ଚାଷୀ ଆନ୍ଦୋଳନକୁ ଅଲ୍ ଇଣ୍ଡିଆ ମୋଟର ଟ୍ରାନ୍ସପୋର୍ଟ କଂଗ୍ରେସର ସମର୍ଥନ

1 min read

ନୂଆଦିଲ୍ଲୀ: ଚାଷୀ ଆନ୍ଦୋଳନକୁ ସରକାରଙ୍କ ଡରିବାର ଅନେକ କାରଣ ରହିଛି । ବଜାରରେ ଦ୍ରବ୍ୟର ମୂଲ୍ୟ ବଢିବା ଭୟରେ ସରକାର କେବେ ହେଲେ ଚାଷୀଙ୍କ ତୋଷର କାରଣ ହେବାକୁ ଚାହାଁନ୍ତି ନାହିଁ । ତେବେ ଏବେ ରାଜଧାନୀ ଦିଲ୍ଲୀର ଅବସ୍ଥା ଦେଖି ଏହାର ପ୍ରଭାବ ଅତ୍ୟାବଶ୍ୟକ ସାମଗ୍ରୀ ଉପରେ ପଡ଼ିବା ନେଇ ଆଶଙ୍କା ଥିଲା । ଏବେ ଏହି ଆଶଙ୍କା ନିଶ୍ଚିତତା ଆଡ଼କୁ ମୁହାଁଉଛି । ଏବେ ଖବର ଯାହା କେବେ ହେଲେ ବଜାରର ସ୍ୱାର୍ଥରେ ନୁହେଁ, ତାହା ଆସି ପହଞ୍ଚିଛି । ଅଲ୍ ଇଣ୍ଡିଆ ମୋଟର ଟ୍ରାନ୍ସପୋର୍ଟ କଂଗ୍ରେସ ଦେଶର ଚାଷୀ ଆନ୍ଦୋଳନକୁ ସମର୍ଥନ ଜଣାଇଛି ।

ଚାଷୀଙ୍କ ଦାବି ଆଗରେ ସରକାର ମୁଣ୍ଡ ନୁଆଁବାକୁ ସରକାର ପ୍ରସ୍ତୁତ ନଥିବା ବେଳେ ଆଲୋଚନା ଓ ଚର୍ଚ୍ଚା ଭଳି ବିକଳ୍ପ ଖୋଲା ରଖିଛନ୍ତି । ତେଣୁ ଚାଷୀ ଏବେ ଦେଶରେ ଏକପ୍ରକାରର ଆକାମୀ ପରିସ୍ଥିତି ଚାହୁଁଛି । ଯାହା ଫଳରେ ସରକାର ବାଧ୍ୟ ହୋଇ ଦାବି ମାନି ନେବାକୁ ବାଧ୍ୟ ହେବେ । ଅଲ୍ ଇଣ୍ଡିଆ ମୋଟର ଟ୍ରାନ୍ସପୋର୍ଟ କଂଗ୍ରେସର ଚାଷୀ ଆନ୍ଦୋଳନକୁ ସମର୍ଥନ ପରେ ସରକାରଙ୍କର ସମସ୍ୟା ଅତର୍କିତ ଓ ଅସମ୍ଭବ ଭାବେ ବଢିବ । ଦ୍ରବ୍ୟ-ବସ୍ତୁର ପରିବହନ ନହୋଇ ପାରିବା ଫଳରେ ସାରା ଦେଶେ ଦର ଦାମ ବଢିବ  । ପ୍ରଭାବ ସ୍ୱରୂପ ସାଧାରଣ ଲୋକଙ୍କ ଦୃଷି ଓ ସମ୍ୱେଦନଶୀଳତା ଚାଷୀଙ୍କ ଆଡ଼କୁ ରହିବ । ତେବେ ଏମିତି ନୁହେଁ ଏବେ ଦରଦାମ ଉପରେ ପ୍ରଭାବ ପଡ଼ିନି ।

ପଞ୍ଜାବ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ହରିୟାଣା ଓ ଦିଲ୍ଲୀ ଭଳି ରାଜ୍ୟରେ ପ୍ରଭାବ ଦେଖିବାକୁ ମିଳିଲାଣି । ପରିବହନରେ ସମସ୍ୟା ହେଉଛି । ଚାଷୀ ସୀମାରେ ଆନ୍ଦୋଳନ କରୁଥିବା ହେତୁ ଦିଲ୍ଲୀ ସଂଶ୍ଲିଷ୍ଟ ରାଜ୍ୟରେ ସମସ୍ୟା ହେଲାଣି । ମାତ୍ର ଏବେ ଅଲ୍ ଇଣ୍ଡିଆ ମୋଟର ଟ୍ରାନ୍ସପୋର୍ଟ କଂଗ୍ରେସ ଚାଷୀ ବିକ୍ଷୋଭକୁ ସମର୍ଥନ ଦେବା ପରେ ସାରା ଦେଶରେ ସ୍ଥିତି ଜଟିଳ ହେବା ନେଇ ଆଶଙ୍କା ଦେଖାଦେଲାଣି । ଉଲ୍ଲେଖଯୋଗ୍ୟ ଯେ ଅଲ୍ ଇଣ୍ଡିଆ ମୋଟର ଟ୍ରାନ୍ସପୋର୍ଟ କଂଗ୍ରେସ ବୟାନ ଦେଇଛି ଯେ ସରକାର ଚାଷୀଙ୍କ ଦାବି ପୂରଣ ନକଲେ ଉତ୍ତର ଭାରତରୁ ପରିବହନକୁ ସମ୍ପୂର୍ଣ୍ଣ ରୂପେ ଅକାମୀ କରି ଦିଆଯିବ ।

Leave a Reply