ନିର୍ମାଣାଧୀନ ଫ୍ୟାକ୍ଟ୍ରିର କାନ୍ଥ ଭୁଶୁଡ଼ି ୮ ଶ୍ରମିକ ମୃତ, ୬ ଗୁରୁତର

1 min read
Under Construction Building Wall collapsed In Jodhpur, 8 Labour Killed

ଯୋଧପୁର: ଦେଶ ବିହାର ନିର୍ବାଚନ ଓ ୧୧ ରାଜ୍ୟର ୫୯ଟି ବିଧାନସଭା ଉପନିର୍ବାଚନରେ ମାତିଥିବା ବେଳେ ଆସିଛି ଦୁଃଖଦ ଖବର । ଏକ ନିର୍ମାଣାଧୀନ ଫ୍ୟାକ୍ଟ୍ରିର କାନ୍ଥ ଭାଙ୍ଗି ୮ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ୬ରୁ ଅଧିକ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି । ଏହି ଦୁଃଖଦ ଘଟଣା ଘଟିଛି ରାଜସ୍ଥାନର ଯୋଧପୁର ଜିଲ୍ଲାର ବସନି ଇଣ୍ଡଷ୍ଟ୍ରିଆଲ୍ ଅଞ୍ଚଳରେ ।

Under Construction Building Wall collapsed In Jodhpur, 8 Labour Killed

ଏବେ ବି ଦୁର୍ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ୍ ଜାରି ରହିଛି । ଆଉ କିଛି ଶ୍ରମିକ ଭଙ୍ଗା କାନ୍ଥ ତଳେ ଫସି ରହିଥିବା ଆଶଙ୍କା କରାଯାଉଛି । ଘଟଣାରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଦୁଃଖ ପ୍ରକାଶ କରିଛନ୍ତି । ସେ ମୃତକଙ୍କ ପରିବାର ଲାଗି ୨ ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ସହାୟତା ଘୋଷଣା କରିବା ସହ ଗୁରୁତର ଆହତଙ୍କ ଲାଗି ୪୦ ହଜାର ଟଙ୍କା ଘୋଷଣା କରିଛନ୍ତି ।

Under Construction Building Wall collapsed In Jodhpur, 8 Labour Killed

ଅତିରିକ୍ତ ଡେପୁଟି ପୋଲିସ କମିଶନର ଉମେଶ ଓଝାଙ୍କ ଅନୁସାରେ ବସନି ଶିଳ୍ପାଞ୍ଚଳର ଫେଜ୍-୨ରେ ଏହି ଦୁର୍ଘଟଣା ଘଟିଛି । ସନ୍ଧ୍ୟା ପ୍ରାୟ ୫ଟା ୩୦ରୁ ୬ଟା ମଧ୍ୟରେ ଫ୍ୟାକ୍ଟ୍ରିର କାନ୍ଥ ହଠାତ୍ ଭୁଶୁଡ଼ି ପଡ଼ିଥିଲା । ଯେଉଁଥିରେ ୧୫ ଜଣ ଶ୍ରମିକ ଫସି ଯାଇଥିଲେ । ଉଦ୍ଧାର କାର୍ଯ୍ୟବେଳେ ୬ ଜଣଙ୍କ ମୃତଦେହ ମିଳିଥିଲା । ୧୦ ଜଣ ଆହତ ଶ୍ରମିକଙ୍କ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା । ଆହତଙ୍କ ମଧ୍ୟରୁ ୨ ଜଣଙ୍କ ମୃତ୍ୟୁ ହୋଇଛି । ତେବେ, ମୃତାହତଙ୍କ ପରିଚୟ ମିଳିନାହିଁ ।

Under Construction Building Wall collapsed In Jodhpur, 8 Labour Killed

ଏହି ଘଟଣାରେ ପୋଲିସ ଅବେହଳା ଲାଗି କଣ୍ଟ୍ରାକ୍ଟରଙ୍କ ବିରୋଧରେ ମାମଲା ରୁଜୁ କରିଛି । ସ୍ଥାନୀୟ ପ୍ରଶାସନ ଓ ପୋଲିସ ମିଳିତ ଭାବେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

Leave a Reply