ଚୀନ ମେଡିକାଲରେ କରୋନା ଆକ୍ରାନ୍ତଙ୍କୁ ଦିଆଯାଉଛି କଇଁଛ ମାଂସ, ଜାଣନ୍ତୁ କଣ ରହିଛି କାରଣ ?

ବେଜିଂ: ମହାମାରୀ କରୋନାକୁ ନେଇ ଥରୁଛି ଚୀନ । ଆଶା ଆଶଙ୍କାରେ ବିଶ୍ୱ । ମୁକାବିଲା ପାଇଁ ସମସ୍ତେ ଖୋଜୁଛନ୍ତି ମହୋଷଧୀ । ଅନ୍ୟପଟେ କରୋନା ଭାଇରସରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ବେଳକୁ ବେଳ ମୃତ୍ୟୁସଂଖ୍ୟା ବି ବଢ଼ୁଛି । ଏବେ ଯାଏଁ କରୋନାରେ ୭୨୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୪, ୫୪୬ ଜଣ ଲୋକ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି ।ଏହାରି ଭିତରେ ଚୀନର ବୁହାନର ଆସିଛି ଏକ ଖବର । ବୁହାନ ଚିକିତ୍ସାଳୟରେ କରୋନା ଆକ୍ରାନ୍ତଙ୍କୁ ଖାଇବାରେ କଇଁଛ ମାଂସ ଦିଆ ଯାଉଥିବା ଜଣାପଡ଼ିଛି । ଚିକିତ୍ସାଳୟ କର୍ତ୍ତୃପକ୍ଷଙ୍କ ଏଭଳି ନିଷ୍ପତ୍ତିକୁ ନେଇ ଗମ୍ଭୀର ଚିନ୍ତାପ୍ରକଟ କରିଛନ୍ତି ବିଶେଷଜ୍ଞ । କାରଣ କୁହାଯାଉଛି ସାପଙ୍କ ଠାରୁ ହିଁ ମଣିଷକୁ କରୋନା ଭାଇରସ୍ ବ୍ୟାପିଛି ।ଡେଲିମେଲରେ ପ୍ରକାଶିତ ରିପୋର୍ଟ ମୁତାବକ, ବୁହାନ ହସ୍ପିଟାଲରେ ଅଲଗା ଅଲଗା ଭାବେ ରଖାଯାଇଥିବା କରୋନା ଆକ୍ରାନ୍ତଙ୍କୁ ରାତି ଖାଇବାରେ କଇଁଛ ମାଂସ ଦିଆଯାଉଛି । ଚୀନ ଗଣମାଧ୍ୟମରେ ମଧ୍ୟ ଏହି ଦାବିକୁ ଦୋହରାଉଥିବା ଖବର ପରିବେଷଣ କରାଯାଇଛି । ଯେଉଁଥିରେ ଜଣେ ବ୍ୟକ୍ତି ଖାଦ୍ୟରେ କଇଁଛ ମାଂସ ଖାଇବାକୁ ଦିଆଯାଉଥିବା ଭିଡିଓରେ ଦାବି କରିଛନ୍ତି । ଚୀନର ପାରମ୍ପରିକ ଚିକିତ୍ସା ବିଜ୍ଞାନ ଅନୁଯାୟୀ କଇଁଛ ମାଂସରେ ବହୁ ପରିମାଣର ପୋଷକ ତତ୍ତ୍ୱ ରହିଛି ।ଚୀନ ଲୋକଙ୍କ ଅନୁଯାୟୀ, ତାଙ୍କ ଦେଶରେ ମିଳୁଥିବା କଇଁଛଙ୍କ ଠାରେ ପ୍ରଚୁର ପରିମାଣରେ ପ୍ରୋଟିନ୍ ମିଳିଥାଏ । ଯାହାକି ରୋଗୀଙ୍କୁ ରୋଗ ସହ ଲଢ଼ିବା ପାଇଁ ବଳ ଯୋଗାଏ ।

ଏବେ ଯାଏଁ ୧୦୬ ଜଣଙ୍କ ମୃତ୍ୟୁ; ସାମାନ୍ୟ ଥଣ୍ଡା ନା କରୋନା ଭାଇରସ୍, ଲୋକଙ୍କ ମଧ୍ୟରେ ଆତଙ୍କ

Leave a Reply