‘ମହା’ଡ୍ରାମାରେ The End କେବେ ?

1 min read

ମୁମ୍ବାଇ: ସମୟ ବଢ଼ିବା ସହ ହାର୍ଟବିଟ୍ ବଢ଼ାଉଛି ମହାରାଷ୍ଟ୍ର ରାଜନୀତିର ଗଣିତ । କେତେବେଳେ କିଏ କାହାକୁ ଭେଟୁଛି ଓ କିଏ କାହା ସହ ମେଣ୍ଟ ନେଇ ରୋଡ୍ ମ୍ୟାପ୍ କରୁଛି ତାହା ବୁଝିହେଉନାହିଁ । ୯ ତାରିଖ ବିଧାନସଭା କାର୍ଯ୍ୟକାଳ ସରିବା ପୂର୍ବରୁ ସରକାର ଗଠନ ହେବ ତ ? ଏ ପ୍ରଶ୍ନ ଏବେ ସଭିଙ୍କ ମୁହଁରେ । ରାଜନୀତିରେ ରୁଚି ରଖୁଥିବା ଲୋକ ଅକ୍ଟୋବର ୨୪ ତାରିଖ ଫଳାଫଳ ପ୍ରକାଶ ଦିନଠାରୁ ଏ ପ୍ରଶ୍ନ ପଚାରି ଚାଲିଛନ୍ତି । ମହାରାଷ୍ଟ୍ରର ସରଳ ମାନସାଙ୍କ ‘ଦୁଇ ଭାଇ’ଙ୍କ ବୃଥା ଅହମିକା ଯୋଗୁ ଅଧିକ ଜଟିଳ ହୋଇ ଚାଲିଛି । ଏଯାଏ ସରକାର ଗଠନ ନେଇ ବହୁମତ ପାଇଥିବା ଦୁଇ ମେଣ୍ଟ ସହଯୋଗୀଙ୍କ ଭିତରେ ଗୋଟିଏ ବି ଆନୁଷ୍ଠାନିକ ବୈଠକ ହେଲାନି । ହାତରେ ଆଉ ମାତ୍ର ୯୦ ଘଣ୍ଟା । ସରକାର ଗଠନ ନହେଲେ ରାଷ୍ଟ୍ରପତିଙ୍କ ଶାସନ ଡୋରୀକୁ ଚାଲିଯିବ ମହାରାଷ୍ଟ୍ରର ଭାଗ୍ୟ ।Maharastra Mahavarat

ଗୋଟିଏ ପଟେ ଅସମ୍ଭବ ନିରବତାରେ ବିଜେପି, ଅନ୍ୟପଟେ କ୍ଷମତା ଦଖଲର ସବୁ ଫର୍ମୁଲାକୁ ନିଜ କୋର୍ଟରେ ରଖି ସମୟ ଗଡ଼ାଇ ଚାଲିଛି ଶିବସେନା । ଗତକାଲି ଫଡନବିସ୍-ଶାହଙ୍କ ସାକ୍ଷାତ ପରେ ଲାଗୁଥିଲା ଖୁବଶୀଘ୍ର ଛିଡ଼ିବ କ୍ଷମତାର ଗଣିତ । କିନ୍ତୁ ଦିଲ୍ଲୀର ଏଇ ଭେଟ୍‌ଘାଟ୍‌ ମହାରାଷ୍ଟ୍ରରେ ଏଯାଏ ବାହାର କରିପାରିନି ସମାଧାନର ବାଟ । ସେନାର ୫୦-୫୦ ଫର୍ମୁଲାରେ ନା ବିଜେପି ରାଜି ହେଉଛି, ନା ବିଜେପିର ଡେପୁଟି ସିଏମ୍‌ ଫର୍ମୁଲାରେ ରାଜି ହେଉଛି ସେନା । ତେବେ କ’ଣ ଦ୍ୱିତୀୟ ଫର୍ମୁଲାରେ ମହାରାଷ୍ଟ୍ରରେ ଗଠନ ହେବ ସରକାର । ଯାହାକୁ ନେଇ ଶିବସେନା ବିଜେପିକୁ ବ୍ଲାକ୍‌ମେଲ୍‌ କରୁଥିବାନେଇ ଅଭିଯୋଗ ହେଉଛି । ଗତକାଲି ଦିଲ୍ଲୀରେ ଏନସିପି ମୁଖ୍ୟ ଶରଦ ପାଓ୍ୱାର ଓ ସୋନିଆ ଗାନ୍ଧିଙ୍କ ସାକ୍ଷାତ ଆଲୋଚନା ମଧ୍ୟ ସେହି ମର୍ମରେ ଥିଲା ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି।

ସେନା ସହ ସରକାର ଗଠନକୁ ନେଇ ଯଦିଓ ସୋନିଆ ରାଜି ନୁହନ୍ତି, କିନ୍ତୁ ଦଳ ବାହ୍ୟ ସମର୍ଥନ ଦେବ ବୋଲି ଜଣାପଡ଼ିଛି । କିନ୍ତୁ ସରକାର ଗଠନ ନେଇ ଏଯାଏ ପ୍ରକ୍ରିୟା ତ୍ବରାନ୍ୱିତ ହୋଇନି । ତେବେ କେବେ ହେବ ଏନସିପି-ଶିବସେନାର ସରକାର ? ଆନୁଷ୍ଠାନିକ ବୈଠକ କେବେ ହେବ କାହାକୁ ଜଣାନାହିଁ । ତେବେ କଣ ପୁରୁଣା ମେଣ୍ଟରୁ ବାହାରି ନୂଆ ମେଣ୍ଟରେ ପଶିବ କି ଶିବସେନା ? ଯଦି ଏମିତି ହୁଏ ତାହାଲେ ବିଜେପିକୁ ଉଦ୍ଧବଙ୍କୁ ବାଏ ବାଏ କରିବାକୁ ପଡ଼ିବ । ରାଜନୀତିରେ ସବୁ କିଛି ସମ୍ଭବ ନ୍ୟାୟରେ ପରସ୍ପର ବିରୋଧରେ ବର୍ଷୁଥିବା ସେନା-ଏନସିପି ସରକାର ଗଢ଼ିବେ ନା ଅହମିକା ଛାଡ଼ି ବିଜେପି ଫର୍ମୁଲାରେ ରାଜି ହୋଇ ଦୁଇ ଭାଇ ଗଢ଼ିବେ ମହାରାଷ୍ଟ୍ରରେ ସରକାର ? ବୋଧହୁଏ ଏଇଥିପାଇଁ ନିରବତାର ଅଧିକ ଶକ୍ତି ନ୍ୟାୟରେ ସେନା ମୁଣ୍ଡ ନୁଆଁଇବା ଯାଏ ଶେଷ ପର୍ଯ୍ୟନ୍ତ ଜଗିଛି ବିଜେପି । କିନ୍ତୁ କେବେ ? ହାତରେ ଆଉ ସମୟ ଥିଲେ ତ ? ')}

Leave a Reply