୧୫ ଅକ୍ଟୋବର ୧୯୩୧ରୁ ୨୦୧୫, କେମିତି ଥିଲା ଏପିଜେ ଅବଦୁଲ୍‌ କଲାମ୍‌ ଜୀବନ ଯାତ୍ରା ?

1 min read

ନୂଆଦିଲ୍ଲୀ: କୋଟି ଭାରତୀୟଙ୍କର ପ୍ରିୟ ରାଷ୍ଟ୍ରପତି ଥିଲେ ଡ.ଏପିଜେ ଅବଦୁଲ୍‌ କଲାମ୍‌। କେବଳ ଏତିକି ତାଙ୍କର ପରିଚୟ ନୁହେଁ, ମିସାଇଲ୍‌ ମ୍ୟାନ୍‌ ଭାବରେ ସେ ମଧ୍ୟ ପରିଚିତ ଥିଲେ। ଭାରତୀୟ ଗଣତନ୍ତ୍ରରେ ଏକାଦଶତମ ରାଷ୍ଟ୍ରପତି ଭାବେ ଆସନ ଗ୍ରହଣ କରିଥିଲେ ଏହି ବିଶିଷ୍ଟ ବୈଜ୍ଞାନିକ ଡ.ଏ.ପି.ଜେ ଅବଦୁଲ କଲାମ୍‌ । ସେ ନିଜ କର୍ମମୟ ଜୀବନରେ ଗୋଟିଏ କଥା ଶିଖାଇଥିଲେ, ଯେ କୈାଣସି ପରିସ୍ଥିତିରେ ଥିଲେ ବି ଯଦି ସ୍ୱପ୍ନକୁ ପୂରା କରିବାକୁ ଚାହୁଁଛନ୍ତି, ତାହେଲେ ସ୍ୱପ୍ନ ପୂରା କରିବା ଯାଏଁ ସଂଘର୍ଷ ଜାରି ରଖିବାକୁ ପଡିବ।

ଏହି ମହାନ ବୈଜ୍ଞାନିକ ତଥା ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମଙ୍କର ଜନ୍ମ ହୁଏ ୧୫ ଅକ୍ଟୋବର ୧୯୩୧ ମସିହାରେ ତାମିଲନାଡୁର ରାମେଶ୍ୱରମ୍‌ ରେ। ତାଙ୍କ ପିତାଙ୍କ ନାମ ଥିଲା ଜୈନୁଲାବିଦ୍ଦିନ୍‌ ,ଯିଏ ବୋଟର ମାଲିକ ଥିଲେ। ତାଙ୍କ ମାତାଙ୍କ ନାମ ଥିଲା ଆସିଆମା ଯିଏ ଥିଲେ ଜଣେ ସୁଗୃହିଣୀ । ପିଲାଦିନେ ଗଣିତ କରିବାକୁ ସେ ଖୁବ୍‌ ଭଲପାଉଥିଲେ। ହାଇସ୍କୁଲ ଶିକ୍ଷା ପରେ ସେ ଉଚ୍ଚଶିକ୍ଷା ପାଇଁ ୧୯୫୫ରେ ମାଡ୍ରାସ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜିରେ ନାମ ଲେଖାଇଥିଲେ ।

୧୯୬୦ରେ ମାଡ୍ରାସର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକନୋଲୋଜିରୁ ଶିକ୍ଷା ଗ୍ରହଣ ପରେ ସେ ଏରୋନେଟିକାଲ ଡେଭଲପ୍‌ମେଣ୍ଟ୍ ଏଷ୍ଟାବ୍ଲିସ୍‌ମେଣ୍ଟରେ ଯୋଗ ଦିଅନ୍ତି। ୧୯୮୦ ମସିହାରେ ଭାରତର ତତ୍କାଳୀନ ପ୍ରତିରକ୍ଷା ମନ୍ତ୍ରୀ ଭିକେ କୃଷ୍ଣ ମେନନ୍‌ କଲାମଙ୍କ ନିର୍ମିତ ଲାଞ୍ଜବିହୀନ ହୋଭର କ୍ରାଫ୍ଟ ‘ନନ୍ଦି’ ରେ ବସି ଆକାଶରେ ଉଡିଥିଲେ ଏବଂ କଲାମ୍‌ଙ୍କୁ ଏଥିପାଇଁ ବହୁ ପ୍ରଶଂସା ମଧ୍ୟ କରିଥିଲେ । କଲାମ ବମ୍ବେରେ ପ୍ରତିଦିନ ମହାକାଶ ଗବେଶଣା କେନ୍ଦ୍ରରେ ରକେଟ୍‌ ଇଂଜିନିୟର୍‌ ଭାବେ କାର୍ଯ୍ୟ କରୁଥିଲେ।

