କେନ୍ଦ୍ରର ରେଳ ଅନୁଦାନ‌ ନୈରାଶ୍ୟଜନକ: ପରିବହନ ମନ୍ତ୍ରୀ

1 min read

ଭୁବନେଶ୍ୱର: ରେଳ ଅନୁଦାନ‌କୁ ନୈରାଶ୍ୟଜନକ କହିଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ଓଡ଼ିଶାକୁ ଗୋଟିଏ ବି ନୂଆ ରେଳ ପ୍ରକଳ୍ପ ମିଳିନାହିଁ । ଏଥର ମଧ୍ୟ ରାଜ୍ୟକୁ ରେଳ ଅନୁଦାନ କମ୍ ମିଳିଛି ।

ଏସମ୍ପର୍କରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ଯେ, କେନ୍ଦ୍ର ରେଳ ମନ୍ତ୍ରୀ ଦର୍ଶାଇଥିବା ସଂଖ୍ୟା ବି ଠିକ୍ ନୁହେଁ । ଓଡ଼ିଶା ମାଗିଥିଲା ୭ ହଜାର ୨୦୦ କୋଟି ଟଙ୍କା। କିନ୍ତୁ ମାତ୍ର ୪ ହଜାର ୫୦୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ଏ ବାବଦରେ କେନ୍ଦ୍ର ସରକାରଙ୍କୁ ଅବଗତ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି । ଶୀତଳାପଲ୍ଲୀ ୱାଗନ୍ କାରଖାନା ପାଇଁ ଅନୁଦାନ ମିଳିନାହିଁ ।

୨୦୦୯-୧୪ ତୁଳନାରେ ୨୦୨୧-୨୨ରେ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ ୫୬୦ ପ୍ରତିଶତ ଅଧିକ ବଜେଟ ଆବଣ୍ଟନ କରାଯାଇଥିବା ରେଳମନ୍ତ୍ରୀ ପୀୟୂଷ ଗୋୟେଲ ଟ୍ୱିଟ୍‌ ମାଧ୍ୟମରେ କହିଛନ୍ତି । ତେବେ ମନ୍ତ୍ରୀଙ୍କ ଟ୍ୱିଟରେ ଥିବା ସୂଚନା ଅର୍ଦ୍ଧସତ୍ୟ ବୋଲି ବିଜେଡି ସାଂସଦ ଅମର ପଟ୍ଟନାୟକ କହିଛନ୍ତି । ଓଡ଼ିଶାର ସ୍ୱାର୍ଥକୁ ସମ୍ପୂର୍ଣ୍ଣ ଭାବେ ଅଣଦେଖା କରାଯାଇଛି । ରେଳ ବଜେଟ ସମ୍ପୂର୍ଣ୍ଣ ଭାବେ ନୈରାଶ୍ୟଜନକ ବୋଲି ସାଂସଦ କହିଛନ୍ତି ।

କଂଗ୍ରେସ ମଧ୍ୟ ରେଳ ବଜେଟରେ ରାଜ୍ୟକୁ କେନ୍ଦ୍ରର ଅବହେଳା ନେଇ ସ୍ୱର ଉଠାଇଛି । ଅଧିକ ରାଜସ୍ୱ ନେଇ କମ୍ ଦେଉଛନ୍ତି । ଏହାର ଦୃଢ ପ୍ରତିବାଦ କରାଯାଉ ବୋଲି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କହିଛନ୍ତି । କେନ୍ଦ୍ର ରାଜ୍ୟକୁ ନ୍ୟାଯ୍ୟ ଦାବି ଦେଉ ବୋଲି ସେ ଦାବି କରିଛନ୍ତି । ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ।

Leave a Reply