MDH ମସଲାରେ ଧର୍ମପାଲଙ୍କ ସୁନ୍ଦର ଚିତ୍ର; ଜଣାଇଲେ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ: ମସଲା କିଙ୍ଗ ଭାବେ ପରିଚିତ ଏମଡିଏଚ ଗ୍ରୁପର ମାଲିକ  ମହାଶୟ ଧର୍ମପାଲ ଗୁଲାଟିଙ୍କର ଗୁରୁବାର ଦିନ ୯୮ ବର୍ଷ ବୟସରେ  ଦେହାନ୍ତ ହୋଇଛି ।

ସେ ଗତ କିଛି ଦିନ ହେବ ମାତା ଚନନ ଦେବୀ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ତାଙ୍କ ନିଧନ ପରେ ବହୁ ନାମୀଦାମୀ ଲୋକ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଏହି ପରିପ୍ରେକ୍ଷୀରେ ବରୁଣ ଟଣ୍ଡନ ନାମକ ଜଣେ ଗ୍ରାଫିକ୍ସ ଡିଜାଇନର ମସଲା ବ୍ୟବହାର କରି ଧର୍ମପାଲଙ୍କ ଏକ ସୁନ୍ଦର ଚିତ୍ର ଆଙ୍କି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

ଯେଉଁ ଚିତ୍ର ଏବେ ସୋସିଆଲ୍ ମିଡିଆରେ ଖୁବ ଭାଇରାଲ୍ ହେବାରେ ଲାଗିଛି । ବରୁଣଙ୍କ କହିବାନୁଯାୟୀ ସେ ପ୍ରଥମେ ଏକ ସାଧା କାଗଜରେ ଧର୍ମପାଲଙ୍କ ଚିତ୍ର ଆଙ୍କିଥିଲେ ଆଉ ତା’ ଉପରେ ଏମଡିଏଚ୍ ମସଲାକୁ ଅଠା ଦେଇ ଚାପି ଦେଇଥିଲେ । ବରୁଣଙ୍କୁ ଏହି ଚିତ୍ର ବନାଇବା ଲାଗି ତାଙ୍କୁ ପ୍ରାୟ ୮ ଘଣ୍ଟା ସମୟ ଲାଗିଥିଲା ।

ତେବେ ଧର୍ମପାଲ ବରୁଣଙ୍କ ପାଇଁ ଜଣେ ରୋଲ୍ ମଡେଲ୍ ଥିଲେ ବୋଲି ସେ ପ୍ରକାଶ କରିଛନ୍ତି ।

Leave a Reply