ଜାଣନ୍ତୁ ୮ କରୋନା ଆକ୍ରାନ୍ତ କେବେ, କେଉଁଠିକୁ ଯାଇଥିଲେ ?

ଭୁବନେଶ୍ୱର: ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୭୯କୁ ବୃଦ୍ଧି ପାଇଛି । ସ୍ୱାସ୍ଥ୍ୟ ବିଭାଗ ୬୧, ୬୨, ୬୩, ୬୪, ୬୫, ୬୬, ୬୭, ୬୮ ଓ ୬୯ ନମ୍ବର ନମ୍ବର କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ୍‌ ହିଷ୍ଟ୍ରୀ ଜାରି କରିଛି । ବାଲେଶ୍ୱର ନେଳିଆବାଗରେ ଚିହ୍ନଟ ୬୧ ନମ୍ବର ଆକ୍ରାନ୍ତ ମାର୍ଚ୍ଚ ୧୩ ତାରିଖରେ ଝାଡ଼ଖଣ୍ଡ ଯାଇ ଫେରିଥିଲେ । ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଭୁବନେଶ୍ୱର ଆପୋଲ ହସ୍ପିଟାଲ, କ୍ୟାପିଟାଲ ହସ୍ପିଟାଲ, କିମ୍ସ, ଏମ୍ସକୁ ଯାଇଥିଲେ । ଏପ୍ରିଲ୍ ୧୮ରେ ତାଙ୍କ ରକ୍ତ ନମୁନା ପଜିଟିଭ୍‌ ଆସିଥିଲା । ଏହାପରେ ତାଙ୍କୁ କିମ୍ସ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

ସେହିଭଳି ୬୨ ନମ୍ବର ଆକ୍ରାନ୍ତ ଜଣଙ୍କ ଭଦ୍ରକ ବାସୁଦେବପୁରର । ମାର୍ଚ୍ଚ ୨୮ରେ କୋଲକାତାରୁ ବାସୁଦେବପୁରକୁ ୩ଜଣଙ୍କ ସହ ଏକ ଗାଡ଼ିରେ ଫେରିଥିଲେ । ପରେ ହୋମ୍‌ କ୍ୱାରେଣ୍ଟାଇନ୍‌ ଓ ସରକାରୀ କ୍ୱାରେଣ୍ଟାଇନ୍‌ରେ ଥିଲେ । ଏପ୍ରିଲ ୧୯ରେ ତାଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିଲା । ସେ ଏବେ କଟକ ଅଶ୍ୱନୀ କୋଭିଡ୍‌ ହସ୍ପିଟାଲରେ ଅଛନ୍ତି ।

୬୩ ନମ୍ବର କରୋନା ଆକ୍ରନ୍ତ ଜଣଙ୍କ ଭଦ୍ରକ ଖରଡ଼ିଆର ୫୮ ବର୍ଷୀୟ ବ୍ୟକ୍ତି । ସେ ଟ୍ରକ୍‌ ଯୋଗେ ଏପ୍ରିଲ ୯ରେ କୋଲକାତାରୁ ଫେରିଥିଲେ । ଏପ୍ରିଲ୍ ୧୪ ପର୍ଯ୍ୟନ୍ତ ହୋମ କ୍ୱାରେଣ୍ଟାଇନରେ ଓ ୧୫ରୁ ୧୯ ପର୍ଯ୍ୟନ୍ତ ସରକାରୀ କ୍ୱାରେଣ୍ଟାଇନ୍‌ରେ ଥିଲେ । ଏପ୍ରିଲ ୧୯ରେ ତାଙ୍କ ରକ୍ତ ନମୁନା ପଜିଟିଭ୍‌ ଆସିବା ପରେ ସେ କଟକ ଅଶ୍ୱିନୀ କୋଭିଡ୍ ହସ୍ପିଟାଲରେ ଅଛନ୍ତି ।

