ସିବିଆଇ ଉପରେ ରୋକ୍ ଲଗାଇଲେ ଉଦ୍ଧବ ସରକାର, ସହମତି ବିନା ତଦନ୍ତ ମନା

1 min read
Uddhav Thackeray Blocks CBI From Probing Cases In Maharashtra Withdraws General Consent

ମୁମ୍ବାଇ: ସିବିଆଇ ଉପରେ ଶିବସେନା ଷ୍ଟ୍ରାଇକ୍ । ବୁଧବାର ମହାରାଷ୍ଟ୍ରର ଉଦ୍ଧବ ଠାକରେଙ୍କ ସରକାର ସିବିଆଇ ତଦନ୍ତ ଉପରେ କଟକଣା ଲଗାଇଛି । ଏଣିକି ସିବିଆଇ ମହାରାଷ୍ଟ୍ରରେ କୌଣସି ମାମଲାର ତଦନ୍ତ ରାଜ୍ୟ ସରକାରଙ୍କ ସହମତି ବିନା କରିପାରିବ ନାହିଁ । ଏପରି କରିବାରେ ମହାରାଷ୍ଟ୍ର ପ୍ରଥମ ରାଜ୍ୟ ନୁହେଁ । ଏହା ପୂର୍ବରୁ ରାଜସ୍ଥାନ, ଛତିଶଗଡ଼ ଓ ପଶ୍ଚିମବଙ୍ଗ ପ୍ରଭୃତି ଅଣ-ବିଜେପି ଶାସିତ ରାଜ୍ୟ ଏଭଳି ନିଷ୍ପତ୍ତି ନେଇ ସାରିଛନ୍ତି ।

Uddhav Thackeray Blocks CBI From Probing Cases In Maharashtra Withdraws General Consent
FILE

ପ୍ରଭାବିତ ହେବ କି ସୁଶାନ୍ତ ମୃତ୍ୟୁ ମାମଲା ?

ଅଧିକାରୀଙ୍କ କହିବା ଅନୁସାରେ ମହାରାଷ୍ଟ୍ର ସରକାରଙ୍କ ଏହି ନିଷ୍ପତ୍ତି ଦିବଂଗତ ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲା ଉପରେ ପ୍ରଭାବ ପକାଇବ ନାହିଁ । କାରଣ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପ୍ରକାରେ ସିବିଆଇ ସୁଶାନ୍ତଙ୍କ ମୃତ୍ୟୁ ମାମଲାର ତଦନ୍ତ କରୁଛି । ତେଣୁ, ଏହି ମାମଲାରେ ସିବିଆଇକୁ ମହାରାଷ୍ଟ୍ର ସରକାରଙ୍କ ଅନୁମତି ଆବଶ୍ୟକ ନାହିଁ । ଲକ୍ଷ୍ନୌରେ ଟିଆରପି ସ୍କାମ୍ ମାମଲାରେ ୟୁପି ପୋଲିସ ଏଫଆଇଆର୍ ରୁଜୁ କରିବାକ ଦିନକ ପରେ ମହାରାଷ୍ଟ୍ର ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ଟିଆରପି ସ୍କାମ୍ ମାମଲାକୁ ୟୁପି ସରକାର ସିବିଆଇକୁ ହସ୍ତାନ୍ତର କରିଛନ୍ତି ।

Uddhav Thackeray Blocks CBI From Probing Cases In Maharashtra Withdraws General Consent
FILE

ମହାରାଷ୍ଟ୍ର ସରକାର ଟିଆରପି ସ୍କାମର ତଦନ୍ତ ସିବିଆଇ କରିବାକୁ ଯାଉଥିବାରୁ ଏଭଳି ନିଷ୍ପତ୍ତି ନେଇଥିବା ଚର୍ଚ୍ଚା ହେଉଛି । ଅନ୍ୟପଟେ ମହାରାଷ୍ଟ୍ରରେ ଥିବା ସରକାର ମେଣ୍ଟ ଦଳ କହିଛି- ଟିଆରପି ସ୍କାମ ମାମଲାର ତଦନ୍ତ କରି ରିପବ୍ଲିକ୍ ଟିଭି ଖସାଇବାକୁ ଏହା ଏକ ଚକ୍ରାନ୍ତ । ସୂଚନାଯୋଗ୍ୟ ଯେ- ଚଳିତ ମାସରେ ଟିଆରପି ସ୍କାମରେ ରିପବ୍ଲିକ ଟିଭି ବିରୋଧରେ ତଦନ୍ତକୁ ନେଇ ବିବାଦ ଲାଗି ରହିଛି । ମୁମ୍ବାଇ ପୋଲିସ ରିପବ୍ଲିକ ଟିଭି ସମେତ ୩ଟି ଚ୍ୟାନେଲ ଟିଆରପି ସ୍କାମରେ ଜଡ଼ିତ ଥିବା କହିଥିଲା ।

Leave a Reply