ସୁନ୍ଦରଗଡ଼ରେ ୨ କରୋନା ପଜିଟିଭ୍ ଚିହ୍ନଟ, ସିଲ୍ ହେଲା ବିଶ୍ରା ବ୍ଲକର ୧୦ଟି ଗାଁ

ରାଉରକେଲା: ସୁନ୍ଦରଗଡ଼ରେ ପ୍ରଥମ ଥର ପାଇଁ କରୋନା ପଜିଟିଭ୍ ମାମଲା ଚିହ୍ନଟ ହୋଇଛି । ଗତକାଲି ରାଜ୍ୟରେ ୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଜଣ ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ଅଞ୍ଚଳର । ସୁନ୍ଦରଗଡ଼ ଜିଲ୍ଲାପାଳ ଏ ସୂଚନା ପ୍ରଦାନ କରିଛନ୍ତି ।

ଜିଲ୍ଲାର ବିଶ୍ରା ଅଞ୍ଚଳରୁ ୨ କରୋନା ସଂକ୍ରମିତ ଚିହ୍ନଟ ପରେ ପରେ ପ୍ରଶାସନ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛି । ବିଶ୍ରା ବ୍ଲକ ଅଞ୍ଚଳରେ ଥିବା ୧୦ଟି ଗାଁକୁ ପ୍ରଶାସନ ସିଲ୍ କରିଛି । ଏହି ୧୦ଟି ଗାଁରୁ କେହି ଲୋକ ବାହାରକୁ ଯାଇପାରିବେ ନାହିଁ କି କେହି ମଧ୍ୟ ଗାଁ ଭିତରକୁ ପ୍ରବେଶ କରିପାରିବେ ନାହିଁ ।

କରୋନା ସଂକ୍ରମିତଙ୍କ ମଧ୍ୟରେ ବୟସ୍କଙ୍କ ତୁଳନାରେ ଯୁବାଙ୍କ ସଂଖ୍ୟା ଅଧିକ

ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ମାଇକ୍ ଯୋଗେ ଏନେଇ ଲୋକଙ୍କୁ ଅବଗତ କରାଯାଉଛି । ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୪ରେ ପହଞ୍ଚିଛି । ୧୨ ଜଣ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଜଣଙ୍କ ମୃତ୍ୟୁ ହୋଇଛି ।

ରାଜ୍ୟବାସୀଙ୍କ ପାଇଁ ଖୁସି ଖବର: ସୁସ୍ଥ ହୋଇ ଘରକୁ ଫେରିଲେ ପ୍ରଥମ କରୋନା ଆକ୍ରାନ୍ତ

 

Leave a Reply