ପୋଲିସ ଗୁଳିରେ ଟଳିଲେ ଦୁଇ ମାଓବାଦୀ

1 min read

ମାଲକାନଗିରି: ପୁଣି ସ୍ୱାଭିମାନ ଅଞ୍ଚଳରେ ପୁଣି ଫୁଟିଲା ଗୁଳି । ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ । ଦୁଇ ମାଓବାଦୀ ମୃତ । ମାଓ ଦମନ ଅଭିଯାନରେ ପୋଲିସର ଏହା ଆଉ ପାଦେ ସଫଳତା ବୋଲି କୁହାଯାଇପାରେ । ମୃତ ଦୁଇ ମାଓବାଦୀଙ୍କ ମଧ୍ୟରୁ ଜଣେ ଦୁର୍ଦ୍ଦାନ୍ତ ମାଓବାଦୀ ତଥା ଏରିଆ କମିଟି ମେମ୍ବର ମାଲା ବୋଲି ଜଣାପଡ଼ିଥିବା ବେଳେ ଆଜୁ ଜଣଙ୍କ ପରିଚୟ ଏବେ ସୁଦ୍ଧା ଜଣାପଡ଼ି ନାହିଁ । ତେବେ ଦୁଇ ଜଣ ଦୀର୍ଘ ଦିନ ହେବ ମାଓ ସଂଗଠନରେ କାମ କରୁଥିବା ନେଇ ପୋଲିସ ଅନୁମାନ କରୁଛି ।

Fire Exchange Between SOG And Maoist, Four Naxal Dead Belghar
FILE

ଏହି ଘଟଣା ସିଙ୍ଗାରାମଠାରେ ଘଟିଛି । ୧୦ରୁ ଅଧିକ ମାଓବାଦୀ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରୁଥିବା ବେଳେ ଯବାନ ମାନେ ସେଠାରେ ପହଞ୍ଚିଥିଲେ । ଯବାନଙ୍କୁ ଦେଖି ପ୍ରଥମେ ମାଓବାଦୀଙ୍କ ପକ୍ଷରୁ ଆଖିବୁଜା ଗୁଳିବର୍ଷା କରାଯାଇଥିଲା । ଯବାନଙ୍କ ପକ୍ଷରୁ ଏହାର ଜବାବରେ ପାଲଟା ଗୁଳି ଚାଳନା କରାଯାଇଥିଲା । ଫଳରେ ଦୁଇ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଛି । ତେବେ ଅନ୍ୟ ମାଓବାଦୀମାନେ ସେଠାରୁ ଖସି ପଳାଇବାରେ ସକ୍ଷମ ହୋଇଛନ୍ତି ।

ସୂଚନା ଅନୁଯାୟୀ, ମାଓବାଦୀମାନେ ଗୁରୁତ୍ୱପୂର୍ଣ୍ଣ ବୈଠକ କରୁଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇ ପୋଲିସ, ସର୍ଚ୍ଚ ଅପରେସନ୍‌ ଆରମ୍ଭ କରିଥିଲା । ଏସ୍‌ଓଜି ଯବାନ ଓ ଡିଭିଏଫ୍‌ ଯବାନ ଏହି ଅପରେସନ୍‌ରେ ସାମିଲଥିଲେ ।

Leave a Reply