାରଙ୍କୁ ଜାଳି ନିଜ ଦେହରେ ନିଆଁ ଲଗାଇଲେ ଚାଷୀ

ହାଇଦ୍ରାବାଦ: କ୍ରୋଧ ମଣିଷକୁ ହତ୍ୟାକାରୀ ସଜାଇପାରେ । ତେଲେଙ୍ଗାନାର ରଙ୍ଗାରେଡ୍ଡୀ ଜିଲ୍ଲା ଅବଦୁଲ୍ଲାପୁରାମେଟ୍‌ରେ ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଯାହା ଶୁଣିଲେ ଆପଣ ସହଜରେ ବିଶ୍ୱାସ କରିବେ ନାହିଁ । କିନ୍ତୁ ଘଟଣା ପୂରା ସତ ଆଉ ହୃଦୟବିଦାରକ ।

ନିଜର କିଛି ସମସ୍ୟା ନେଇ ଗୋରେଲି ଗାଁର ଜଣେ ଚାଷୀ ସୁରେଶ ଅବଦୁଲ୍ଲା ପୁରାମେଟ୍‌ ତହସିଲକୁ ଯାଇଥିଲେ । ତହସିଲଦାର ବିଜୟାଙ୍କୁ ତାଙ୍କ ଚାମ୍ୱରରେ ଭେଟିଥିଲେ । ସେଠାରେ ଉଭୟଙ୍କ ମଧ୍ୟରେ ଯ଼ୁକ୍ତିତର୍କ ହୋଇଥିଲା । ଯ଼ୁକ୍ତିତର୍କ ମଧ୍ୟରେ ସୁରେଶ ରାଗି ଯାଇ ତହସିଲଦାରଙ୍କ ଉପରେ ପେଟ୍ରୋଲ ଭଳି କିଛି ତରଳପଦାର୍ଥ ଢାଳି ନିଆଁ ଲଗାଇ ଦେଇଥିଲେ । ଜୀଅନ୍ତା ଜାଳିବା ପରେ ନିଜେ ଚାମ୍ୱରରୁ ବାହାରି ଆସି ନିଜ ଦେହରେ ମଧ୍ୟ ନିଆଁ ଲଗାଇ ଦେଇଥିଲେ ।

tahasildar

ତେବେ ତହସିଲଦାର ବିଜୟାଙ୍କ ମୃତ୍ୟୁ ହୋଇଥିବା ବେଳେ ସୁରେଶ ଜୀବିତ ଅଛନ୍ତି ।  ତହସିଲଦାରଙ୍କୁ ବଞ୍ଚାଇବାକୁ ଯାଇ ଆଉ ୨ଜଣ ଗୁରୁତର ହୋଇଛନ୍ତି ।  ମୃତ ବିଜୟା ରେଡ୍ଡୀଙ୍କର ଦୁଇଟି ସନ୍ତାନ ଥିବା ବେଳେ ତାଙ୍କ ସ୍ୱାମୀ ଜଣେ ଅଧ୍ୟାପକ ଥିବା ଜଣାପଡ଼ିଛି । ')}

Leave a Reply