ପାକିସ୍ତାନୀ ଗୁପ୍ତଚରଙ୍କ ସହ ସମ୍ପର୍କ ସନ୍ଦେହରେ ଦୁଇ ଯବାନ ବନ୍ଧା ହେଲେ

1 min read

ନୂଆଦିଲ୍ଲୀ: ପାକିସ୍ତାନୀ ମହିଳାଙ୍କୁ ସେନାର ଗୁପ୍ତ ତଥ୍ୟ ଦେବା ଅଭିଯୋଗରେ ୨ ଜଣ ଯବାନ ଗିରଫ ହୋଇଛନ୍ତି । ପୋଖରାନରୁ ଘରକୁ ଯାଉଥିବା ବେଳେ ଯୋଧପୁର ରେଲୱେ ଷ୍ଟେସନରୁ ମିଳିତ ଭାବେ ସିବିଆଇ ଓ ଆଇବି ୨ ଯବାନଙ୍କୁ ଗିରଫ କରିଛି । ଗିରଫ ଯବାନ ୨ ଜଣ ହେଉଛନ୍ତି ଲାନ୍ସ ନାୟକ ରବି ବର୍ମା ଓ ବିଚିତ୍ର ବୋରା ।

ରାଜସ୍ଥାନ ଆଡିସନାଲ ଡାଇରେକ୍ଟର ଜେନେରାଲ ଉମେଶ ମିଶ୍ରଙ୍କ ସୂଚନା ଅନୁସାରେ ୨ ଯବାନ ଆଇଏସ୍ଆଇର ମହିଳା ଏଜେଣ୍ଟଙ୍କୁ ଗୁପ୍ତ ତଥ୍ୟ ଦେଉଥିଲେ । ଏଥିପାଇଁ ଦୁହେଁ ହ୍ୱାଟ୍ସଆପ୍ ଓ ଫେସବୁକ ଭଳି ସୋସିଆଲ ମିଡିଆକୁ ବ୍ୟବହାର କରୁଥିଲେ । ପାକିସ୍ତାନ ଇଣ୍ଟର ସର୍ଭିସ୍ ଇଣ୍ଟେଲିଜେନ୍ସ (ISI)ର ମହିଳା ଏଜେଣ୍ଟ ଦ୍ୱାରା ଏମାନେ ହନିଟ୍ରାପରେ ଫସିଥିବା କୁହାଯାଇଛି । ଧରା ପଡ଼ିଥିବା ଯବାନଙ୍କ ମଧ୍ୟରୁ ଜଣଙ୍କ ଘର ମଧ୍ୟପ୍ରଦେଶରେ ହୋଇଥିବା ବେଳେ ଅନ୍ୟଜଣେ ଆସାମର ବୋଲି ସୂଚନା ମିଳିଛି ।

ପାକିସ୍ତାନୀ ମହିଳା ଜଣଙ୍କ ଭଏସ୍ ଓଭର ଇଣ୍ଟରନେଟ ପ୍ରୋଟୋକଲ୍ (VoIP) ବ୍ୟବହାର କରି ଯବାନଙ୍କୁ କଲ୍ କରୁଥିଲେ। ଆଇଏସଆଇ ଏଜେଣ୍ଟ ଜଣଙ୍କ ଭାରତୀୟ ପରିଚୟ ଦେଇ କଥା ହେଉଥିଲେ । ବାର୍ତ୍ତାଳାପରେ ରାଜସ୍ଥାନରେ ସେନାର ଥିବା ଅସ୍ତ୍ରଶସ୍ତ୍ର ଓ ଅନ୍ୟ ଗୁପ୍ତ ତଥ୍ୟ ଯବାନ ଦୁହେଁ ପାକିସ୍ତାନୀ ମହିଳାଙ୍କୁ ଦେଇଥିବା ସନ୍ଦେହ କରାଯାଉଛି । ଉଭୟଙ୍କୁ ଜୟପୁର ନିଆଯାଇ ପଚରାଉଚରା କରାଯାଉଛି । ')}

Leave a Reply