ମ୍ୟାଚ୍ ଦିନ କେଉଁ ବାଟେ ଯିବେ, କେଉଁଠି ଗାଡ଼ି ପାର୍କିଂ କରିବେ ଜାଣନ୍ତୁ…

1 min read

ଭୁବନେଶ୍ୱର: ଦିନକ ପରେ ବାରବାଟୀରେ ଖେଳାଯିବ ଭାରତ-ୱେଷ୍ଟଇଣ୍ଡିଜ୍ ଦିନିକିଆ । ଏଥିପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ଟ୍ରାଫିକ୍ ଆଡଭାଇଜରି ଜାରି କରାଯାଇଛି । ମ୍ୟାଚ୍ ଦିନ ଭିଡ଼କୁ ଦୃଷ୍ଟିରୁ ରଖି କେତକ ରାସ୍ତାରେ ଯାନବାହାନ ଯାତାୟାତ ଉପରେ କଟକଣା ମଧ୍ୟ ଲଗାଯାଇଛି । ଏଥିସହ ଷ୍ଟାଡିୟମ୍ ନିକଟବର୍ତ୍ତୀ ସ୍ଥାନରେ ପାର୍କିଂ ବ୍ୟବସ୍ଥା କରଯାଇଛି । ତେବେ, ସାଧାରଣ ଲୋକ ଓ ପାସ୍ ଧାରୀଙ୍କ ପାଇଁ ଗାଡ଼ି ପାର୍କିଂ ସ୍ଥାନ ଅଲଗା ଅଲଗା ରହିଛି । ଏହି ଅସ୍ଥାୟୀ ଯାନବାହାନ କଟକଣା ୨୨ ତାରିଖ ସକାଳ ୮ଟାରୁ ଖେଳ ସରିବା ବା ଭିଡ଼ ଭାଙ୍ଗିବା ଯାଏଁ ବଳବତ୍ତର ରହିବ ।

୧) ମାତାମଠ ପଟୁ ରିଂ ରୋଡରେ ଆସୁଥିବା ଗାଡ଼ି ଗଡ଼ ଗଡ଼ିଆ ମନ୍ଦିର ପୂର୍ବରୁ ଥିବା ଗଡ଼ା ପାଖରେ ଡାହାଣକୁ ଯାଇ ତଳ ବାଲିଯାତ୍ରା ପଡ଼ିଆରେ ପାର୍କିଂ କରିବେ । ପାସ୍ ଥିବା ଯାନବାହନ ଗୁଡ଼ିକ ଗଡ଼ଗଡ଼େଶ୍ୱର ମନ୍ଦିର ଦେଇ ବାମ୍ବୋଡିପୋ ଗଡ଼ାରେ ବାମ ପଟକୁ ଯାଇ, ପୁରୁଣା ବାଲିଯାତ୍ରା ପଡ଼ିଆରେ ଗାଡି ପାର୍କିଂ କରିପାରିବେ ।

୨) ହାରଡ଼ା ମୋଟର ଛକ ଓ ଗଡ଼ଗଡ଼ାଛକ ପଟୁ ଆସୁଥିବା ଗାଡ଼ି ମୁଖ୍ୟ ବିଚାରପତିଙ୍କ ବଙ୍ଗଳା ଛକ ପାଖରୁ ଡାହାଣ ପଟେ ରିଂ ରୋଡ୍କୁ ଯାଇ ସେଠାରୁ ତଳ ବାଲିଯାତ୍ରା ପଡ଼ିଆରେ ପାର୍କିଂ କରିବେ ।

୩) ବିଜୁ ପଟ୍ଟନାୟକ ଛକ ଆଡ଼ୁ ଆସୁଥିବା ଗାଡ଼ି ପି.ଏଚ.ଡି ଅଫିସ୍ ଛକ ପାଖରୁ ସିଧା ବାରବାଟୀ ଷ୍ଟାଡିୟମ୍ ରୋଡ୍ ଆଡ଼କୁ ଆସିପାରିବେ ନାହିଁ । ସେମାନେ ଦୟାଶ୍ରମରେ ଥିବା ଷ୍ଟାଣ୍ଡରେ ପାର୍କିଂ କରିବେ ।

