ହାତରେ ତୁଳସୀ ମାଳ ତୁଣ୍ଡରେ ଜଗନ୍ନାଥଙ୍କ ନାମ, ପ୍ରତ୍ୟେକ ଦିନ ମହାପ୍ରଭୁଙ୍କ ବଡ଼ସିଂହାର ବେଶ ପାଇଁ ପ୍ରସ୍ତୁତ କରୁଛନ୍ତି ତୁଳସୀ ମାଳ

ଖୋର୍ଦ୍ଧା: ଭାବର ଠାକୁର ଜଗନ୍ନାଥ । ଭାବ ଭକ୍ତିରେ ଡାକିଲେ ସେ ଶୁଣନ୍ତି । ସେହି ଭାବର ଠାକୁର ଜଗନ୍ନାଥଙ୍କ ଅତିପ୍ରିୟ ହେଉଛି ତୁଳସୀ । ପ୍ରତ୍ୟେକ ଏକାଦଶିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଡସିଂହାର ବେଶ କରାଯାଇଥାଏ । ଆଉ ଏଥିରେ ଠାକୁରଙ୍କୁ ତୁଳସୀ ମାଳ ଲାଗି କରାଯାଉଥିବା ବେଳେ ଏହି ସେବାରେ ନିଜକୁ ଲଗାଇଛନ୍ତି ଖୋର୍ଦ୍ଧାର କିଛି ଶ୍ରଦ୍ଧାଳୁ ।

ହାତରେ ତୁଳସୀ ମାଳ, ମୁହଁରେ ଜଗନ୍ନାଥ ନାମ । ମହାପ୍ରଭୁ ଜଗନ୍ନାଥଙ୍କ ଅତିପ୍ରିୟ ତୁଳସୀ । ତୁଳସୀ ପତ୍ର ଲାଗି ନହେଲେ ମହାପ୍ରଭୁଙ୍କ ପୂଜା ଅଧା ବୋଲି କୁହାଯାଏ  । ପ୍ରତ୍ୟେକ ଏକାଦଶିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଡସିଂହାର ବେଶ କରାଯାଉଥିବା ବେଳେ ଏହି ଦିନ ତୁଳସୀ ମାଳରେ ଠାକୁରଙ୍କୁ ସଜ୍ଜିତ କରାଯାଇଥାଏ  ।  ଆଉ ଏହି ସେବାରେ ନିଜକୁ ଲଗାଇଛନ୍ତି ଖୋର୍ଦ୍ଧାର କିଛି ମହିଳା  । ବିଭିନ୍ନ ବାଡି ବଗିଚାରେ ଲାଗିଥିବା ତୁଳସୀ ସଂଗ୍ରହ କରି କଦଳୀ ପଟୁକାରେ ମାଳ ଗୁନ୍ଥିଥାନ୍ତି  । ପରେ ଏହି ତୁଳସୀ ମାଳ ପୁରୀ ଶ୍ରୀମନ୍ଦିରକୁ ପଠାଯାଇଥାଏ ।

କେବଳ ତୁଳସୀ ନୁହେଁ ପଦ୍ମଫୁଲର ହାର ମଧ୍ୟ ପ୍ରସ୍ତୁତ କରି ଠାକୁରଙ୍କ ପାଇଁ ପଠାଯାଇଥାଏ  । ଆଖପାଖର ଶହେରୁ ଉର୍ଦ୍ଧ୍ବ ମହିଳା ପୁରୁଷ ସାମିଲ ହୋଇ ଠାକୁରଙ୍କ ସେବାରେ ନିୟୋଜିତ କରିଛନ୍ତି ନିଜକୁ  । ଆଜି ଯାଏଁ ଏହି ସେବାରେ କେବେ କୌଣସି ବାଧା ଆସି ନାହିଁ, ଏମିତିକି ଲକଡାଉନରେ ବି ଶ୍ରୀମନ୍ଦିରରେ ତୁଳସୀ ମାଳ ପହଞ୍ଚିଥିବା କହନ୍ତି ଶ୍ରଦ୍ଧାଳୁ ।

Leave a Reply