୬୪ ନମ୍ବର ଆକ୍ରାନ୍ତ ଜଣଙ୍କ ବାସୁଦେବପୁର ମାଟିପକାର ୬୬ ବର୍ଷୀୟ ବ୍ୟକ୍ତି । ମାର୍ଚ୍ଚ ୨୯ରେ କୋଲକାତାରୁ ଫେରିଥିଲେ । ଘରେ ଓ ସରକାରୀ କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ଥିବା ବେଳେ ଏପ୍ରିଲ୍‌ ୧୯ରେ ତାଙ୍କ ରକ୍ତ ନମୁନା କରୋନା ପଜିଟିଭ୍‌ ଆସିଥିଲା । ସେ କଟକ ଅଶ୍ୱିନୀ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ।

୬୫ ନମ୍ବର ପଜିଟିଭ୍‌ ଜଣଙ୍କ କୋଲକାତାରୁ ଭଡ଼ା ଗାଡିରେ କିଛି ଲୋକଙ୍କ ସହ ୨୮ ମାର୍ଚ୍ଚରେ ଭଦ୍ରକରେ ପହଞ୍ଚିଥିଲେ । ହୋମ୍‌ କ୍ୱାରେଣ୍ଟାଇନ୍‌ ଓ ସରକାରୀ କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ଥିବା ବେଳେ ଏପ୍ରିଲ୍‌ ୧୯ରେ କରୋନା ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଥିଲା । ସେ କଟକ ଅଶ୍ୱିନୀ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ୬୬ ନମ୍ବର କରୋନା ଆକ୍ରାନ୍ତ ଜଣକ ବି ଭଦ୍ରକର ହୋଇଥିବା ବେଳେ ସେ ମାର୍ଚ୍ଚ ୨୯ରେ କୋଲକାତାରୁ ଏକ ଭଡ଼ା ଗାଡ଼ିରେ ଫେରିଥିଲେ । ହୋମ୍‌ ଓ ସରକାରୀ କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ଥିବା ବେଳେ ଏପ୍ରିଲ ୧୯ରେ ତାଙ୍କ ରକ୍ତ ନମୁନା ପଜିଟିଭ୍‌ ଆସିଥିଲା । ସେ କଟକ ଅଶ୍ୱିନୀ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ।

୬୮ ନମ୍ବର କରୋନା ଆକ୍ରାନ୍ତ ଜଣଙ୍କ ବାଲେଶ୍ୱର ରିଗିଡ଼ି ଅଞ୍ଚଳର ୨ ବର୍ଷର ଶିଶୁକନ୍ୟା । ଏପ୍ରିଲ ୬ରୁ ଝିଅଟିକୁ ଥଣ୍ଡା ଓ କାଶ ଲାଗି ରହିଥିଲା । ଏପ୍ରିଲ୍‌ ୭ରୁ ସେ ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିଲେ । ଏପ୍ରିଲ ୧୯ରେ ରିପୋର୍ଟ ପଜିଟିଭ୍‌ ଆସିଥିଲା । ସେ ବି କଟକ ଅଶ୍ୱିନୀ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସାଧୀନ ଅଛି ।

୬୯ ନମ୍ବର ଆକ୍ରାନ୍ତ ଜଣଙ୍କ ସୁନ୍ଦରଗଡ଼ର ବିଶ୍ରା ଅଞ୍ଚଳର । ସେ ଅସୁସ୍ଥତା ପାଇଁ ମାର୍ଚ୍ଚ ୨୧ରୁ ୨୯ ତାରିଖ ପର୍ଯ୍ୟନ୍ତ ଘରେ ଥିଲେ । ମାର୍ଚ୍ଚ ୨୯ରେ ସେ ରାଉରକେଲା ଯାଇଥିଲେ । ୨୦ ଏପ୍ରିଲ୍‌ରେ ସେ କରୋନାରେ ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଥିଲା । ସେ ରାଉରକେଲା ହାଇଟେକ୍‌ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ।

ବାଲେଶ୍ୱରରୁ ଆଉ ୫ କରୋନା ପଜିଟିଭ୍‌ ଚିହ୍ନଟ… ସଂକ୍ରମିତଙ୍କ ସଂଖ୍ୟା ୮କୁ ବୃଦ୍ଧି

Leave a Reply