୪) ବିଜୁ ପଟ୍ଟନାୟକ ଛକ ବା ମଧୁସୂଦନ ଆଡ଼ୁ ଆସୁଥିବା ଯାନବାହନ ଆନନ୍ଦଭବନ ଛକ ପାଖରେ ଥିବା ପଡ଼ିଆରେ ଗାଡ଼ି ପାର୍କିଂ କରିବେ । ଏହି ଯାନବାହାନ ଗୁଡ଼ିକ ଜିଲ୍ଲାପୋର୍ଟ ଦେଇ ବାଲିଯାତ୍ରା ପଡ଼ିଆ ବା ଚମ୍ପାବନ ରୋଡକୁ ଆସିପାରିବେ ନାହିଁ ।

୫) ହରିଣ ପାର୍କ ବା ମଧୁସୂଦନ ନଗର ଆଡୁ ରିଂ ରୋଡରେ ଗଡ଼ଗଡ଼େଶ୍ୱର ମନ୍ଦିର ଆଡ଼କୁ ଆସୁଥିବା ଗାଡ଼ି କାର୍ତ୍ତିକେଶ୍ୱର ଗଡ଼ାରେ ବାମକୁ ଗଡ଼ି ପାର୍କିଂ ଷ୍ଟାଣ୍ଡରେ ରଖିବେ ।ପାର୍କିଂ ବ୍ୟବସ୍ଥା

  • ମାତାମଠ ଦେଇ ରିଂ ରୋଡରେ ଆସୁଥିବା ଗାଡ଼ି ତଳ ବାଲିଯାତ୍ରା ପଡ଼ିଆରେ ପାର୍କିଂ କରିପାରିବେ ।
  • ହାରଡ଼ା ମୋଟର ଛକ ଓ ମଣୀସାହୁ ଛକ ପଟୁ ଆସୁଥିବା ଗାଡ଼ି ଗୁଡ଼ିକ ରିଂ ରୋଡରେ ଯାଇ ତଳ ବାଲିଯାତ୍ରା ପଡ଼ିଆରେ ପାର୍କିଂ କରିବେ ।
  • ଚହଟା ଛକ ପଟୁ ଆସୁଥିବା ଗାଡ଼ି କାର୍ତ୍ତିକେଶ୍ୱର ଗଡ଼ାରେ ତଳ ବାଲିଯାତ୍ରା ପଡ଼ିଆରେ ପାର୍କି କରିପାରିବେ ।
  • କନିକା ଛକ, ବିଜୁ ପଟ୍ଟନାୟକ ଛକ ଓ ମଧୁସୂଦନ ନଗର ଛକ ପଟୁ ଆସୁଥିବା ଗାଡ଼ି ଆନନ୍ଦ ଭବନ ପଡ଼ିଆରେ ପାର୍କି କରିପାରିବେ ।
  • ଓସିଏ ପାର୍କିଂ ପାସ୍ ପାଇଥିବା ବ୍ୟକ୍ତି ମଧୁସୂଦନ ଷ୍ଟାଚ୍ୟୁ କିମ୍ବା ନାରୀସେବା ସଦନ ଛକ ଦେଇ ଗେଟ୍ ନମ୍ବର-୧ରେ ଯାଇ ଓସିଏ ପଡ଼ିଆରେ ପାର୍କି କରିବେ ।
  • ଜାଭିୟର ଗ୍ରାଉଣ୍ଡରେ ପାସ୍ ପାଇଥିବା ବ୍ୟକ୍ତି ବାମ୍ବୋଡିପୋ ଓ ଚମ୍ପାବନ ରାସ୍ତା ଦେଇ ଗେଟ୍ ନମ୍ବର-୧୪ରେ ଯାଇ ପଡ଼ିଆରେ ପାର୍କିଂ କରିବେ ।

Leave a Reply