ନୂଆ କୃଷି ଆଇନ କୃଷିକ୍ଷେତ୍ରକୁ ବର୍ବାଦ କରିଦେବ: ରାହୁଲ

1 min read

ନୂଆଦିଲ୍ଲୀ: ନୂଆ କୃଷି ଆଇନକୁ ନେଇ ବିବାଦ ଲାଗି ରହିଥିବା ବେଳେ ପୁଣି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ରାହୁଲ ଗାନ୍ଧି । ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧି ପ୍ରେସମିଟ୍ କରି କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି।

ଏହି ଅବସରରେ ଭାରତୀୟ ଜନତା ପାର୍ଟିର ଅଧ୍ୟକ୍ଷ ଜେପି ନଡ୍ଡା ତାଙ୍କୁ କିଛି ପ୍ରଶ୍ନ ପଚାରିଥିଲେ ।  ଯାହାର ଜବାବ ରାହୁଲଙ୍କୁ ମଗାଯିବାରୁ ସେ କହିଥିଲେ ଯେ ‘‘ସେ କିଏ, ସେ କ’ଣ ମୋର ପ୍ରଫେସର  । ତାଙ୍କୁ ମୁଁ ଜବାବ ଦେବି । ମୁଁ କେବଳ ଦେଶର ଜନତାଙ୍କୁ ଜବାବ ଦେବି’’।

ନୂଆ କୃଷି ଆଇନ ଫଳରେ ଚାଷୀକୁଳ ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବ ଓ ଚାଷୀମାନେ ସମସ୍ୟାରେ ପଡିବେ ବୋଲି କହିଛନ୍ତି ରାହୁଲ । ମୋଦି ସରକାର କେବଳ ନିଜ ପାଖ ଲୋକଙ୍କୁ ଖୁସି କରିବା ପାଇଁ ଏହି ଆଇନ ଆଣିଛନ୍ତ । ଏହା ଦ୍ୱାରା କେବଳ ୩ ରୁ୪ ଜଣ ଲୋକେ ଉପକୃତ ହେବେ। ଖାଲି ଏତିକି ନୁହେଁ ଆନ୍ଦୋଳନରେ ବସି ରହିଥିବା ଚାଷୀଙ୍କ ଦାବି ମାନିନେବା ସହ କୃଷି ଆଇନ ପ୍ରତ୍ୟାହାର କରିବା ପାଇଁ ଦାବି କରିଛନ୍ତି ରାହୁଲ ।

ଦେଶର ୬୦ ପ୍ରତିଶତ ଲୋକ କୃଷି ଉପରେ ନିର୍ଭରଶୀଳ । କୃଷି କ୍ଷେତ୍ର ଉପରେ ଏକଛତ୍ରବାଦୀ ଆଧିପତ୍ୟ କରିବା ପାଇଁ ଯୋଜନା କରାଯାଉଛି । ଯାହା ଠିକ୍ ନୁହେଁ ହେଲେ ଏହି ନୂଆ ଆଇନ୍ କୃଷି କ୍ଷେତ୍ରକୁ ବର୍ବାଦ କରିଦେବ ।

ରାହୁଲ ‘ଖେତି କା ଖୁନ୍’ ନାମକ ଏକ ବୁକଲେଟ୍ ଲଞ୍ଚ କରିବା ସହିତ ଚାଷୀଙ୍କ ସହ କଂଗ୍ରେସ ସବୁବେଳେ ରହିଛି ଏବଂ ସେମାନଙ୍କ ଅଧିକାର ପାଇଁ ଲଢେଇ ଜାରି ରଖିବ । ଆମେ ମୋଦିଙ୍କ ଭାଜପାକୁ ଭୟ କରୁନାହୁଁ ବୋଲି ସେ ପ୍ରକାଶ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ କେନ୍ଦ୍ର ସରକାର ଦେଶର ସ୍ଥିତିକୁ ଅଣଦେଖା କରୁଛନ୍ତି । ଖାଲି ଏତିକି ନୁହେଁ ସେ ଜନସାଧାରଣଙ୍କୁ ଭୁଲ୍ ସୂଚନା ମଧ୍ୟ ଦେଉଛନ୍ତି ।

ସୂଚନାଯୋଗ୍ୟ, କୃଷକ ସଙ୍ଗଠନ ଓ ସରକାରଙ୍କ ମଧ୍ୟରେ ଜାନୁଆରୀ ୧୫ ତାରିଖରେ ହୋଇଥିବା ନବମ ରାଉଣ୍ଡ ବୈଠକ ବିଫଳ ରହିଥିଲା। ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ ଚାଷୀ ସଂଗଠନ ଅଟଳ ରହିଥିବା ବେଳେ, ଆଇନ ହଟିବାର ପ୍ରଶ୍ନ ଉଠୁନାହିଁ ବୋଲି ସିଧା ସିଧା କହିଥିଲେ କେନ୍ଦ୍ର ସରକାର ।

ଏପରିକି ଏମଏସପି ବଳବତ୍ତର ଏବଂ ନୂତନ କୃଷି ଆଇନକୁ ପ୍ରତ୍ୟାହାର ନେଇ ଦାବି ରଖିଥିଲେ ଆନ୍ଦୋଳନରତ ଚାଷୀ ସଂଗଠନ । କିନ୍ତୁ ପୂର୍ବ ବୈଠକରେ ଏମଏସପି ଉପରେ ସରକାର ଆଲୋଚନା କରିଥିଲାବେଳେ, ସେହି ବୈଠକରେ କୃଷି ଆଇନ ପ୍ରତ୍ୟାହାର ନେଇ ସ୍ପଷ୍ଟ ମନା କରି ଦେଇଥିଲେ ସରକାର।

Leave a Reply