ପାକିସ୍ତାନରୁ ଭାରତୀୟ ଦୂତାବାସର ୨ ଅଧିକାରୀ ନିଖୋଜ

1 min read

ନୂଆଦିଲ୍ଲୀ: ପାକିସ୍ତାନ ରାଜଧାନୀ ଇସଲାମାବାଦରୁ ୨ ଭାରତୀୟ ଅଧିକାରୀ ନିଖୋଜ ହୋଇଛନ୍ତି । ସୂତ୍ରରୁ ମିଳିଥିବା ଖବର ଅନୁସାରେ ପାକିସ୍ତାନରେ ଥିବା ଭାରତୀୟ ଦୂତାବାସର ୨ଜଣ ଅଧିକାରୀଙ୍କ ପତ୍ତା ୨ ଘଣ୍ଟା ହେଲା ମିଳୁନାହିଁ । ସେମାନଙ୍କୁ ଏବେ ଖୋଜା ଯାଉଛି ।

ସିଆଇଏସଏଫର ୨ଜଣ ଡ୍ରାଇଭର ଡ୍ୟୁଟିରେ ବାହାରକୁ ଯାଇଥିଲେ । କିନ୍ତୁ, ସେମାନେ ଗନ୍ତବ୍ୟ ସ୍ଥଳରେ ପହଞ୍ଚି ନାହାଁନ୍ତି । ସେମାନଙ୍କୁ ଅପହରଣ କରି ନିଆଯାଇଥିବା ଆଶଙ୍କା କରାଯାଉଛି । ସେମାନଙ୍କୁ ଖୋଜା ଯାଉଥିବା ବେଳେ ପାକିସ୍ତାନର ଅଧିକାରୀଙ୍କୁ ଏନେଇ ଅବଗତ କରାଯାଇଛି ।

ଏହା ପୂର୍ବରୁ ଇସଲାମାବାଦରେ ଭାରତୀୟ କୂଟନୀତିଜ୍ଞଙ୍କୁ ଡରାଇବା ପାଇଁ ଚେଷ୍ଟା କରାଯାଇଥିଲା । ଆଇଏସଆଇ ଏଜେଣ୍ଟ ଭାରତୀୟ କୂଟନୀତିଜ୍ଞଙ୍କ ପିଛା କରିଥିଲେ । ଏପରିକି ଗୋପନ ତଥ୍ୟ ପଚାରିଥିଲେ । ଯାହାର ବିରୋଧ କରିଥିଲା ଭାରତ ।

ଗତ ମେ ୩୧ରେ ଆଇଏସ୍ଆଇ ପାଇଁ ଗୁପ୍ତଚରୀ ଅଭିଯୋଗରେ ଦିଲ୍ଲୀସ୍ଥିତ ପାକିସ୍ତାନ ଦୂତାବାସର ୨ ଜଣ ଭିସା ଆସିଷ୍ଟାଣ୍ଟଙ୍କୁ ଗିରଫ କରାଯାଇଥିଲା । ପରେ ସେମାନଙ୍କୁ ପାକିସ୍ତାନ ପଠାଯାଇଥିଲା । ଏହି ଘଟଣା ପରେ ପାକିସ୍ତାନ ସମାନ ପଦକ୍ଷେପ ନେଇଥିବା କୁହାଯାଉଛି ।

https://nandighoshatv.com/ndia-two-isi-operatives-caught-in-pakistan-high-commission-in-india/

Leave a Reply