ଜୁନ୍ ପହିଲା ଯାଏଁ ଲକ୍‌ଡାଉନ୍‌ ଅବଧି ବୃଦ୍ଧି କଲା ବ୍ରିଟେନ: ମହାରାଷ୍ଟ୍ରରେ ୨୪ ଘଣ୍ଟା ମଧ୍ୟରେ ୧୨୭୮ ନୂଆ ମାମଲା

ନୂଆଦିଲ୍ଲୀ: ଥମୁନି କରୋନା । ସାରା ବିଶ୍ୱରେ ବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ପ୍ରତିଦିନର ବଢ଼ୁଥିବା ଏହି ସଂଖ୍ୟାକୁ ଦେଖିଲେ ମନରେ ପ୍ରଶ୍ନ ଉଠୁଛି କେବେ ଥମିବ କରୋନା । କିନ୍ତୁ ବର୍ତ୍ତମାନ ସମୟରେ ବଢ଼ୁଥିବା କରୋନା ଆକ୍ରାନ୍ତଙ୍କ ହାରକୁ ଦେଖିଲେ ମନେ ହେଉଛି ନିକଟ ଭବିଷ୍ୟତରେ ଯେମିତି କରୋନାର ଅନ୍ତ ନାହିଁ ।

The coronavirus seems unstoppable. What should the world do now ...

ସୋମବାର ସୁଦ୍ଧା ସାରା ବିଶ୍ୱରେ ୪୧ ଲକ୍ଷ ୮୦ ହଜାର ୩୦୩ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୨ଲକ୍ଷ ୮୩ ହଜାର ୮୫୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୪ ଲକ୍ଷ ୯୦ ହଜାର ୭୭୬ ଜଣ ସୁସ୍ଥ ହେଲେଣି । ଏଯାବତ୍‌ ଯୁକ୍ତ ରାଷ୍ଟ୍ର ଆମେରିକାରେ  ମୋଟ ୧୩ ଲକ୍ଷ ୬୭ ହଜାର ୬୩୮ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୮୦ ହଜାର ଲୋକଙ୍କ ମୁଣ୍ଡ ନେଇଛି କରୋନା ।

Coronavirus outbreak: 85 Indian students stranded in Italy reach ...

ଅପରପକ୍ଷରେ କରୋନା କବଳରୁ ମୁକୁଳି ଯାଇଛନ୍ତି ୨ଲକ୍ଷ ୫୬ ହଜାର ୩୩୬ ଜଣ । ସେହିପରି ସ୍ପେନ୍‌ରେ  ମୋଟ ୨ଲକ୍ଷ ୬୪ହଜାର ୬୬୩ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୨୬ ହଜାର ୬୨୧ ଜଣଙ୍କ ମୃତ୍ୟୁ ହୋଇଛି । ସେମାନଙ୍କ ମଧ୍ୟରୁ ସୁସ୍ଥ ହୋଇଛନ୍ତି ୧ଲକ୍ଷ ୬୭ ହଜାର ୪୩୯ ରୋଗୀ । ସେହିପରି ଦୀର୍ଘ ଦିନ ଧରି ତାଲିକାର ତୃତୀୟ ସ୍ଥାନରେ ରହିଆସୁଥିବା ଇଟାଲୀରେ ସ୍ଥିତି ଉପରେ କିଛିଟି ନିୟନ୍ତ୍ରଣ ଆସିଛି । କିନ୍ତୁ ବ୍ରିଟେନରେ ସ୍ଥିତି ଅଧିକ ବିଗିଡ଼ିବାରେ ଲାଗିଛି । ଏଠାରେ ମୋଟ ୨ଲକ୍ଷ ୧୯ ହଜାର ୧୮୩ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୩୧ ହଜାର ୮୫୫ ଜଣଙ୍କ ମୃତ୍ୟୁ ହୋଇଛି । ଯାହା ଇଟାଲୀରେ ମୃତ୍ୟୁ ସଂଖ୍ୟାକୁ ଟପିଯାଇଛି । ଏଣୁ  ବ୍ରିଟେନରେ ଲକ୍‌ଡାଉନ୍ ଅବଧିକୁ ଜୁନ୍ ୧ ଯାଏଁ ବୃଦ୍ଧି ପ୍ରଧାନମନ୍ତ୍ରୀ ବୋରିସ ଜନସନ୍‌ । ତେବେ ଇଟାଲୀରେ ମୋଟ ୨ଲକ୍ଷ ୧୯ ହଜାର ୭୦ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ୩୦ ହଜାର ୫୬୦ ଜଣଙ୍କ ମୃତ୍ୟୁ ହୋଇଛି ।

 

ଅରପକ୍ଷରେ ଆମ ଦେଶରେ ମୋଟ ୬୨ ହଜାର ୯୩୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୯ ହଜାର ୩୫୮ ଜଣ ସୁସ୍ଥ ହୋଇଛନ୍ତି । ତେବେ ଏତଦ୍‌ବ୍ୟତୀତ ମୋଟ ୨ହଜାର ୧୦୯ ଜଣଙ୍କ ମୃତ୍ୟୁ ଘଟିଛି ।

ସେହିପରି ଗତ କିଛି ଦିନ ମଧ୍ୟ ଓଡ଼ିଶାରେ ଟେଷ୍ଟିଂ ସଂଖ୍ୟା ବଢ଼ିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢ଼ିଛି । ଗତ କିଛି ଦିନ ମଧ୍ୟରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ୱିଗୁଣିତ ହୋଇଛି । ରାଜ୍ୟରେ ଏଯାବତ୍‌ ମୋଟ ୩୭୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Leave a Reply