ହୀରାକୁଦରେ ଖୋଲିଲା ଆଉ ୨ଟି ଗେଟ୍

Hirakud

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରର ଖୋଲିଲା ଆଉ ୨ଟି ସୁଇସ୍ ଗେଟ୍ । ବର୍ତମାନ ୧୨ଟି ସ୍ଲୁଇସ୍ ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ । ହୀରାକୁଦ ଜଳଭଣ୍ଡାରର ଜଳସ୍ଥର ଧିରେ ଧିରେ ବୃଦ୍ଧିପାଇବାରେ ଲାଗିଛି । ହୀରାକୁଦ ଜଳଭଣ୍ଡାରର ଜଳସ୍ଥର ବିପଦ ସଂକେତ ୬୩୦ ଫୁଟରୁ ୬୨୦ ଫୁଟରେ ପ୍ରବାହିତ ହେଉଛି । ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ ୩ଲକ୍ଷ ୬୩ହଜାର ୪୭୧ କ୍ୟୁସେକ୍‌ ବନ୍ୟାଜଳ ପ୍ରବେଶ କରୁଥିବାବେଳେ ପ୍ରତି ସେକେଣ୍ଡରେ ଲକ୍ଷେ ୭୨ହଜାର ୭୯୧ କ୍ୟୁସେକ୍‌ ବନ୍ୟାଜଳ ନିଷ୍କାସିତ ହେଉଛି । ବର୍ତମାନ ହୀରାକୁଦ ଜଳ ଭଣ୍ଡାରର ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ବାମ ପର୍ଶ୍ୱରୁ ୮ ଓ ଦକ୍ଷିଣ ପର୍ଶ୍ୱରୁ ୪ଟି ଗେଟ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ । ତେବେ ଉପରମୁଣ୍ଡରୁ ପ୍ରବଳ ବନ୍ୟାଜଳ ଜଳଭଣ୍ଡାର ମଧ୍ୟକୁ ପ୍ରବେଶ କରୁଛି ।

ସେହିଭଳି କଟକ ବଡ଼ମ୍ବାରେ ମଧ୍ୟ ବନ୍ୟାସ୍ଥିତି ଦେଖିବାକୁ ମିଳିଛି । ଯୁଆଡେ ଚାହିଁଲେ ଖାଲି ପାଣି ଆଉ ପାଣି । ବଡ଼ମ୍ବାର ଅଧିଷ୍ଠାତ୍ରୀ ଦେବୀ ମା ଭଟ୍ଟାରିକାଙ୍କ ମନ୍ଦିର ଭିତରେ ପଶିଲା ମହାନଦୀର ବନ୍ୟାଜଳ । ମନ୍ଦିର ଭିତରେ ୩ ଫୁଟର ପାଣି ପ୍ରବାହିତ ହେଉଛି । ମା’ଙ୍କର ଚଳନ୍ତି ପ୍ରତିମା ବିଳମ୍ବିତ ରାତିରେ ମନ୍ଦିର ପାଖରେ ଥିବା ମା’ଙ୍କ ଅସ୍ଥାୟୀ ଆଶ୍ରୟ ସ୍ଥଳିକୁ ସ୍ଥାନାନ୍ତର କରାଯାଇଛି । ଏନେଇ ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଲିଛି । ପ୍ରତିବର୍ଷ ମହାନଦୀରେ ବନ୍ୟା ଆସିଲେ ମା’ ଭଟ୍ଟାରିକାଙ୍କ ମନ୍ଦିରରେ ପାଣି ପଶିଯାଏ । ପ୍ରତିବର୍ଷା ମା’ଙ୍କ ଚଳନ୍ତି ପ୍ରତିମାଙ୍କୁ ସ୍ଥାନାନ୍ତର କରିବାକୁ ପଡ଼େ । କୌଣସି ସ୍ଥାୟୀ ସମାଧାନ କିନ୍ତୁ ହୋଇପାରୁନି ।

BhatarikaBhatarika

Leave a Reply