ଭୁବନେଶ୍ୱରରେ ଖେଳାଯିବ ୧୭ ବର୍ଷରୁ କମ୍‌ ଫିପା ବିଶ୍ୱକପ୍‌

ନୂଆଦିଲ୍ଲୀ: ୨୦୨୧ରେ ଭାରତରେ ଖେଳାଯିବ ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ୍‌ । ଏନେଇ ମଙ୍ଗଳବାର ଫିଫା ପରିଷଦ ଓ ଫିଫା ମହାସଂଘ ମିଳିତ ଭାବେ ନିଷ୍ପତ୍ତି ନେଇଛନ୍ତି । କରୋନା କାୟା ଯୋଗୁଁ ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ୍‌କୁ ସ୍ଥଗିତ ରଖାଯାଇଥିଲା । ଏବେ ଆସନ୍ତା ୨୦୨୧ ଫେବ୍ରୁଆରୀ ୧୭ରୁ ମାର୍ଚ୍ଚ ୭ ଯାଏଁ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବ ବୋଲି ସଂଘ ପକ୍ଷରୁ ଘୋଷଣା କରାଯାଇଛି । ପୂର୍ବ ନିର୍ଦ୍ଧାରିତ ଭେନ୍ୟୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍‌ ସମେତ ଭାରତର ଅନ୍ୟ ଭେନ୍ୟୁରେ ମଧ୍ୟ ଖେଳାଯିବ ବୋଲି ଘୋଷଣା କରାଯାଇଛି ।

ଭାରତରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବା ନେଇ ପୂର୍ବରୁ ନିଷ୍ପତି ହୋଇସାରିଥିଲା । ତେଣୁ ତାରିଖ ବଦଳିଥିଲେ ମଧ୍ୟ ପୂର୍ବ ନିର୍ଦ୍ଧାରିତ ନିୟମ ଅନୁସାରେ ମ୍ୟାଚ୍‌ ଖେଳାଯିବ । ଖେଳାଳି ମାନେ ମ୍ୟାଚ୍ ପୂର୍ବ ନିୟମ ଅନୁସାରେ‌ ଖେଳିବେ ବୋଲି ସଂଘ ପକ୍ଷରୁ କୁହାଯାଇଛି । ନିୟମରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ ।

Leave a Reply