ଜାମ୍ମୁ-କାଶ୍ମୀରରେ ପୁଣି ଏନ୍‌କାଉଣ୍ଟର, ଦୁଇ ଆତଙ୍କବାଦୀ ନିହତ

1 min read
Encounter Starts At Redwani Area Of Kulgam Two Three Terrorist Trapped

ଶ୍ରୀନଗର: ଜାମ୍ମୁ-କାଶ୍ମୀରରେ ପୁଣି ଏନ୍‌କାଉଣ୍ଟର । ମୁହାଁମୁହିଁ ହେଲେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ । କୁଲଗାଓଁ ଜିଲ୍ଲା ଚିଙ୍ଗମ ଅଞ୍ଚଳରେ ସୁରକ୍ଷାବାହିନୀ ଗୁଳିରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି । ଏହାସହ ସେଠାରେ ଆହୁରି ୨ରୁ ୩ ଜଣ ଆତଙ୍କବାଦୀ ଲୁଚି ରହିଥିବା ସୂଚନା ମିଳିଛି । ସୁରକ୍ଷାକର୍ମୀଙ୍କ ପକ୍ଷରୁ ସେମାନଙ୍କୁ ଧରିବା ପାଇଁ ସର୍ଚ୍ଚ ଅପରେସନ ଜାରି ରହିଛି ।

ଆଜି ସକାଳୁ ସକାଳୁ ଚିଙ୍ଗମ ଅଞ୍ଚଳରେ ଆତଙ୍କବାଦୀ ଲୁଚି ରହିଥିବା ନେଇ ଭାରତୀୟ ସେନାକୁ ବିଶେଷ ସୂତ୍ରରୁ ସୂଚନା ମିଲିଥିଲା । ଏହା ପରେ ସୁରକ୍ଷା କର୍ମୀ ପୂରା ଅଞ୍ଚଳକୁ ଘେରି ଯାଇଥିଲେ ଏବଂ ସର୍ଚ୍ଚ ଅପରେସନ୍‌ ଆରମ୍ଭ ହୋଇଥିଲେ ।

ଭାରତୀୟ ଯବାନଙ୍କୁ ଦେଖି ଭୟଭୀତ ଆତଙ୍କବାଦୀ ଗୁଳି ଚଳାଇବା ଆରମ୍ଭ କରିଥିଲେ । ଯବାବରେ ଯବାନମାନେ ମଧ୍ୟ ଗୁଳି ଚାଳନା କରିଥିଲେ । ଉଭୟ ପକ୍ଷରୁ କ୍ରସ୍‌ ଫାୟାରିଂ ଚାଲିଥିବା ବେଳେ ୨ ଆତଙ୍କବାଦୀଙ୍କ ଦେହରେ ଗୁଳି ବାଜିଥିଲା । ସେମାନଙ୍କ ମୃତ୍ୟୁ ହୋଇଛି । ସେହିଭଳି ଗତ ୭ ତାରିଖରେ ଜମ୍ମୁ-କାଶ୍ମୀର ସୋପିଆନ୍‌ରେ ମଧ୍ୟ ଏନକାଉଣ୍ଟର ହୋଇଥିଲା । ସୁରକ୍ଷାକର୍ମୀଙ୍କ ଗୁଳିରେ ୩ଜଣ ଆତଙ୍କୀ ନିହତ ହୋଇଥିଲେ ।

Leave a Reply