ମାମୁ ଭୁଲ ପାଇଁ ଭଣଜା ମଲା,ଲୁଚେଇ ପୋଡି ଦେଇଥିଲା ଶବ

କେନ୍ଦୁଝର: ମାମୁଁର ଭୁଲ୍ ଯୋଗୁ ବିଦ୍ୟୁତ୍‌ ଆଘାତରେ ପ୍ରାଣ ହରାଇଥିବା ଭଣଜାର ମୃତଦେହକୁ ମାମୁଁ ସମସ୍ତଙ୍କ ଅଜାଣତରେ ପୋଡ଼ି ଦେଇଥିଲା । ଆଉ ଶେଷରେ ଧରାପଡ଼ିଛି । ମାମୁଁକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । କେନ୍ଦୁଝର ଜିଲ୍ଲା ଘସିପୁରା କେନ୍ଦୁଆ ଗାଁରେ ଏଭଳି ଘଟଣା ଘଟିଛି । ଗତ ୨୪ ତାରିଖ ରାତିରେ ବନ୍ୟଜନ୍ତୁଙ୍କ ଦାଉରୁ ରକ୍ଷା ପାଇଁ ମାମୁଁ ଗୋପାଳ ପଲେଇ ବିଦ୍ୟୁତ ତାର ଖଞ୍ଜିଥିଲା । ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ପ୍ରାଣ ହରାଇଥିଲା ଭଣଜା ଶିବଚରଣ ନାୟକ । ଦୋଷ ଲୁଚାଇବାକୁ ଭଣଜା ଶିବର ମୃତଦେହକୁ ମାମୁ ଗୋପାଳ ପଲେଇ ପୋଡ଼ି ଦେଇଥିଲା ।

ଗାଁରେ କଥା ପ୍ରଘଟ ହେବା ପରେ ଗ୍ରାମରକ୍ଷୀ ଥାନାରେ ଖବର ଦେଇଥିଲେ । ପୋଲିସ୍ ଘଟଣା ସ୍ଥଳରେ ପହଁଞ୍ଚି ତଦନ୍ତ କରିବା ସହ ଅଭିଯୁକ୍ତ ମାମୁଁ ଗୋପାଳକୁ ଗିରଫ କରିଛି । ଫୋରେସିକ୍ ଟିମ୍ ସହାୟତାରେ ତଦନ୍ତ କରାଯାଉଛି । ଶବଦାହ ସ୍ଥାନରୁ ଦାନ୍ତ, ହାଡ ଆଦି ନମୁନା ସଂଗ୍ରହ କରିଛି ଫୋରେନ୍‌ସିକ୍ ଟିମ୍ । ମା’ଙ୍କ ସହ ଶିବ କୌଣସି କାରଣରୁ କିଛିଦିନ ହେଲା ମାମୁଁଘରେ ରହୁଥିଲେ ।

Leave a Reply