କରୋନାରେ ଆଉ ଦୁଇ ଜଣଙ୍କ ମୃତ୍ୟୁ… ରାଜ୍ୟରେ ମୋଟ୍ ମୃତ୍ୟୁ ସଂଖ୍ୟା ୨୭କୁ ବୃଦ୍ଧି

1 min read
two more death cases in odisha due to coronavirus

ଭୁବନେଶ୍ୱର: ରାଜ୍ୟରେ ଆଜି ଆଉ ୨୨୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୧୯୩, ଲୋକାଲ୍ କେସ୍ ୩୬ ରହିଛି । ଆଜି ୧୯ ଜିଲ୍ଲାରୁ ମୋଟ୍ ୨୨୯ ପଜିଟଭ୍ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରୁ ସର୍ବାଧିକ ୯୫ ପଜିଟିଭ୍ ଚିହ୍ନଟ ହୋଇଛନ୍ତି  । ସବୁଠାରୁ ବଡ଼ କଥା ହେଉଛି କରୋନା ସଂକ୍ରମଣ ବୃଦ୍ଧି ସହ କରୋନାରେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ହୋଇଛି ।

ଗୁରୁବାର ନୂତନ ପଜିଟିଭ ଚିହ୍ନଟ ହେବା ସହ ୨ ଜଣ କରୋନା ରୋଗୀଙ୍କର ମୃତ୍ୟୁ ହୋଇଛି । ଆଉ ଦୁଇଜଣ କରୋନା ରୋଗୀଙ୍କର ମୃତ୍ୟୁ ପରେ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୨୭ ରେ ପହଞ୍ଚିଛି । ଦୁଇଜଣ ମୃତକଙ୍କ ମଧ୍ୟରୁ ଜଣେ ଗଞ୍ଜାମର ହୋଇଥିବା ବେଳେ ଅନ୍ୟ ଜଣେ ଅନୁଗୁଳର ବୋଲି ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ଲୋକ ସମ୍ପର୍କ ବିଭାଗ ।

ରାଜ୍ୟରେ ପୁଣି ୨୨୯ କରୋନା ପଜିଟିଭ ଚିହ୍ନଟ… ମୋଟ୍ ସଂକ୍ରମିତ ସଂଖ୍ୟା ୭୫୪୫କୁ ବୃଦ୍ଧି

ଗଞ୍ଜାମର ଜଣେ ୪୯ ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ହୋଇଛି ଓ ଅନୁଗୁଳ ଜିଲ୍ଲାର ଜଣେ ୫୭ ବର୍ଷୀୟ ବୟସ୍କ ପୁରୁଷଙ୍କ ମୃତ୍ୟୁ ହୋଇଛି । ଉଭୟ କରୋନା ସଂକ୍ରମିତ ଥିଲେ । ଡାକ୍ତରଖାନାରେ ଚିକିତ୍ସାଧିନ ସମୟରେ ଦୁଇଜଣଙ୍କ ମୃତ୍ୟୁ ହୋଇଛି । ଏବେ ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୭ହଜାର ୫୪୫କୁ ବୃଦ୍ଧି ପାଇଛି । ଆଜି ୧୯ ଜିଲ୍ଲାରୁ ୨୨୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଓଡିଶାରେ ଦିନକୁ ଦିନ ସ୍ଥାନୀୟ ସଂକ୍ରମଣ ବଢ଼ିବାରେ ଲାଗିଛି ।

Leave a Reply