ହାପ୍ ଗର୍ଲ ଫ୍ରେଣ୍ଡ ଫିଲ୍ମ ପାଇଁ ଟୁଇଟରରେ ଟ୍ରୋଲ ହେଲେ ଅର୍ଜୁନ କାପୁର

1 min read
troll sifted to Arjun Kapoor over nepotism

ଲେଖକ ଚେତନ ଭଗତଙ୍କ ୫ ବର୍ଷ ତଳର ଏକ ଟୁଇଟକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।  ଭାଇରାଲ ହେଉଥିବା ଚେତନ ଭଗତଙ୍କ ଉକ୍ତ ଟୁଇଟରେ ସେ ସୁଶାନ୍ତ ସିଂହ ରାଜପୁତଙ୍କୁ ହାପ୍ ଗର୍ଲ ଫ୍ରେଣ୍ଡ ଚଳଚ୍ଚିତ୍ରର ମୁଖ୍ୟ ଅଭିନେତା ଭାବେ ବାଛିଥିବା ଉଲ୍ଲେଖ କରିଥିଲେ । ୨୦୧୫, ୭ନଭେମ୍ୱରର ଉକ୍ତ ଟୁଇଟରେ ଚେତନ ଭଗତ ଲେଖିଥିଲେ ଯେ ଏକଥା ବର୍ଣ୍ଣନା କରି ମୋତେ ଖୁସି ଅନୁଭବ ହେଉଛି ଯେ ମୋହିତ ଦ୍ୱାରା ନିର୍ଦ୍ଦେଶିତ ଫିଲ୍ମ ହାପ୍ ଗର୍ଲ ଫ୍ରେଣ୍ଡରେ ଭୂମିକାରେ ସୁଶାନ୍ତ ମୁଖ୍ୟ ଭୂମିକାରେ ଅଭିନୟ କରିବେ ।

 

ମାତ୍ର ପରେ ଅର୍ଜୁନ କପୁର ଫିଲ୍ମରେ ହିରୋ ଭାବେ ଦେଖିବାକୁ ମିଳିଥିଲେ । ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ପରେ ଏବେ ବଲିଉଡର ତାରକା ବ୍ୟକ୍ତିତ୍ୱଙ୍କର ପକ୍ଷପାତିତାକୁ ନେଇ ପ୍ରଶ୍ନ ଉଠୁଛି  । ଆରୋପ ଲାଗୁଛି ଯେ, ବଲିଉଡରେ ରାଜ କରୁଥିବା କିଛି ମୁଷ୍ଟିମେୟ ଓ ଶକ୍ତିଶାଳୀ ବ୍ୟକ୍ତି ନିଜ ହିସାବରେ କଳାକାରଙ୍କୁ ସୁଯୋଗ ଦେଉଛନ୍ତି । ସେମାନଙ୍କ ସହ ଭଲ ସମ୍ପର୍କରେ ଥିବା କଳାକାରଙ୍କୁ ପ୍ରାଥମିକତା ମିଳୁଛି । ହାପ୍ ଗର୍ଲ ଫ୍ରେଣ୍ଡ ଚଳଚ୍ଚିତ୍ର କ୍ଷେତ୍ରରେ ମଧ୍ୟ ଏହି ପରି ହୋଇଛି । ବୁଧବାର ଦିନ ତମାମ ଅର୍ଜୁନ କାପୁର ଟ୍ରେଣ୍ଡରେ ରହିଥିଲେ ।

ଷ୍ଟାର କିଡ୍ ହୋଇଥିବା ହେତୁ ସୁଶାନ୍ତ ବଦଳରେ ତାଙ୍କୁ ସୁଯୋଗ ମିଳିଥିଲା ବୋଲି ଟୁଇଟ୍ ଅଭିଯୋଗ ହେଉଛି । ଫିଲ୍ମରେ ସୁଶାନ୍ତଙ୍କୁ ନେବା ପାଇଁ ପ୍ରଥମରୁ ନିଷ୍ପତ୍ତି ହୋଇ ସାରିଥିଲା । ମାତ୍ର ଶେଷରେ ସୁଶାନ୍ତଙ୍କ ବଦଳରେ ଅର୍ଜୁନଙ୍କୁ ସୁଯୋଗ ମିଳିଲା । ଏହି ଚକ୍ରାନ୍ତ ପଛରେ କିଏ ରହିଛି ବୋଲି ଜଣେ ଟୁଇଟର୍ ୟୁଜର୍ ଚେତନ ଭଗତଙ୍କ ଟୁଇଟରେ ପ୍ରଶ୍ନ କରିଛନ୍ତି ।

Leave a Reply