କରୋନା କଟକଣାରେ ଖୋଲିବ ଜନଜାତି ସଂଗ୍ରହାଳୟ, ଯାଇପାରିବେନି ୧୪ ବର୍ଷରୁ କମ ବୟସ ପିଲା

ଭୁବନେଶ୍ୱର: ଆଜିଠୁ ଖୋଲିବ ରାଜ୍ୟ ଜନଜାତି ସଂଗ୍ରହାଳୟ । ଦର୍ଶକମାନଙ୍କ ପାଇଁ କରୋନା କଟକଣା ଭିତରେ ଖୋଲିବ ସଂଗ୍ରହାଳୟ । ପ୍ରବେଶ କରିବା ପୂର୍ବରୁ ସାନିଟାଇଜର ବ୍ୟବହାର କରିବା ପାଇଁ ନିର୍ଦ୍ଦେଶ ରହିଛି । ପ୍ରତ୍ୟେକ ଦର୍ଶକ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ସଂଗ୍ରହାଳୟ ଭିତରେ ପ୍ରତ୍ୟେକ ଦର୍ଶକ ସେମାନଙ୍କ ମଧ୍ୟରେ ୧୦ ଫୁଟ ଦୂରତା ରକ୍ଷା କରିବେ ।

 

ଏକା ସାଙ୍ଗରେ ମାତ୍ର ୧୦ ଜଣକୁ ପ୍ରବେଶ କରିବା ପାଇଁ ଅନୁମତି ମିଳିବ । ୬୫ ବର୍ଷରୁ ଉର୍ଦ୍ଧ ବୟସ୍କ ବ୍ୟକ୍ତି ଓ ୧୪ ବର୍ଷରୁ କମ ବୟସର ପିଲାମାନଙ୍କୁ ସଂଗ୍ରହାଳୟ ମଧ୍ୟକୁ ପ୍ରବେଶ କରିବା ପାଇଁ ଅନୁମତି ମିଳିବ ନାହିଁ । ସୋମବାରଠୁ ଶୁକ୍ରବାର ପର୍ଯ୍ୟନ୍ତ ଦିନ ୧୦ରୁ ସନ୍ଧ୍ୟା ୫ଟା ୩୦ ମିନିଟ ଯାଏଁ ଖୋଲା ରହିବ ସଂଗ୍ରହାଳୟ । କରୋନା ପାଇଁ ଦୀର୍ଘ ଦିନ ଧରି ବନ୍ଦ ରହିଥିଲା ରାଜ୍ୟ ଜନଜାତି ସଂଗ୍ରହାଳୟ ।

Leave a Reply