NH-୧୬ରେ ପଛକୁ ପଛ ପିଟିହେଲା ୨ ଟ୍ରେଲର, ଜଣେ ମୃତ

Two Trailer Accident Near Fire Station Over Bridge NH16

ଭୁବନେଶ୍ୱର: ରାଜଧାନୀର ବ୍ୟସ୍ତବହୁଳ ଅଞ୍ଚଳ ଫାୟାର ଷ୍ଟେସନ ନିକଟରେ ଦୁର୍ଘଟଣା । ଫାୟାର ଷ୍ଟେସନ ଓଭର ବ୍ରିଜ୍ ନିକଟରେ ଦୁର୍ଘଟଣା ହୋଇଛି । ଜାତୀୟ ରାଜପଥ ୧୬ରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଯାଉଥିବା ୨ଟି ଟ୍ରେଲର ଟ୍ରକ୍ ପଛକୁ ପଛ ପିଟି ହୋଇଛନ୍ତି । ଏହି ଦୁର୍ଘଟଣାରେ ଜଣେ ଟ୍ରେଲର ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି ।

Two Trailer Accident Near Fire Station Over Bridge NH16

ଦୁର୍ଘଟଣା ପରେ ବରମୁଣ୍ଡାରୁ ରସୁଲଗଡ଼ ଓଭରବ୍ରିଜର କଟକ ଯିବା ରାସ୍ତାରେ ଜାମ୍ ହୋଇଯାଇଛି । ଦୁର୍ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଗୁରୁତର ଥିବା ୨ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

Leave a Reply