୩ରୁ ୫ ଜିଲ୍ଲାକୁ ଡେଇଁଲା କରୋନା, ୨୦ ଛୁଇଁଲା ସଂକ୍ରମିତଙ୍କ ସଂଖ୍ୟା

ଭୁବନେଶ୍ୱର: ଦିନକରେ ରାଜ୍ୟରେ ୧୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର ବିଭାଗ ଏନେଇ ଟ୍ୱିଟ୍ କରିଛି । ବେଶୀ ଚିନ୍ତା ବଢ଼ାଇଛନ୍ତି ସୂର୍ଯ୍ୟନଗରର ପଞ୍ଚମ ଆକ୍ରାନ୍ତ ପ୍ରଦୀପ୍ତ ଦଳବେହେରା । ତାଙ୍କ ଠାରୁ ୭ ଜଣ ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ପ୍ରଦୀପ୍ତଙ୍କ ସ୍ତ୍ରୀ ଓ ଝିଅଙ୍କ ସହ ତାଙ୍କ ଘରେ ରହୁଥିବା ଭଡ଼ାଟିଆ ଏମିତି ୭ ଜଣ ପ୍ରଦୀପ୍ତଙ୍କ ଠାରୁ ସାମାଜିକ ସଂକ୍ରମଣ ଦ୍ୱାରା କରୋନାରେ ଆକ୍ରାନ୍ତ ହୋଇଛନ୍ତି ।

୩ କରୋନା ସଂକ୍ରମିତ ଚିହ୍ନଟ ପରେ ସିଲ୍ ହେଲା ବମିଖାଲ ଅଞ୍ଚଳ

ଭୁବନେଶ୍ୱର ବମିଖାଲରୁ ୩ ଜଣ, କଟକରୁ ଜଣେ, ପୁରୀରୁ ଜଣେ, ଯାଜପୁରର ଜଣେ ଓ ଭଦ୍ରକରୁ ଆଉ ୨ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୨୦କୁ ବୃଦ୍ଧି ପାଇଛି । ରାଜ୍ୟରେ କରୋନା ସାମାଜିକ ସଂକ୍ରମଣ ଆରମ୍ଭ ହୋଇଥିବା ଏଥିରୁ ସ୍ପଷ୍ଟ ହୋଇଛି ।

ରାଜଧାନୀରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି । ସେଥିମଧ୍ୟରୁ ଆଜି ୧୦ଟି ନୂଆ ମାମଲା ସାମନାକୁ ଆସିଛି । ଭଦ୍ରକରେ ପୂର୍ବରୁ ଜଣେ ଦୁବାଇ ଫେରନ୍ତାଙ୍କ ଠାରେ କରୋନା ପଜିଟିଭି ଆସିଥିବା ବେଳେ ଆଜି ଆଉ ୨ ରୋଗୀ ଚିହ୍ନଟ ହୋଇଛନ୍ତି । ତେବେ, ଏହି ନୂଆ ୨ ଆକ୍ରାନ୍ତ ଦୁବାଇ ଫେରନ୍ତାଙ୍କ ସମ୍ପର୍କରେ ଆସିଥିଲେ କି ନାହିଁ ସେନେଇ କୌଣସି ସୂଚନା ମିଳିନାହିଁ । ଅନ୍ୟପଟେ ପୁରୀ ଓ ଯାଜପୁରରେ ପ୍ରଥମ କରି କରୋନା ସଂକ୍ରମଣର ମାମଲା ଆସିଛି ।

ତବଲିଗି ଜମାତ ଯାଇଥିବା ଓଡ଼ିଆଙ୍କ ମଧ୍ୟରୁ ୩ ଚିହ୍ନଟ

Leave a Reply