କାଲି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଉଦ୍ଧବ ଠାକରେ, ୩ ସୁଦ୍ଧା ପ୍ରମାଣ କରିବେ ବହୁମତ

1 min read

ମୁମ୍ବାଇ: ଆସନ୍ତାକାଲି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଉଦ୍ଧବ ଠାକରେ । ପୂର୍ବରୁ ଠାକରେ ଡିସେମ୍ବର ୧ରେ ଶପଥ ନେବେ ବୋଲି କୁହାଯାଉଥିଲା । ମଙ୍ଗଳବାର ବିଳମ୍ବିତ ରାତିରେ କଂଗ୍ରେସ ନେତା ବାଲା ସାହେବ ଥୋରାଟ ୨୮ ତାରିଖରେ ଉଦ୍ଧବ ଠାକରେ ଶପଥ ନେବେ ବୋଲି କହିଛନ୍ତି । କାଲି ଶିବାଜୀ ପାର୍କରେ ସନ୍ଧ୍ୟା ୬ଟା ୪୦ରେ ଶପଥ ଗ୍ରହଣ କାର୍ଯ୍ୟକ୍ରମ ହେବ ।

ଶପଥ ଗ୍ରହଣକୁ ବିଜେପି ଅଧ୍ୟକ୍ଷ ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିମନ୍ତ୍ରଣ କରାଯିବ ବୋଲି କହିଛନ୍ତି ସେନା ନେତା ସଞ୍ଜୟ ରାୱତ । ଆଜି ସ୍ୱତନ୍ତ୍ର ଅଧିବେଶନରେ ପ୍ରୋଟେମ ସ୍ପିକର ବିଧାୟକମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ । ଅନ୍ୟପଟେ ରାଜ୍ୟପାଳ ଭଗତ ସିଂହ କୋଶ୍ୟାରୀ ଉଦ୍ଧବ ଠାକରେଙ୍କୁ ପତ୍ର ଲେଖି ୭ ଦିନ ମଧ୍ୟରେ ଅର୍ଥାତ୍ ଡିସେମ୍ବର ୩ ମଧ୍ୟରେ ବହୁମତ ପ୍ରମାଣ ଦେବାକୁ କହିଛନ୍ତି ।

ଏଥିସହ ପଢ଼ନ୍ତୁ ଶକ୍ତି ପରୀକ୍ଷା ପୂର୍ବରୁ ମୈଦାନ ଛାଡ଼ିଲା ବିଜେପି, ଶପଥ ଗ୍ରହଣର ୮୦ ଘଣ୍ଟାରେ ଇସ୍ତଫା

ଗତକାଲି ଉଦ୍ଧବ ଠାକରେଙ୍କୁ ଶିବସେନା, ଏନସିପି ଓ କଂଗ୍ରେସ ମେଣ୍ଟ ‘ମହା ବିକାଶ ଅଘାଡ଼ି’ର ନେତା ଭାବେ ନିର୍ବାଚିତ କରାଯାଇଥିଲା ।

https://nandighoshatv.comuddhav-thackeray-next-cm-of-maharastra/

Leave a Reply