ଲକଡାଉନ୍, ସାମାଜିକ ଦୂରତା ଓ ବୋରିଗୁମ୍ମାର ଆଦିବାସୀ ମହିଳା

କୋରାପୁଟ: କରୋନା ଭାଇରସ ସଂକ୍ରମଣରୁ ଲୋକଙ୍କୁ ରକ୍ଷା କରିବା ପାଇଁ ସାରା ଦେଶରେ ଜାରି ରହିଛି ଲକଡାଉନ । କିନ୍ତୁ କେତେକ ଶିକ୍ଷିତ ମୁର୍ଖ ଏହି ଲକଡାଉନକୁ ପାଳନ କରୁନଥିବା ଦୃଶ୍ୟ ଦଖିବାକୁ ମିଳିଛି । ଅତି ଆବଶ୍ୟକ କାମ ନଥିଲେ ମଧ୍ୟ ଲୋକମାନେ ବାହାରେ ବୁଲୁଛନ୍ତି ଯାହା ଫଳରେ କରୋନା ସଂକ୍ରମଣର ଆଶଙ୍କା ରହିଛି ।

ଇତି ମଧ୍ୟରେ କୋରାପୁଟର ଆଦିବାସୀ ବହୁଳ ଅଞ୍ଚଳରୁ ଗୋଟିଏ ଫଟୋ ଆସିଛି ଯାହା ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଛି । କୋରାପୁଟ ବୋରିଗୁମ୍ମା ଅଞ୍ଚଳର ମହିଳା ମାନେ ନଳକୂଆରୁ ପାଣି ଆଣିବା ବେଳେ ସାମାଜିକ ଦୂରତାକୁ ସଠିକ ଭବରେ ପାଳନ କରୁଥିବା ଦୃଶ୍ୟ ଦେଖିବାକୁ ମିଳିଛି । ଫଟୋରେ ନଳକୂଅ ପାଖରେ ଗୋଲେଇ ଆଙ୍କି ପରସ୍ପର ମଧ୍ୟରେ ୬ ଫୁଟର ବ୍ୟବଧାନରେ ରଖି ମହିଳା ମାନେ ପାଣି ଆଣୁଛନ୍ତି ।

ତେବେ ଏହି ଦୃଶ୍ୟ ରାଜଧାନୀର ବଡ଼ବଡୁଆ ଶିକ୍ଷିତ ମୁର୍ଖ ମାନଙ୍କ ପାଇଁ ଏକ ଶିକ୍ଷା । ଗୋଟେପଟେ ସୋସିଆଲ ଡିସଟାନ୍ସିଂ ପାଇଁ ସହରବାସୀଙ୍କୁ ସଚେତନ କରାଯାଉଛି ଆଉ କେଉଁଠି ଲୋକଙ୍କ ଉପରେ ବଳପ୍ରୟୋଗ କରିବାକୁ  ବାଧ୍ୟ ହେଉଛି ପୋଲିସ । । ତଥାପି ସହରବାସୀ ସାମାଜିକ ଦୂରତା ଗମ୍ଭୀର ଭାବରେ ନେଉନାହାନ୍ତି । ଅନ୍ୟପଟେ ଏହି ଆଦିବାସୀ ଅଧ୍ୟୁସିତ ଅଞଅଚଳରେ ଗ୍ରାମବାସୀ ମାନେ ଖୁବ ସୁନ୍ଦର ଭାବରେ ସାମାଜିକ ଦୂରତାକୁ ଅନୁସରଣ କରୁଛନ୍ତି ।

ଜଣାଇ ରଖୁଛୁଯେ ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୩୯ ଜଣ କରୋନା ଭାଇରସ ଦ୍ୱାରା ଦଂକ୍ରମିତ ହୋଇଛନ୍ତି । ଖୁବ ଦ୍ରୁତ ଗତି କରୋନା ନିଜ କାୟା ମେଲାଉଥିବାବେଳେ ସାମାଜିକ ଦୂରତା ହିଁ ଏକମାତ୍ରା ରାସ୍ତା ଯାହା ଆମକୁ ଏ ମହାମାରୀରୁ ରକ୍ଷା କରିବ ।

Leave a Reply