କିଏ ହେବ ଆମେରିକାର ଆଗାମୀ ରାଷ୍ଟ୍ରପତି ? ଟ୍ରମ୍ପ-ବିଡେନ କଡ଼ା ଟକ୍କର, ରାତି ପାହିଲେ ଅଗ୍ନି ପରୀକ୍ଷା

joe biden-trump

ଆମେରିକା: ମଙ୍ଗଳବାର ଆମେରିକା ରାଷ୍ଟ୍ରପତି ନିର୍ବାଚନ । ଶକ୍ତିଶାଳୀ ରାଷ୍ଟ୍ରର ନିର୍ବାଚନ ଉପରେ ରହିଛି ବିଶ୍ୱବାସୀଙ୍କ ନଜର । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଡେମୋକ୍ରାଟିକ ପ୍ରାର୍ଥୀ ଜୋ ବିଡେନଙ୍କ ମଧ୍ୟରେ ହେଉଛି କଡା ଟକ୍କର । ପୁଣି ଥରେ କ୍ଷମତାକୁ ଫେରିବାକୁ ପୁରା ଦମ ଲଗାଇଛନ୍ତି ଟ୍ରମ୍ପ । ନିଜ ଶାସନ ସମୟର ସଫଳତାକୁ ଆଧାର କରି ତାଙ୍କୁ ଭୋଟ ଦେବାକୁ ଆମେରିକାବାସୀଙ୍କୁ ଅପିଲ କରିଛନ୍ତି ଟ୍ରମ୍ପ ।

Trump

ଆମେରିକାବାସୀଙ୍କୁ ଟ୍ରମ୍ପ କହିଛନ୍ତି, ଆପଣ ଯଦି ଆପଣଙ୍କ ପରିବାର ଓ ଦେଶର ସୁରକ୍ଷା ଚାହୁଁଛନ୍ତି ତେବେ ମୋତେ ଭୋଟ ଦିଅନ୍ତୁ । ଆମେରିକାର ଜୀବନ ଶୈଳିକୁ ବଞ୍ଚାଇ ରଖିବାକୁ ହେଲେ ମୋତେ ଜିତାଇବାକୁ ପଡିବ । କରୋନା ମୁକାବିଲା, ଜଳ ବାୟୁ ପରିବର୍ତ୍ତନ, ଅର୍ଥନୀତିର ବିକାଶକୁ ମୁଦ୍ଦା କରି ଭୋଟ ମାଗିଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।

ସେପଟେ ଡେମୋକ୍ରାଟିକ ପ୍ରାର୍ଥି ଜୋ ବିଡେନ ଟ୍ରମ୍ପଙ୍କ ବିଫଳତାକୁ ମୁଦ୍ଦା କରି ମୈଦାନକୁ ଓହ୍ଲାଇଛନ୍ତି । କରୋନାକୁ ରୋକିବାରେ ଟ୍ରମ୍ପ ବିଫଳ ହୋଇଥିବା ନେଇ ଅଭିଯୋଗ କରିଛନ୍ତି ବିଡେନ । ଟ୍ରମ୍ପଙ୍କ ବୈଦେଶିକ ନୀତି, ବର୍ଣ୍ଣ ବୈଷମ୍ୟ, ଅର୍ଥନୀତି ଭଳି ପ୍ରସଙ୍ଗକୁ ସମାଲୋଚନା କରି ନିଜ ସପକ୍ଷରେ ଭୋଟ ମାଗିଛନ୍ତି ଜୋ ବିଡେନ । କିଛି ଦିନ ତଳେ ପ୍ରେସିଡେନସିଆଲ ଡିବେଟ ସରିଥିବା ବେଳେ ଜୋ ବିଡେନଙ୍କ ପ୍ରଦର୍ଶନ ଭଲ ଥିଲା ବୋଲି ରାଜନୈତିକ ବିଶେଷଜ୍ଞ କହିଛନ୍ତି । ତେବେ ବିଡେନ୍‌ଙ୍କ ଭାଷଣ ମତଦାନକୁ ପ୍ରଭାବିତ କରିବାରେ ସଫଳ ହୋଇନପାରେ ବୋଲି କୁହାଯାଉଛି ।

Leave a Reply