ଏହାପରେ କଲାମ ଡ଼କ୍ଟରର ବିକ୍ରମ ସରାଭା, ପ୍ରଫେସର ଏମ୍‌ ଜି କେ ମେନନ୍‌ଙ୍କ ପାଖରେ ପରୀକ୍ଷା ଦେଇ ବମ୍ବେରେ ମହାକାଶ ଗବେଷଣା କେନ୍ଦ୍ରରେ ରକେଟ୍‌ ଇଞ୍ଜିନିୟର୍‌ ଭାବେ କାର୍ଯ୍ୟ କରିଥିଲେ। ୧୯୬୯ରେ ସେ ଇସ୍ରୋକୁ ବଦଳି ହେଇଯାଇଥିଲେ । ଭାରତର ପ୍ରଥମ ସାଟେଲାଇଟ୍ ଏସ୍‌ ଏଲ୍‌ ଭି-IIIର ପ୍ରୋଜେକ୍ଟ ଡ଼ାଇରେକ୍ଟର ଭାବେ କାର୍ଯ୍ୟ କରି ସଫଳତା ପାଇଥିଲେ ଡ.କଲାମ ।

ଏହାପରେ ଡ. କଲାମ୍ ଇସ୍ରୋ ତ୍ୟାଗ କରି କ୍ଷେପଣାସ୍ତ୍ର ବିକାଶ କାର୍ଯ୍ୟକ୍ରମର ଦାୟିତ୍ତ୍ୱ ନେଇଥିଲେ । ତାଙ୍କର ପ୍ରଚେଷ୍ଟା, ନେତୃତ୍ୱ ଓ ଗବେଷଣା ଫଳରେ ଡ଼େଭିଲ, ପୃଥ୍ୱୀ, ତ୍ରିଶୂଳ ଓ ଅଗ୍ନି ପ୍ରଭୃତି କ୍ଷେପଣାସ୍ତ୍ରର ସଫଳ ଉତ୍‌କ୍ଷେପଣ କରାଯାଇଥିଲା । ଏହାଦ୍ୱାରା ଭାରତର ଗୌରବ ବୃଦ୍ଧି ପାଇଥିଲା । ଅଗ୍ନିର ସଫଳତା ପାଇଁ କଲାମ୍‌ଙ୍କୁ କ୍ଷେପଣାସ୍ତ୍ର ମାନବ କୁହାଗଲା । ୧୯୯୮ ମେ”୧୧ ଓ ୧୩ ତାରିଖରେ ରାଜସ୍ଥାନର ପୋଖରାନ୍ ଠାରେ ଆଣବିକ ପରୀକ୍ଷା କରି ସେ ବେଶ୍ ଚର୍ଚ୍ଚିତ ହୋଇପାରିଥିଲେ । ଦେଶପ୍ରେମୀ କଲାମ୍‌ଙ୍କ ଅବଦାନ ଫଳରେ ଭାରତ ପ୍ରତିରକ୍ଷା କ୍ଷେତ୍ରରେ ଶକ୍ତିଶାଳୀ ହୋଇପାରିଛି । ଡ.କଲାମ୍‌ଙ୍କ ନିଷ୍ଠାପର ସାଧନା ଓ ଅବଦାନ ପାଇଁ ତାଙ୍କୁ ମିଳିଥିଲା ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ବହୁ ସମ୍ମାନ ଓ ପୁରସ୍କାର । ଭାରତ ସରକାରଙ୍କ ତରଫରୁ ୧୯୮୧ରେ ପଦ୍ମଭୂଷଣ, ୧୯୯୦ରେ ପଦ୍ମବିଭୂଷଣ,୧୯୯୭ରେ ଭାରତରତ୍ନ ଆଦି ସମ୍ମାନଜନକ ଉପାଧି ପ୍ରଦାନ କରାଯାଇଥିଲା । ପିଲାମାନଙ୍କୁ ଖୁବ୍‌ ଭଲ ପାଉଥିଲେ ସେ ।

ରାଷ୍ଟ୍ରପତି କେ.ଆର୍‌.ନାରାୟଣନଙ୍କ ପରେ ସେ ହୋଇଥିଲେ ଭାରତର ଏକାଦଶତମ ରାଷ୍ଟ୍ରପତି । ତାଙ୍କର ଉଚ୍ଚ ଦୀକ୍ଷାନ୍ତ ଅଭିଭାଷଣ , ସରଳ ଜୀବନଯାପନ ଅନ୍ୟମାନଙ୍କ ପାଇଁ ଆଦର୍ଶ ଓ ପ୍ରେରଣାର ଉତ୍ସ ହୋଇ ରହିଛି । ୨୭ଜୁଲାଇ ୨୦୧୫ରେ ତାଙ୍କର ମହାପ୍ରୟାଣ ହୋଇଥିଲା ।

 

Leave a Reply